ଭାଇରାଲ ଭିଡିଓରେ ହରିୟାଣାରେ, ଜଣେ ବିଜେପି ନେତାଙ୍କ ଭଣଜା ସ୍କୁଲ ଯାଉଥିବା ଝିଅଙ୍କୁ କମେଣ୍ଟ ମାରି ହଇରାଣ କରୁଥିବାରୁ ଝିଅମାନେ ତାକୁ ସ୍କୁଲରେ ତାଲା ପକାଇ ବାଡ଼େଇଥିଲେ?

False Political

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେବାରେ ଲାଗିଛି। ଯେଉଁଥିରେ କିଛି ଝିଅ ପୁଅକୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ହରିୟାଣାର ଜଣେ ବିଜେପି ନେତାଙ୍କ ପୁଅ ସ୍କୁଲ ଜାଉଥିବା ଝିଅଙ୍କୁ ହଇରାଣ କରୁଥିବାରୁ ଝିଅମାନେ ତାକୁ ଗୋଡ଼ାଇ ଗୋଡ଼ାଇ ପାଟୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ଅଟେ। 

Litu Baisakh ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯଇଛି ଯେ, ହରିୟାଣାରେ, ଜଣେ ବିଜେପି ନେତାଙ୍କ ଭଣଜା ପ୍ରତିଦିନ ସ୍କୁଲ ଯାଉଥିବା ଝିଅମାନଙ୍କୁ କମେଣ୍ଟ ମାରି ହଇରାଣ କରୁଥିଲା, ତା’ପରେ ଝିଅମାନେ ତାକୁ ସ୍କୁଲରେ ତାଲା ପକାଇ ତାଭୂତକୁ ଛଡାଇଦେଲେ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ। 

ତେବେ କଣ ହରିୟାଣାରେ, ଜଣେ ବିଜେପି ନେତାଙ୍କ ଭଣଜା ପ୍ରତିଦିନ ସ୍କୁଲ ଯାଉଥିବା ଝିଅମାନଙ୍କୁ କମେଣ୍ଟ ମାରି ହଇରାଣ କରୁଥିଲା, ତା’ପରେ ଝିଅମାନେ ତାକୁ ସ୍କୁଲରେ ତାଲା ପକାଇ ବାଡ଼େଇଥିଲେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭାଇରାଲ ଭିଡିଓକୁ ଇନବିଡ଼ରେ ପକାଇ ଫଟୋରେ ଭାଙ୍ଗିଲୁ। ପରେ ଆମକୁ ମିଳିଥିବା ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ ଅନେକ ଲିଙ୍କ ମିଳିଲା। Times of India ୟୁଟ୍ୟୁବ ଚ୍ୟାନେଲରେ ଭାଇରାଲ ଭିଡିଓ ପାଇଲୁ। ଯାହାକି 10 ଡିସେମ୍ବର 2018ରେ ପୋଷ୍ଟ କରାଯାଇଥିଲା। ଖବର ଅନୁସାରେ ବାଗପାଟର ଧରାମ ସିଂ ମହାବିଦ୍ୟାଳୟର ଜଣେ ମହିଳା ଛାତ୍ରୀକୁ ଜଣେ ପିଲା ହଇରାଣ କରୁଥିଲା। ଝିଅମାନେ ପରିସ୍ଥିତିରୁ ଥକିଯାଇ ବିରେଧ କରିବା ଆରମ୍ଭ କରିଥିଲେ।  ଭାଇରାଲ ହୋଇଥିବା ଭିଡିଓରେ, ଯେଉଁ ଝିଅମାନେ ମୁହଁ ଘୋଡାଇ ରଖିଛନ୍ତି, ସେମାନଙ୍କୁ ହଇରାଣ କରିଥିବା  ପିଲାକୁ ବାଡ଼ିରେ ପିଟିଥିଲେ।  ଝିଅମାନେ ପୂର୍ବରୁ କଲେଜ ପ୍ରବେଶ ଦ୍ୱାର ବନ୍ଦ କରିଦେଇଥିଲେ ଯାହା ଫଳରେ ହଇରାଣ କରୁଥିବା ପାଲା ଖସି ପଳାଇ ପାରିଲା ନାହିଁ। କଲେଜ କର୍ତ୍ତୃପକ୍ଷଙ୍କ ଅଭିଯୋଗର ଉତ୍ତର ନ ମିଳିବା ପରେ ସେମାନେ ଏହି ପଦକ୍ଷେପ ନେଇଥିଲେ। ଏହି ଘଟଣାରେ ବାଳିକାମାନେ ସେମାନଙ୍କର ଜଣେ ଶିକ୍ଷକଙ୍କ ସହ ଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

10 ଡିସେମ୍ବର 2018ରେ the quint ପେଜରେ ଭାଇରାଲ ଖବର ସମ୍ପର୍କରେ ପୋଷ୍ଟ କରାଯାଇଛି। ଏକ ଭାଇରାଲ ଭିଡିଓରେ ଉତ୍ତରପ୍ରଦେଶର ବାଗପାଟର ଧର୍ମ ସିଂ ସରସ୍ୱତୀ ବାଲିକା ଇଣ୍ଟର କଲେଜର ଜଣେ ମହିଳା ଛାତ୍ରୀଙ୍କୁ ହଇରାଣ କରିବାରୁ କଲେଜର ଅନ୍ୟ ଛାତ୍ରୀଙ୍କ ସହ ମିସି ହଇରାଣ କରୁଥିବା ପିଲାକୁ ବାଡ଼ିରେ ପିଟିଥିଲେ। ସ୍କୁଲ କର୍ତ୍ତୃପକ୍ଷ ଅଭିଯୋଗ ନ ଶୁଣିବା ପରେ ଝିଅମାନେ ଏହି ପଦକ୍ଷେପ ନେଇଥିଲେ। SHO ସଞ୍ଜୀବ କୁମାର ANI କୁ କହିଛନ୍ତି ଯେ କପିଲ ଚୌହାନ ନାମକ ଅଭିଯୁକ୍ତଙ୍କୁ ଧାରା 294 ଅନୁଯାୟୀ ଗିରଫ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। ଏହା ଖବର the youth ପେଜରେ ମଧ୍ୟ ଦେଖିପାରିବେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ। 

ଏହା ପରେ ଆମେ Dharam Singh Saraswati Balika Inter College in Uttar Pradesh’s Baghpat(ଉତ୍ତରପ୍ରଦେଶର ବାଗପାଟରେ ଧରମ ସିଂ ସରସ୍ୱତୀ ବାଲିକା ଇଣ୍ଟର କଲେଜ) ଗୁଗୁଲ ମ୍ୟାପରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମେ ଜାଣିବାକୁ ପାଇଲୁ ଯେ, ଏହା କଲେଜ ଉତ୍ତରପ୍ରଦେଶରେ ଅଛି। ଲୋକେଶନ ଟ୍ରାକ କରି ଆମେ ଭାଇରାଲ ଭିଡିଓରେଥିବା ବ୍ୟକ୍ତି ସହ ସମ୍ପର୍କ କରିଲୁ। 

ପ୍ରଥମେ ଆମକୁ ଭାଇରାଲ ଭିଡିଓରେଥିବା ବ୍ୟକ୍ତିର ସାଙ୍ଗ ଅକ୍ଷୟ ଚୌହାନ(Akshay Chauhan) ସହ ସମ୍ପର୍କ କରିଲୁ। ସେ ସ୍କୁଲ କମିଟିର ସଦସ୍ୟ ଅଟନ୍ତି। ସେ ଆମକୁ ସ୍ପଷ୍ଟ କରାଇଲେ ଯେ, ଭାଇରାଲ ଘଟଣା ୟୁପିର ଅଟେ। ଏବଂ ଏହି ଘଟଣାରେ ବିଜେପି ସହ କୌଣସି ସମ୍ପର୍କ ନାହିଁ। ସେ ଏହା ମଧ୍ୟ ସ୍ପଷ୍ଟ କରାଇଛନ୍ତି ଯେ, ଭାଇରାଲ ଘଟଣା 2018ରେ ମଧ୍ୟ ଭାଇରାଲ ହୋଇଥିଲା ଏବଂ ଏହାକୁ ନେଇ ଅନେକ ମିଥ୍ୟା ଦାବିରେ ସେୟାର କରାଯାଇଥିଲା। 

ପରେ ତାଙ୍କ ସାହାଯ୍ୟରେ ଆମେ ଭଇରାଲ ଭିଡିଓରେଥିବା ବ୍ୟକ୍ତି Kapil Chauhan( କପିଲ ଚୌହାନ) ସହ ସମ୍ପର୍କ କରିଲୁ। ସେ ଆମକୁ ସ୍ପଷ୍ଟ କରିଲେ ଯେ, ଏହି ଭିଡିଓ  ତାଙ୍କର ଅଟେ, ଏବଂ ଭିଡିଓରେ କୌଣସି ସତ୍ୟତା ନାହିଁ। ଭିଡିଓ ମାଧ୍ୟମରେ ତାଙ୍କ ସହ ଚକ୍ରାନ୍ତ କରାଯାଇଥିଲା। ଯାହାର କି ଏବେ ମଧ୍ୟ ଘଟଣାର କୌର୍ଟରେ ମାମଲା ଚାଲିଛି। ସେ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ବିଜେପି ସହ କିମ୍ବା ବିଜେପି ନେତା ସହ କୌଣସି ସମ୍ପର୍କ ନାହିଁ। 

ଏହା ସହ ଆମେ bagpat ପୋଲିସ ସହ ସମ୍ପର୍କ କରିଲୁ। ବାଗପତ SHO ଏବଂ  SP Neeraj kumar jadaun ସହ ସମ୍ପର୍କ କରିଲୁ। ଭିଡିଓ ପୁରୁଣା ହୋଇଥିବାରୁ ତାଙ୍କ ପାଖରେ ଭାଇରାଲ ଭିଡିଓକୁ ନେଇ କୌଣସି ସୂଚନା ନାହିଁ। 

ଶେଷକଥା-

ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଭାଇରାଲ ଭିଡିଓ 2018ର ଅଟେ ଏହାର ବର୍ତ୍ତମାନ ପ୍ରିୟଙ୍କାଗାନ୍ଧୀ ସ୍ଲୋଗାନ ସହ କୌଣସି ସମ୍ପର୍କ ନାହିଁ। ଏହା ମଧ୍ୟ ସ୍ପଷ୍ଟ ହେଲା ଯେ, ଭିଡିଓ ହରିୟାଣାର ନୁହଁ ବରଂ ଉତ୍ତରପ୍ରଦେଶର ଅଟେ। ଏହା ସହ ଭିଡିଓରେଥିବା ବ୍ୟକ୍ତି ସ୍ପଷ୍ଟ କରିଛନ୍ତି ଯେ, ତାଙ୍କର କୌଣସି ବିଜେପି ନେତା କିମ୍ବା ବିଜେପି ସହ କୌଣସି ସମ୍ପର୍କ ନାହିଁ।

Avatar

Title:ଭାଇରାଲ ଭିଡିଓରେ ହରିୟାଣାରେ, ଜଣେ ବିଜେପି ନେତାଙ୍କ ଭଣଜା ସ୍କୁଲ ଯାଉଥିବା ଝିଅଙ୍କୁ କମେଣ୍ଟ ମାରି ହଇରାଣ କରୁଥିବାରୁ ଝିଅମାନେ ତାକୁ ସ୍କୁଲରେ ତାଲା ପକାଇ ବାଡ଼େଇଥିଲେ?

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *