
ସୋସିଆଲ ମିଡିଆରେ ଏକ ସୁଟକେସରେ ମୃତ ଦେହ ସହ ଏକ ଝିଅର ଫଟୋ ସେୟାର କରି ଦାବି ହେଉଛି ଯେ ଜଣେ ମୁସଲମାନ ବାଳକ ହିନ୍ଦୁ ଝିଅକୁ ହତ୍ୟା କରିଛି। ଏହା ଲଭ ଜିହାଦର ଘଟଣା ଅଟେ। ସେମାନେ ଏହା ମଧ୍ୟ କହୁଛନ୍ତି ଯେ ଝିଅଟି ହୋଟେଲକୁ ଆସିବା ପୂର୍ବରୁ ଜୀବିତ ଥିଲା। ଭିଡିଓରେ ଲୋକମାନେ ଏହି ପିଲାକୁ ତାଙ୍କ ନାମ ଏବଂ ତାଙ୍କୁ ହତ୍ୟା କରିବାର କାରଣ ପଚାରିଥିବାର ନଜର ଆସିଛନ୍ତି। ଏହି କଥା ଉତ୍ତରାଖଣ୍ଡର ବୋଲି ଦାବି କରାଯାଇଛି।
Debendra Ku Samal ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, କାଜଲ ବି କହୁଥିଲା ମୋ ଗୁଲବେଜ ସେମିତି ନୂହେଁ, ଉତ୍ତରାଖଣ୍ଡ ଲଭ_ଯିହାଦ୍ ହିନ୍ଦୁ ଝିଅ ମୋ ନୋ ରଖ ମିଆଁ ସହ ପ୍ରେମ ନ କରି ଆମର ଅନେକ ଭାଇ ଅଭିବାହିତ ଅଛନ୍ତି ସେମାନଙ୍କ ଘର ର ବୋହୁ ହୋଇ ଭଲରେ ଜୀବନ ବିତାଇବା ପାଇଁ ଶପଥ ନିଅ

ଏହା ଖବର Purna Chandra Mishra ନାମକ ଜଣେ ଫେସବୁକ ୟୁଜର ମଧ୍ୟ ପୋଷ୍ଟ କରିଛନ୍ତି। ଏହାଠରେ ପୋଷ୍ଟର ଆର୍କାଇଭ ଲିଙ୍କ ମଧ୍ୟ ଦେଖନ୍ତୁ। ପୋଷ୍ଟର ଶିର୍ଷକରେ ଲେଖାଯାଇଛି ଯେ, କାଜଲ ବି କହୁଥିଲା ମୋ ଗୁଲବେଜ ସେମିତି ନୂହେଁ #ଉତ୍ତରାଖଣ୍ଡ #ଲଭ_ଯିହାଦ୍
ତେବେ କଣ ଭାଇରଲ ଘଟଣା ଲଭ ଜିହାଦର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଯେହେତୁ ଏହି ଦାବିରେ ଲେଖାଯାଇଛି ଯେ ଏହି ଭିଡିଓ ହରିଦ୍ୱାରର ରାଉରକେଲାରେ ଅବସ୍ଥିତ କାଲିୟାର ଅଟେ, ତେବେ ଆମେ କୀ ଶବ୍ଦ ଖୋଜି ଏହା ବିଷୟରେ ସୂଚନା ପାଇଲୁ । ମାର୍ଚ୍ଚ 26 ରେ ପ୍ରକାଶିତ ନ୍ୟୁଜ୍ 18 ହିନ୍ଦୀ ଖବର ଅନୁଯାୟୀ ଅଭିଯୁକ୍ତ ଗୁଲଶର ଛଦ୍ମନାମ ଗୁଲବେଜ ପୀଡିତା ଝିଅକୁ ପିରାନ କାଲିଆରର ଏକ ଗେଷ୍ଟ ହାଉସକୁ ଡାକିଥିଲେ। କିଛି ସମୟ ପରେ, ଯେତେବେଳେ ସେ ଭାରୀ ସୁଟକେସ୍ ନେଇ ହୋଟେଲରୁ ବାହାରକୁ ଆସିଲେ, ସେଠାରେ ଉପସ୍ଥିତ ଥିବା କର୍ମଚାରୀମାନେ ସନ୍ଦେହ ପ୍ରକଟ କରିଥିଲେ। ଯେତେବେଳେ ସେ ସେହି ସୁଟକେସ୍ ଖୋଲିଲେ, ସେଥିରେ ଗୋଟିଏ ଝିଅର ମୃତଦେହ ମିଳିଥିଲା। ପୋଲିସ ପଚରାଉଚରା କଲା, ବାଳକ ପ୍ରଥମେ ଆତ୍ମହତ୍ୟା କରିବାର କାହାଣୀ କହିଲା ପରେ ହତ୍ୟା ମାମଲା ସାମ୍ନାକୁ ଆସିଲା। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।

ଏହା ପରେ ଫ୍ୟାକ୍ଟ କ୍ରିସେଣ୍ଡୋ ରୋର୍କି ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ବିବେକ କୁମାରଙ୍କ ସହ ଯୋଗାଯୋଗ କରିଥିଲେ, ସେତେବେଳେ ସେ ପ୍ରେମ ଜିହାଦ ଅଭିଯୋଗକୁ ଅସ୍ୱୀକାର କରିଥିଲେ।
ସେ କହିଛନ୍ତି, “ଇଣ୍ଟରନେଟରେ ଦିଆଯାଉଥିବା ଦାବି ମିଥ୍ୟା ଅଟେ। ଉଭୟ ପୁଅ ଏବଂ ଝିଅ ମୁସଲମାନ ଏବଂ ସେମାନେ ମଧ୍ୟ ନିକଟ ସମ୍ପର୍କୀୟ ଥିଲେ। ସେମାନଙ୍କ ସମ୍ପର୍କ ଚାଲିଥିଲା ଏବଂ 24 ତାରିଖ ରାତିରେ ଅଭିଯୁକ୍ତ ଜଣକ ନାବାଳିକାକୁ ହତ୍ୟା କରି ଏକ ସୁଟକେସରେ ପ୍ୟାକ୍ କରି ମୃତ ଦେହକୁ ଫୋପାଡି ଦେଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ମୃତ ଝିଅର ପିତା ରସିଦ ଧାରା 302 ଅନୁଯାୟୀ ଏକ ମାମଲା ଦାୟର କରିଛନ୍ତି ଏବଂ ତାଙ୍କୁ କୋର୍ଟରେ ହାଜର କରାଯାଇଛି।
ଶେଷକଥା–
ଅନୁସନ୍ଧାନରେ ସ୍ପଷ୍ଟ ହେଲା ଯେ, ଜଣେ ମୁସ୍ଲିମ ପିଲା ହିନ୍ଦୁ ଝିଅକୁ ମାରିଥିବା ଲଭ ଜିହାଦ ଦାବିରେ ଭାଇରାଲ ଭିଡିଓ ମିଥ୍ୟା ଅଟେ। ଉଭୟ ଅଭିଯୁକ୍ତ ଏବଂ ମୃତ ମୁସଲମାନ ସମ୍ପ୍ରଦାୟର ଅଟନ୍ତି।

Title:ସୁଟକେସରେ ଏକ ଝିଅର ଶବକୁ ନେଇ ଯାଉଥିବା ମୁସ୍ଲିମ ଯୁବକ ଘଟଣା ପ୍ରେମ ଜିହାଦର ନୁହେଁ।
Fact Check By: Saritadevi SamalResult: False
