
ନମାଜ ପଡିବାରେ ଅସୁବିଧା ହୁଏଥିବା କାରଣରୁ ମୁଆସଲମାନ ମାନେ ଅନେକ ସ୍ଥାନରେ ଭଙ୍ଗାରୁଜା କରୁଥିବା ଦାବି ସହିତ ଅନେକ ଭିଡିଓ ବର୍ତ୍ତମାନ ଇଣ୍ଟର୍ନେଟ୍ ରେ ଭାଇରାଲ ହେଉଛି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଲୋକେ ଏକ ରେଳବାଇ ଷ୍ଟେସନ୍ ରେ ଭଙ୍ଗାରୁଜା କରୁଛନ୍ତି। ଦାବି ଅନୁଯାୟୀ ଟ୍ରେନ୍ ସିଟି କାରଣରୁ ନମାଜ ପଢିବାରେ ବାଧା ହେଇଥିବାରୁ ଲୋକେ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଷ୍ଟେସନ୍ ଧ୍ଵଂସ କରିଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ୨୦୧୯ ମସିହାରେ ସିଏଏ ବିରୋଧ ସମୟର ଘଟଣା ଅଟେ ଏବଂ ଏହାର ନମାଜ ପଢିବାରେ ବାଧା ଆସୁଥିବା ସହିତ କୌଣସି ସମ୍ପର୍କ ନାହିଁ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଭିଡିଓ ସେୟାର କରି ଦାବି କରା ଯାଇଛି ଯେ, “ରେଲଗାଡି ଚାଲିବାର ଶବ୍ଦ ଯୋଗୁ ନମାଜ ରେ ବାଧା ସୃଷ୍ଟି ହେବାରୁ ପଶ୍ଚିମବଙ୍ଗ (ମୁର୍ଶିଦାବାଦ) ର ଶାନ୍ତିଦୂତ ମାନେ ପୁରା ପ୍ଲାଟଫୋର୍ମ କୁ ଭାଙ୍ଗି ଧ୍ବଂସ କରିଦେଲେ । ସରକାରୀ ସମ୍ପତ୍ତି ନଷ୍ଟ”
ଆମ ଅନୁସନ୍ଧାନ:
ବ୍ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଘଟଣା ନାଓପଡା ମହିଷାସୁର ଷ୍ଟେସନ୍ ରେ ଘଟିଥିଲା। ନାଓପଡା ମହିଷାସୁର, ସାଗାର୍ଦିଘୀ ପୋଲିସ ଷ୍ଟେସନ୍ ଅଧୀନରେ ପଡିଥାଏ ଏବଂ ସାଗାର୍ଦିଘୀ ଜାଙ୍ଗିପୁର ସବଡିଭିଜନର ଏକ ଅଂଶ ଅଟେ।

ଆମେ ଜାଙ୍ଗିପୁର ଜିଲ୍ଲା ପୋଲିସର ଏସଡିପି ବିଦ୍ୟୁତ ତାରାଫଦାରଙ୍କ ସହ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଲେ ଯେ, “ନିକଟରେ ନାଓପଡା ମହିଷାସୁର ରେଳ ଷ୍ଟେସନ୍ ରେ କୌଣସି ହିଂସା କିମ୍ବା ଆତଙ୍କବାଦୀ ଘଟଣା ଘଟି ନାହିଁ। ଭାଇରାଲ ଦାବି ମିଥ୍ୟା ଅଟେ।”
ଏହା ପରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଭାଇରାଲ ଭିଡିଓ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୫ ଡିସେମ୍ବର ୨୦୧୯ ରେ ବିଟ୍ଟୁ ପାରାଶର ନାମକ ଜଣେ ଫେସବୁକ ବ୍ୟବହାରକାରୀ ଦ୍ଵାରା ସେୟାର କରା ହେଇଥିବା ମିଳିଲା।
ଆମେ ଏହି ଭିଡିଓ ବିଷୟରେ ଅଧିକ ସୂଚନା ଏକତ୍ର କରିବାକୁ ଚେଷ୍ଟା କରିଲୁ। ୧୮ ନଭେମ୍ବର ୨୦୨୦ ରେ ୱାଇଲ୍ଡଫିଲ୍ମ ଇଣ୍ଡିଆର ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ଅପ୍ଲୋଡ ହେଇଥିବା ପାଇଲୁ ଯେଉଁଥିରେ ଭାଇରାଲ ଭିଡିଓର କ୍ଲିପ୍ ମଧ୍ୟ ଥିଲା। ଏହି ଭିଡିଓର ୨୬ ସେକେଣ୍ଡ ସମୟରୁ ନେଇ ଶେଷ ପର୍ଯ୍ୟନ୍ତ ଆପଣ ମାନେ ଭାଇରାଲ ଭିଡିଓର ଦୃଶ୍ୟ ଦେଖି ପାରିବେ। ଏହା ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ ଏହି ଭିଡିଓ ଦେଶରେ ସିଏଏ ଏବଂ ଏନଆରସି ବିରୋଧ ପ୍ରଦର୍ଶନ ସମୟରେ ହେଇଥିବା ଘଟଣା ଅଟେ। ଘଟଣାରେ ପଶ୍ଚିମବଙ୍ଗର ଯୁବକ ମାନେ ରେ ଷ୍ଟେସନ୍ ଭଙ୍ଗାରୁଜା କରିଥିଲେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଜାଣିଲୁ ଯେ ୨୦୧୯ ନାଗରିକ ସଂଶୋଧନ ବିଲ୍ ପ୍ରବର୍ତ୍ତନ ପରେ ମୁର୍ଶିଦାବାଦ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ କରା ଯାଇଥିଲା। ବର୍ତ୍ତମାନ ପତ୍ରିକାର ରିପୋର୍ଟ ଅନୁଯାୟୀ, ଜାଙ୍ଗିପୁରରେ CAA ବିରୋଧରେ ପ୍ରଦର୍ଶନ ସର୍ବାଧିକ ଥିଲା। ଲୋକେ ପ୍ରଥମେ ନିମୋତିତା ଷ୍ଟେସନ୍, ପୋର୍ଦାଙ୍ଗା ଷ୍ଟେସନ୍ ଏବଂ ନାଓପଡା ମହିଷାସୁର ଷ୍ଟେସନ୍ ରେ ଏକାଠି ହେବା ପରେ ଭଙ୍ଗାରୁଜା କରିବା ଆରମ୍ଭ କରିଥିଲେ।
ଉପରୋକ୍ତ ସମସ୍ତ ତଥ୍ୟରୁ ଆମେ କେଉଁଠାରେ ବି ନମାଜ ପଢିବାରେ ଅସୁବିଧା ହେଉଥିବା ବିଷୟରେ ଉଲ୍ଲେଖ ହୋଇଥିବା ପାଇଲୁ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓ ସହିତ ଭାଇରାଲ ହେଉଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ୨୦୧୯ ମସିହାରେ ସିଏଏ ବିରୋଧ ସମୟର ଘଟଣା ଅଟେ ଏବଂ ଏହାର ନମାଜ ପଢିବାରେ ବାଧା ଆସୁଥିବା ସହିତ କୌଣସି ସମ୍ପର୍କ ନାହିଁ।

Title:କ’ଣ ଟ୍ରେନ୍ ସିଟି ଆୱାଜ କାରଣରୁ ନମାଜ ପଢିବାରେ ଅସୁବିଧା ହେଇଥିବାରୁ ପଶ୍ଚିମବଙ୍ଗରେ ମୁସଲମାନ ମାନେ ଷ୍ଟେସନ୍ ରେ ଭଙ୍ଗାରୁଜା କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
