
ଛାତ୍ରମାନେ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋ ଜରିଆରେ ଦାବି କରାଯାଇଛି ଯେ ଉତ୍ତରପ୍ରଦେଶରେ ପୋଲିସ ଦ୍ୱାରା ଛାତ୍ରମାନେ ଗୁରୁତର ଆହତ ହୋଇଛନ୍ତି। ଭାଇରାଲ ଫଟୋରେ ଜଣେ ଯୁବକ ତାଙ୍କ ପିଠିରେ ଅନେକ ଆଘାତ ଚିହ୍ନ ଥିବା ଶଯ୍ୟା ଉପରେ ପଡ଼ିଛି। ଏହି ଛଡ଼ା ଅନ୍ୟ ଫଟୋରେ ମଧଅୟ ଆହତ ହୋଇଥିବାର ଦେଖାଯାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଦାନ କରିଲୁ। ତେବେ କଣ ପୋଲିସ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଛି? ଆମ ଅନୁସନ୍ଧାନରେ ଭାଇରାଲ ଫଟୋ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
Babeena Pattanayak ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ବର୍ଷକୁ ୨ କୋଟି ଚାକିରୀ ପରେ ଏଥର ବଣ୍ଟା ହେବ ୬୦ ଲକ୍ଷ ଚାକିରୀ ପ୍ରସ୍ତୁତ ରୁହନ୍ତୁ ଉତ୍ତର ପ୍ରଦେଶ ପୋଲିସ ରାସ୍ତାରେ ଗୋଡେଇ ଗୋଡେଇ ଚାକିରୀ ବାଣ୍ଟୁଛି! ଚାକିରୀ ନନେଲେ-ଜେଲ୍ ହୋଇପାରେ ! #ପଂଚାୟତ ବାସି ବିଜେପି କୁ ଭୋଟ ଦେବା ପୂର୍ବରୁ ଏଇ ପୋଷ୍ଟ ଥରେ ଦେଖି ନିଅନ୍ତୁ ଓ ନିଜର ପିଲାଙ୍କ ଭବିଷ୍ୟତ ଚୟନ କରନ୍ତୁ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ତେବେ କଣ ପୋଲିସ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଛି? ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଫଟୋ-1
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏଙାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଫଟୋର Archive ଲିଙ୍କ ଦେଖିପାରିବେ। ଯେଉଁଥିରେ ଭାଇରାଲ ଫୋଟ 2019ରୁ ଇଣ୍ଟରନେଟରେ ଅଛି। ଏହା ଛଡ଼ା ଏହି ଫଟୋ ଏଠାରେ ମଧ୍ୟ ଦେଖିପାରିବେ। ଯାହା 2019ରେ ପୋଷ୍ଟ କରାଯାଇଛି। ଏଥିରୁ ସ୍ପଷ୍ଟ ହେଉଛି ଯେ, ବର୍ତ୍ତମାନ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କ ସହ କୌଣସି ସମ୍ପର୍କ ନାହିଁ।

ଏହା ପରେ ଆମକୁ ଭାଇରାଲ ଫଟୋ କୁ PIB ଫେକ୍ ବୋଲି ସ୍ପଷ୍ଟ କରିଛି। ଟୁଇଟରେ ସେମାନେ ଭାଇରାଲ୍ ଦାବିକୁ ପୁରାତନ ବୋଲି କହିଥିଲେ ଏବଂ ପ୍ରସଙ୍ଗ ବାହାରେ ଉପସ୍ଥାପିତ ହୋଇଛି। ଟୁଇଟ୍ କ୍ୟାପସନରେ ଲେଖାଅଛି, “ସୋସିଆଲ ମିଡିଆରେ ଏକ ପ୍ରସଙ୍ଗଭିତ୍ତିକ ବିଭ୍ରାନ୍ତିକର ଫଟୋ ପ୍ରସାରିତ ହେଉଛି। ଏହି ପ୍ରତିଛବି ପୁରୁଣା ଏବଂ ଅନେକ ଥର ନକଲି ଦାବିରେ ଭାଇରାଲ ହୋଇଥିବା ଜଣାପଡିଛି। ଦୟାକରି ଏହିପରି ବିଭ୍ରାନ୍ତିକର ଚିତ୍ର ବାଣ୍ଟିବାକୁ ବାରଣ କରନ୍ତୁ।” ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଫଟୋ-2
ଏହା ପରେ ଆମେ ଦ୍ୱିତିୟ ଫଟୋକୁ ମଧ୍ୟ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଏହି ଫଟୋ ଆମକୁ Facebook ପେଜରେ ମିଳିଲା। ଯାହାକି 28 ମାର୍ଚ୍ଚ 2018ରେ ପୋଷ୍ଟ କରାଯାଇଛି। ଭାଇରାଲ ଫଟୋର ବର୍ତ୍ତମାନ ସହ କୌଣସି ସମ୍ପର୍କ ନାହିଁ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- Facebook । Archive
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଫଟୋର ବର୍ତ୍ତମାନ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କ ସହ କୌଣସି ସମ୍ପର୍କ ନାହିଁ।

Title:କ’ଣ ପୋଲିସ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଛି?
Fact Check By: Saritadevi SamalResult: False
