
ଚାଲୁଥିବା ହିଜାବ ବିବାଦକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏକ ପୋଷ୍ଟରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ପୋଲିସ ଜଣେ ବୁର୍ଖା ପିନ୍ଧିଥିବା ବ୍ୟକ୍ତିଙ୍କୁ ମୁହଁ ଦେଖାଇବାକୁ କହୁଛନ୍ତି। ଏହା ପରେ ବ୍ୟକ୍ତି ଜଣକ ବୁର୍ଖା ଉଠାଇବା ପରେ ବୁର୍ଖାରେ ଜଣେ ପୁରୁଷଥିବାର ଦେଖାଗଲା। ଏବଂ ବ୍ୟକ୍ତି ଜଣକ ମଦ କାରବାର କରୁଥିଲେ।
ଦାବିରେ ଦର୍ଶାଯାଇଛି ଯେ ଭିଡିଓରେ ଗିରଫ ହୋଇଥିବା ବ୍ୟକ୍ତି ବୁର୍ଖା ଆନ୍ଦୋଳନରେ ଅଂଶଗ୍ରହଣ କରିଛନ୍ତି। ତେଣୁ, ହିଜାବକୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଭାବନାକୁ ପ୍ରୋତ୍ସାହିତ କରିବା ପାଇଁ ହିଜାବକୁ ନେଇ ସମ୍ପ୍ରତି ବିବାଦ ପ୍ରସଙ୍ଗରେ ଭିଡିଓ ସେୟାର କରାଯାଇଛି।
Galua Toka ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ହିଜାବ କୁ ସମର୍ଥନ କରୁଥିବା କର୍ଣ୍ଣାଟକ କଲେଜ ଆଗରେ କିଛି ମହିଳା ଛାତ୍ରୀ….। ଆମ ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ 1400ରୁ ଅଧିକ ଲାଇକ ଏବଂ 400ରୁ ଅଧିକ କମେଣ୍ଟ ମଧ୍ୟ ମିଳିଛି।
ତେବେ କଣ ଭାଇରାଲ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି କର୍ଣ୍ଣାଟକରେ ବୁର୍ଖା ଆନ୍ଦୋଳନର ଅଂଶ ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ସର୍ବପ୍ରଥମେ, ଆମେ ଏକ ପ୍ରାସଙ୍ଗିକ କୀୱାର୍ଡ ସନ୍ଧାନ କରି ଏହି ଭିଡିଓ ସହିତ ଭାଇରାଲ୍ ଦାବିର ସତ୍ୟତା ଯାଞ୍ଚ କଲୁ। ଆମେ ଅନଲାଇନରେ ଅନେକ ନ୍ୟୁଜ ପାଇଲୁ ଯେଉଁଥିରେ ଏହି ଭିଡିଓ ସହିତ ଜଡିତ ସୂଚନା ଦିଆଯାଇଛି। ଖବର ଅନୁସାରେ ଏହି ଘଟଣା ଆନ୍ଧ୍ରପ୍ରଦେଶର କୁର୍ନୁଲ ସହରର ଅଟେ।
ଏହା ପରେ, ଆମେ ଏହି ଭିଡିଓ ବିଷୟରେ କୁର୍ନୁଲ୍ ସିଟିର ଏସପି ଫାକିରାପ୍ପା କାଗିନେଲିଙ୍କ ସହ ଯୋଗାଯୋଗ କରିଥିଲୁ। ସେ ଆମକୁ କହିଛନ୍ତି ଯେ “ଆପଣ ଭିଡିଓରେ ଦେଖୁଥିବା ଲୋକମାନେ ମଦ ଚୋରା ଚାଲାଣକାରୀ ଅଟେନ୍ତି। ଆନ୍ଧ୍ରପ୍ରଦେଶ-ତେଲେଙ୍ଗାନା ସୀମାରେ ଆମେ ଦୁଇ ଜଣଙ୍କୁ ଧରିଥିଲୁ ଯେଉଁଥିରୁ 72 ବୋତଲ ଅଣ-ଏକ୍ସାଇଜ୍ ମଦ ଉଦ୍ଧାର କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଜଣେ ପୋଲିସଠାରୁ ରକ୍ଷା ପାଇବା ପାଇଁ ବୁର୍ଖା ପିନ୍ଧିଥିଲେ।
ଏହା ପରେ ଆମେ କୁର୍ନୁଲ ସହରର ଏକ୍ସାଇଜ୍ ବିଭାଗର ମୁଖ୍ୟ ଇନ୍ସପେକ୍ଟର ଲକ୍ଷ୍ମୀ ଦୁର୍ଗେଇଙ୍କ ସହ ଯୋଗାଯୋଗ କଲୁ। ସେ ସ୍ପଷ୍ଟ କରିଛନ୍ତି ଯେ “ଗିରଫ ଦୁଇ ଜଣ ବ୍ୟକ୍ତି ଦୁଇ ଚକିଆ ଯାନରେ ଯାଉଥିଲେ। ସେମାନେ ତେଲେଙ୍ଗାନାରୁ ଆନ୍ଧ୍ରପ୍ରଦେଶକୁ ଆସୁଥିଲେ। ତାଙ୍କ ପାଖରେ 78 ବୋତଲ ମଦ ଥିଲା। ଆମେ 7 କିମ୍ବା 8 ଜଣଙ୍କୁ ଗିରଫ କରିଥିଲୁ। ”
ଇଟିଭି ଆନ୍ଧ୍ରପ୍ରଦେଶର ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଏହି ଘଟଣାର ଏକ ଖବର ରିପୋର୍ଟ ପାଇଲୁ। ଯେଉଁଥିରେ ସମ୍ପୁର୍ଣ୍ଣ ଖବର ପ୍ରକାଶିତ କରାଯାଇଛି। ଏହି ଖବର english.factcrescendo ଏବଂ Hindi factcrescendo(2020)ରେ କରିଥିଲେ। ଅଧିକ ସୂଚନା ପାଇଁ ଲିଙ୍କ ଦେଖନ୍ତୁ।
ଶେଷକଥା–
ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, କର୍ଣ୍ଣାଟକ ବୁର୍ଖା ବିବାଦ ସହ ଜୋଡି ଭାଇରାଲ ଭିଡିଓ ଆନ୍ଧ୍ରପ୍ରଦେଶର ଅଟେ। ଏବଂ ଭିଡିଓର କର୍ଣ୍ଣାଟକ ବୁର୍ଖା ବିବାଦ ସହ କୌଣସି ସମ୍ପର୍କ ନାହିଁ।

Title:ଆନ୍ଧ୍ରପ୍ରଦେଶ ମଦ ତସ୍କରି ଭିଡିଓକୁ କର୍ଣ୍ଣାଟକରେ ବୁର୍ଖା ବିବାଦ ସହ ଜୋଡ଼ି ଭାଇରାଲ କରାଯାଉଛି।
Fact Check By: Saritadevi SamalResult: False
