2015ର ଏକ ମ୍ୟୁଜିକ୍ ଭିଡିଓ ଛୁଆର ଫଟୋକୁ ବର୍ତ୍ତମାନ ୟୁକ୍ରେନ ଋଷ ଯୁଦ୍ଧ ଦାବିରେ ଭାଇରାଲ ହେଉଛି।

False International

ସୋସଲ ମିଡିଆରେ ୟୁକ୍ରେନ ଋଷ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏଥି ମଧ୍ୟରେ ଏକ ଛୋଟ ଛୁଆର ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଦାବି କରାଯାଉଛି ଏହି ଛୁଆ ୟୁକ୍ରେନ ଋଷ ଯୁଦ୍ଧରେ ଏପରି ଅବସ୍ଥା ହୋଇଛି। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।

Sharechat ରେ ଭାଇରାଲ ଫଟୋ ପୋଷ୍ଟ କରାଯାଇ ଲେଖା ଯାଇଛି ଯେ, ୟୁକ୍ରେନ ଋଷ ଯୁଦ୍ଧରେ ଛୁଆ। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ଲାଇକ ଏବଂ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ତେବେ କଣ କ୍ଷତାକ୍ତ ହେଉଥିବା ଛୁଆଟି ୟୁକ୍ରେନ ଋଷ ଯୁଦ୍ଧର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।

ଅନୁସନ୍ଧାନ-

ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ପ୍ରଥମେ ଭାଇରାଲ ଫଟୋ ଆମକୁ mimikama ପେଜରେ ମିଳିଲା। ଯାହାକି 2015ରେ ପ୍ରକାଶିତ କରାଯାଇଥିଲା। 

 16 ଅଗଷ୍ଟ 2015 ରେ ୟୁଟ୍ୟୁବରେ ଅପଲୋଡ୍ ହୋଇଥିବା ଏକ ମ୍ୟୁଜିକ୍ ଭିଡିଓ ମିଳିଲା। ଭିଡିଓର କ୍ୟାପ୍ସନରେ ଲେଖା ଯାଇଛି“ଦୂତ, ଡୋନ୍ବାସର ପିଲାମାନଙ୍କ ବିଷୟରେ ଏକ ଗୀତ”। ମ୍ୟୁଜିକ୍ ଭିଡିଓରେ ପ୍ରାୟ 50 ସେକେଣ୍ଡରେ, ଭାଇରାଲ୍ ଇମେଜରେ ଥିବା ସମାନ ପିଲାଟି ଅଳିଆ ଗଦାରେ ବୁଲୁଥିବାର ଦେଖାଯାଉଛି। ପିଲାଟି ଅନ୍ୟ ସହିତ ଭିଡିଓର ଏକାଧିକ ଫ୍ରେମରେ ମଧ୍ୟ ଦେଖାଯାଉଛି। 

ଏଠାରେ ଆପଣ ସମ୍ପୁର୍ଣ୍ଣ  ୟୁଟ୍ୟୁବ ଭିଡିଓ ଦେଖନ୍ତୁ।

2015ରେ  stopfake. ନାମକ ଏକ ଫ୍ୟାକ୍ଟଚେକର ଭାଇରାଲ ଫଟୋର ଫ୍ୟାକ୍ଟଚେକ କରିଥିଲେ। ଯେଉଁଥିରେ ଭିଡିଓରେଥିବା ଛୁଆ ମାନେ ଭାଇଭଉଣି ବୋଲି ସ୍ପଷ୍ଟ କରିଥିଲେ। ଏବଂ ସେମାନେ ଠିକ ଅଛନ୍ତି ତାଙ୍କ ମା ବାପାଙ୍କ ପାଖରେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, 2015ର ଏକ ମ୍ୟୁଜିକ୍ ଭିଡିଓର ଛୁଆର ଫଟୋକୁ ବର୍ତ୍ତମାନ ୟୁକ୍ରେନ ଋଷ ଯୁଦ୍ଧ ଦାବିରେ ଭାଇରାଲ କରାଯାଉଛି।

Avatar

Title:2015ର ଏକ ମ୍ୟୁଜିକ୍ ଭିଡିଓ ଛୁଆର ଫଟୋକୁ ବର୍ତ୍ତମାନ ୟୁକ୍ରେନ ଋଷ ଯୁଦ୍ଧ ଦାବିରେ ଭାଇରାଲ ହେଉଛି।

Fact Check By: Saritadevi Samal 

Result: False

Leave a Reply

Your email address will not be published. Required fields are marked *