ଇଣ୍ଡିଆ ପୋଷ୍ଟ ଦ୍ଵାରା କୌଣସି ସବସିଡି ଜାରି କରା ଯାଇ ନାହିଁ। ଭାଇରାଲ ଲିଙ୍କ୍ ଏକ ସ୍କାମ୍ ଅଟେ। 

False Social

ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗୋଟିଏ ଲିଙ୍କ୍ ଦିଆ ଯାଇଛି। ଦାବି କରା ଯାଇଛି ଯେ ଏହି ଲିଙ୍କ୍ ରେ କ୍ଲିକ୍ କରି ଜନସାଧାରଣ ଲୋକେ ଇଣ୍ଡିଆ ପୋଷ୍ଟ ଦ୍ଵାରା ଜାରି କରା ଯାଇଥିବା ସବସିଡିର ଲାଭ ପାଇ ପାରିବେ। 

ଭାଇରାଲ ମେସେଜର ସତ୍ୟତା ଜାଣିବା ପାଇଁ ଆମକୁ ଆମ ୱ୍ହାଟ୍ସ ଅପ୍ ଫ୍ୟାକ୍ଟ ଲାଇନ ନମ୍ବର 9049053770 ରେ ଅନୁରୋଧ ଆସିଥିଲା। 

ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ସ୍କାମ୍ ଅଟେ। ଇଣ୍ଡିଆ ପୋଷ୍ଟ ଦ୍ଵାରା କୌଣସି ସବସିଡି ଜାରି କରା ଯାଇ ନାହିଁ।

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ମେସେଜ୍ କୁ ଗଭୀରତା ସହିତ ଦେଖିଲୁ। ମେସେଜରେ ଦିଆ ଯାଇଥିବା ଲିଙ୍କ୍ ଇଣ୍ଡିଆ ପୋଷ୍ଟ କିମ୍ବା କୌଣସି ସରକାରୀ ୱେବସାଇଟରୁ ଆସି ନଥିବା କାରଣରୁ ଆମକୁ ମେସେଜର ବିଶ୍ଵସନୀୟତା ଉପରେ ସନ୍ଦେହ ହେଲା। 

ଅଧିକ ଜାଣିବା ପାଇଁ ଆମେ ଟୁଇଟରରେ ଯାଇ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୧ ଏପ୍ରିଲ ୨୦୨୨ ରେ ଇଣ୍ଡିଆ ପୋଷ୍ଟର ଏକ ଟୁଇଟ ମିଳିଲା ଯେଉଁଥିରେ କୁହା ଯାଇଛି ଯେ ଯେ, “ଅନେକ ନକଲି ୱେବସାଇଟ ଇଣ୍ଡିଆ ପୋଷ୍ଟର ୧୭୦ ତମ ବାର୍ଷିକୀ ଅବସରରେ ରେ ଉପହାର ଦେଉଥିବା ଦାବି ସହିତ ଭାଇରାଲ ହେଉଛି। ଇଣ୍ଡିଆ ପୋଷ୍ଟର ଏହିପରି ଘୋତାଲା କାର୍ଯ୍ୟକଳାପ ପୋଷ୍ଟ ଗୁଡିକ ସହିତ କୌଣସି ସମ୍ପର୍କ ନାହିଁ। ଏପରି ଘୋତାଲା ଠାରୁ ସାବଧାନ ରୁହନ୍ତୁ।”

ଅନ୍ୟ ଏକ ଟୁଇଟରେ ଇଣ୍ଡିଆ ପୋଷ୍ଟ ସ୍ପଷ୍ଟ କରିଛି ଯେ ଏପରି ୱେବସାଇଟ ଏବଂ ସଂସ୍ଥା ଇଣ୍ଡିଆ ପୋଷ୍ଟ ସହିତ ଜଡିତ ନୁହେଁ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ବିଜନେସ ଟୁଡେ ୱେବସାଇଟରେ ଏହି ପ୍ରସଙ୍ଗରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ର୍ଟ ଅନୁଯାୟୀ ଇଣ୍ଡିଆ ପୋଷ୍ଟ ଜନସାଧାରଣକୁ ଶ୍ରାକାର ଦ୍ଵାରା ସବସିଡି ଦିଅ ଯାଉଥିବା ନକଲି ୱେବସାଇଟ ପ୍ରତି ସାବଧାନ କରିଛି। ବିଗତ କିଛି ଦିନ ଧରି ଇଣ୍ଡିଆ ପୋଷ୍ଟ ନାମରେ ବିଭିନ୍ନ ନକଲି ୱେବସାଇଟ ସବସିଡି ଦେଉଥିବା ଦାବି ସହିତ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହା ଦେଖି ଇଣ୍ଡିଆ ପୋଷ୍ଟ ଲୋକଙ୍କୁ ସାବଧାନ କରି କହିଛି ଯେ ଏପରି ମେସେଜ୍ କିମ୍ବା ୱେବସାଇଟ ଉପରେ ବିଶ୍ଵାସ କରିବା କଥା ନୁହେଁ ବା ତାଙ୍କୁ କୌଣସି ଉତ୍ତର ଦେବା ଉଚ୍ଚିତ ନୁହେଁ। ଏହି ପରି ୱେବସାଇଟ ସହିତ ଏକାଉଣ୍ଟ ନମ୍ବର, ମୋବାଇଲ ନମ୍ବର, ଜନ୍ମ ସ୍ଥାନ କିମ୍ବା କୌଣସି OTP ସେଯାର ନକରିବା ପାଇଁ ଅନୁରୋଧ କରା ଯାଇଛି। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ ଏବଂ ଏହା ସହତ ଦିଆ ଯାଇଥିବା ଲିଙ୍କ୍ ଏକ ସ୍କାମ୍ ଅଟେ। ଇଣ୍ଡିଆ ପୋଷ୍ଟ ଦ୍ଵାରା କୌଣସି ସବସିଡି ଜାରି କରା ଯାଇ ନାହିଁ।

Avatar

Title:ଇଣ୍ଡିଆ ପୋଷ୍ଟ ଦ୍ଵାରା କୌଣସି ସବସିଡି ଜାରି କରା ଯାଇ ନାହିଁ। ଭାଇରାଲ ଲିଙ୍କ୍ ଏକ ସ୍କାମ୍ ଅଟେ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *