
ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦି କାଶ୍ମୀର ଫାଇଲ୍ସ ସିନେମା ପ୍ରସଙ୍ଗରେ ବିଧାନ ସଭାରେ ଏକ ଭାସନ ଦେଇଥିଲେ। ଏହା ନେଇ କିଛି ଲୋକେ କ୍ରୋଧିତ ହୋଇ ଅରବିନ୍ଦ କେଜ୍ରିୱାଲଙ୍କ ଆବାସ ଦ୍ଵାର ଭଙ୍ଗାରୁଜା କରିଥିବା ସମୟରେ ପୋଲିସ ୮ ଜଣଙ୍କୁ ଗିରଫ କରିଛି।
ଏହି ଗଟଣା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦ୍ଵାରର ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ନାଲି ରଙ୍ଗ ପୋଟା ହୋଇଥିବା ବେଳେ ସେଥିରେ ‘ଦି କାଶ୍ମୀର ଫାଇଲ୍ସ’ ମଧ୍ୟ ଲେଖା ହୋଇଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହା ଦାବି କରୁଛନ୍ତି ଯେ ଦି କାଶ୍ମୀର ଫାଇଲ୍ସର ନିନ୍ଦା କରିବା ପରେ ଲୋକେ ଅରବିନ୍ଦ କେଜ୍ରିୱାଲଙ୍କ ପ୍ରତି ଏପରି ପ୍ରତିକ୍ରିୟା ଦେଇଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନ ପରେ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋକୁ ଏଡିଟ୍ କରା ଯାଇଛି। ପ୍ରକୃତ ଫୋଟୋରେ ଦି କାଶ୍ମୀର ଫାଇଲ୍ସ ଲେଖା ହେଇ ନାହିଁ।

ସମାନ ଫୋଟୋ ଅନ୍ୟ ଫେସବୁକ ଏକାଉଣ୍ଟରୁ ମଧ୍ୟ ସେୟାର କରା ଯାଇଛି।
୩୦ ମାର୍ଚ୍ଚ ୨୦୨୨ ରେ ଟୁଇଟରରେ ମଧ୍ୟ ଫୋଟୋ ସେୟାର କରି କୁହା ଯାଇଛି ଯେ “ଦି କାଶ୍ମୀର ଫାଇଲ୍ସ ଏକ ମିଥ୍ୟା ନୁହେଁ, ଏହା ଏକ ଭୟଙ୍କର ସତ୍ୟ” ବୋଲି ଅରବିନ୍ଦ କେଜ୍ରିୱାଲଙ୍କ ଆବାସ ଦ୍ଵାରରେ ଲେଖି ଦିଆ ଯାଇଛି।
ସିନେମା ନିର୍ମାତା ବିବେକ ଅଗ୍ନିହୋତ୍ରୀ ମଧ୍ୟ ଫୋଟୋ ସେୟାର କରି କହିଛନ୍ତି, “ଏହା କାହାର ଦ୍ଵାରରେ ଲେଖା ଯାଇଛି ଜାଣିଛନ୍ତି?”

ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୩୦ ମାର୍ଚ୍ଚ ୨୦୨୨ ରେ ଆମ୍ ଆଦମୀ ଦ୍ଵାରା ଏହି ଘଟଣାର ଏକ ଭିଡିଓ ଟୁଇଟ କରା ଯାଇଥିବା ମିଳିଲା। ଟୁଇଟରେ କୁହା ଯାଇଛି, “ପଞ୍ଜାବରେ ଆପ୍ ପାର୍ଟି ନିର୍ବାଚନ ଜିତିବା ପରେ ବିଜେପି ଅସ୍ତ ବ୍ୟସ୍ତ। ଦିଲ୍ଲୀ ପୋଲିସ ସହିତ ମିଶି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ଆକ୍ରମଣ କରା ଯାଇଛି। ବିଜେପିକୁ ଏହା ଭୟ ଯେ ମୋଦୀଙ୍କୁ କେବଳ କେଜ୍ରିୱାଲ ହି ସାମନା କରି ପାରିବେ।”
ଭିଡିଓ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ କେଜ୍ରିୱାଲଙ୍କ ଆବାସ ଦ୍ଵାରରେ ‘ଦି କାଶ୍ମୀର ଫାଇଲ୍ସ’ ଲେଖା ଯାଇ ନାହିଁ।
୩୦ ମାର୍ଚ୍ଚ ରେ ଇଣ୍ଡିଆ ଟୁଡେ ରିପୋର୍ଟ ଅନୁଯାୟୀ, ଅରବିନ୍ଦ କେଜ୍ରିୱାଲ ନିଜ ଭାଷଣରେ କାଶ୍ମୀର ପଣ୍ଡିତଙ୍କ ହତ୍ୟାକୁ ମିଥ୍ୟା କହିଥିବାରୁ ଭାରତୀୟ ଜନତା ପାର୍ଟି କେଜ୍ରିୱାଲଙ୍କ ବିରୁଦ୍ଧରେ ବିରୋଧ ପ୍ରଦର୍ଶନ କରିଥିଲେ। ଏହି ପ୍ରଦର୍ଶନର ନେତୃତ୍ଵ ବିଜେପି ବିଧାୟକ ତେଜସ୍ବୀ ସୂର୍ୟା କରୁଥିଲେ। ଏହି ଘଟଣା ନେଇ ତେଜସ୍ବୀ ସୂର୍ୟା ଏକ ଟୁଇଟ ମାଧ୍ୟମରେ କହିଛନ୍ତି ଯେ ଦେଶର ହିନ୍ଦୁଙ୍କ ଅପମାନ କରିଥିବାରୁ ଅରବିନ୍ଦ କେଜ୍ରିୱାଲଙ୍କୁ କ୍ଷମା ମାଗିବା ଆବଶ୍ୟକ।
ନିମ୍ନରେ ଆପଣ ମାନେ ଭାଇରାଲ ଫୋଟୋ ଏବଂ ପ୍ରକୃତ ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଫୋଟୋକୁ ଏଡିଟ୍ କରା ଯାଇଛି। ଯଦିଓ ବିଜେପି ଦ୍ଵାରା କେଜ୍ରିୱାଲଙ୍କ ଆବାସରେ ବିରୋଧ ପ୍ରଦର୍ଶନ କରା ଯାଇଥିଳୀ କିନ୍ତୁ ତାଙ୍କ ଦ୍ଵାରରେ ଦି କାଶ୍ମୀର ଫାଇଲ୍ସ ଲେଖା ଯାଇଥିବା ଦାବି ମିଥ୍ୟା ଅଟେ।

Title:କାଶ୍ମୀର ଫାଇଲ୍ସ ଲେଖା ସହିତ କେଜ୍ରିୱାଲଙ୍କ ଆବାସ ଦ୍ଵାରର ଫୋଟୋକୁ ଏଡିଟ୍ କରା ଯାଇଛି।
Fact Check By: Siddharth SahuResult: False
