
ୟୁପି ସମେତ ପାଞ୍ଚଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରିକ୍ରିୟା ଚାଲିଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ନେଇ କିଛି ଭିଡିଓ ଏବଂ ଖବର ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ 26 ସେକେଣ୍ଡର ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଭାରତୀୟ ଜନତା ଦଳର ନେତା ଉପରେ ମାଡ଼ ହେଉଥିବାର ହେଖାଯାଉଛି। ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, 2019 ରେ ରାଜସ୍ଥାନର ମାସୁଦା, ଅଜମେରରେ ଘଟିଥିବା ଏକ ଘଟଣାର ଭିଡିଓକୁ କିଛି ଲୋକ ବିଭ୍ରାନ୍ତ ଦାବିରେ ଭାଇରାଲ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।
24 ଜାନୁଆରିରେ Parwez Alam Khan ନାମକ ଜଣେ ଟ୍ୱିଟର ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, UP ରେ ବିଜେପି ନେତା ଙ୍କ ପରିସ୍ଥିତି ବହୁତ ଜଟିଳ। ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 84ଥର ସେୟାର କରାଯାଇଥିବା ସହ ଅନେକ ଲାଇକ ଏବଂ କମେଣ୍ଟ ମିଳିଛି। ତଳେ ଲିଙ୍କ ଦେଖନ୍ତୁ।
ତେବେ କଣ ବିଜେପି ନେତା ମାଡ଼ ଖାଉଥିବା ଭିଡିଓ ବର୍ତ୍ତମାନ ଉତ୍ତରପ୍ରଦେଶର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଭିଡିଓ ସମ୍ପର୍କରେ ଗୁଗୁଲରେ ସର୍ଚ୍ଚ କରିଲୁ। ସର୍ଚ୍ଚରେ ଆମକୁ ଅନେକ ଲିଙ୍କ ମିଳିଲା। Dainik Jagran – दैनिक जागरण ୟୁଟ୍ୟୁବ୍ ଚ୍ୟାନେଲରେ ମୂଳ ଭିଡିଓ ପାଇଲୁ। ଏହା 12 ଏପ୍ରିଲ 2019 ରେ ଅପଲୋଡ୍ ହୋଇଥିଲା। ପ୍ରକାଶିତ ଖବର ଅନୁସାରେ ରାଜସ୍ଥାନର ଅଜମେର ମାସୁଦା ଠାରେ ବିଜେପିର ଦୁଇଟି ଦଳ ମୁହାଁମୁହିଁ ହୋଇଥିଲେ। ମାସୁଦାରେ ବିଜେପି ପ୍ରାର୍ଥୀ ଭାଗୀରଥ ଚୌଧୁରୀଙ୍କ ନିର୍ବାଚନ ପ୍ରଚାର ସମୟରେ ପୂର୍ବତନ ବିଧାୟକ ସୁଶୀଲ କାନୱାର ପାଲଡାଙ୍କ ସ୍ୱାମୀ ଭାନୱର ସିଂ ପାଲଡା ଏବଂ ବର୍ତ୍ତମାନ ବିଜେପିରେ ଥିବା ନବୀନ ଶର୍ମାଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ପରେ ଆମକୁ ANI ର ଟ୍ୱିଟର ହ୍ୟାଣ୍ଡେଲରେ ମୂଳ ଭିଡିଓ ପାଇଲୁ। 12 ଏପ୍ରିଲ 2019 ରେ ଅପଲୋଡ୍ ହୋଇଛି, ଖବର ଅନୁାସେର ଅଜମେରର ମାସୁଦା ଠାରେ ରାଲିରେ ବିଜେପିର ଦୁଇ ଦଳ ପରସ୍ପର ସହ ସଂଘର୍ଷ କରିଥିଲେ। 11 ଏପ୍ରିଲ 2019 ସୁଦ୍ଧା ଏହି ଭିଡିଓ ପୋଷ୍ଟ କରାଯାଇଛି। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
12 ଏପ୍ରିଲ 2019ରେ indiatoday ପେଜରେ ଭାଇରାଲ ଭିଡିଓର ଖବର ପ୍ରକାଶିତ ହେବାର ପାଇଲୁ। ଯେଉଁଥିରେ ଲେଖାଯାଇଛି ଏହି ରିପୋର୍ଟରେ ANI ଦ୍ୱାରା 12 ଏପ୍ରିଲ, 2019 ରେ ଏକ ଭିଡିଓ ରହିଛି। ରିପୋର୍ଟର ଶୀର୍ଷକରେ ଲେଖାଥିଲା,ଅଜମେର ରାଲିରେ ବିଜେପି କର୍ମୀମାନଙ୍କର ଦୁଇ ଗୋଷ୍ଠୀ ସଂଘର୍ଷ କରନ୍ତି। ଆର୍ଟିକିଲ ଅନୁଯାୟୀ, ଲୋକସଭା ନିର୍ବାଚନ ପୂର୍ବରୁ 11 ଏପ୍ରିଲ, 2019 ରେ ରାଜସ୍ଥାନର ଅଜମେର ଜିଲ୍ଲାର ମାସୁଦା ଠାରେ ଏକ ନିର୍ବାଚନ ରାଲିରେ ବିଜେପି କର୍ମୀଙ୍କ ଦୁଇ ଗୋଷ୍ଠୀ ସଂଘର୍ଷ କରିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏଠାରେ ଲିଙ୍କ ଦେଖନ୍ତୁ- indiatoday
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓର ବର୍ତ୍ତମାନ ୟୁପି ନିର୍ବାଚନ ସହ କୌଣସି ସମ୍ପର୍କ ନାହିଁ। ଭାଇରାଲ ଭିଡିଓ 2019 ରେ ରାଜସ୍ଥାନର ମାସୁଦା, ଅଜମେରରେ ଘଟିଥିବା ଏକ ଘଟଣାର ଭିଡିଓକୁ କିଛି ଲୋକ ବିଭ୍ରାନ୍ତ ଦାବିରେ ଭାଇରାଲ କରୁଛନ୍ତି।

Title:2019 ଅଜମେର ଭିଡିଓକୁ ବର୍ତ୍ତମାନ ଉତ୍ତରପ୍ରେଦଶ ନିର୍ବାଚନ ସହ ଜୋଡ଼ି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
