
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନୋଟି ୟୁରୋପ୍ ଦେଶ ଗସ୍ତରେ ଯାଇଛନ୍ତି। ଜର୍ମାନୀ ଏବଂ ଡେନମାର୍କ ପରେ ସେ ୪ ମଇ ରେ ଫ୍ରାନ୍ସରେ ଅବଗତ କରିଛନ୍ତି। ସେଠାରେ ସେ ପାରସ୍ପରିକ ଆଗ୍ରହ, ବିଶ୍ଵ ସ୍ତରୀୟ ବିକାଶ ଉପରେ ଆଲୋଚନା କରିବେ।
ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ମୋଦୀ ଜର୍ମାନୀର ବର୍ଲିନରେ କୁଳପତି ସ୍କୋଲଜ୍ ସହ ଆଲୋଚନା କରୁଛନ୍ତି। ସମାନ ଫୋଟୋରେ କାନ୍ଥରେ ପଣ୍ଡିତ ନେହେରୁଙ୍କ ଗୋଟିଏ ଚିତ୍ର ଥିବା ଦେଖିବାକୁ ମିଳିଛି। ଫୋଟୋ ଷେୟାର କରି କୁହା ଯାଇଛି ଯେ ପଣ୍ଡିତ ନେହେରୁ ମୋଦୀଙ୍କୁ ଜର୍ମାନୀରେ ମଧ୍ୟ କାର୍ଯ୍ୟ କରିବାକୁ ଦେଉ ନାହାଁନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଫୋଟୋକୁ ମିଥ୍ୟା ବୋଲି ପାଇଲା। ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଚିତ୍ରକୁ ଯୋଡା ଯାଇଛି। ଅସଲି ଫୋଟୋରେ କାନ୍ଥରେ ନେହେରୁଙ୍କ ଫୋଟୋ ନାହିଁ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ୨ ମଇ ୨୦୨୨ ରେ ପ୍ରକାଶିତ ହେଇଥିବା ଫାଇନାନ୍ସିଆଲ ଏକ୍ସପ୍ରେସର ଏକ ରିପୋର୍ଟରେ ସମାନ ଫୋଟୋ ଦେଖିବାକୁ ମିଳିଲା। ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ ମଇ ରେ ଜର୍ମାନୀ ଚାନସେଲର ଓଲାଫ ସ୍କୋଳଜଙ୍କ ସହ ଭେଟିଥିଲେ। ଦୁଇ ନେତା ଦ୍ଵିପାକ୍ଷିକ ସମ୍ପର୍କର ସମ୍ପୂର୍ଣ୍ଣ ପରିସରର ସମୀକ୍ଷା କରିଥିଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ୨ ମଇରେ ଟୁଇଟ କରି କହିଛନ୍ତି ଯେ ଚାନସେଲର ସ୍କୋଲ୍ଜଙ୍କ ସହିତ ତାଙ୍କର ବ୍ୟାପକ ଆଲୋଚନା ହେଇଥିଲା। ବାଣିଜ୍ୟ, ନବସୃଜନ, ସଂସ୍କୃତି ଏବଂ ଦୁଇ ଦେଶର ଲୋକଙ୍କ ମଧ୍ୟରେ ସମ୍ପର୍କ ନେଇ ପନରେନ୍ଦ୍ର ମୋଦୀ ଆଲୋଚନା କରିଥିଲେ। ସେ ଏହା ମଧ୍ୟ କହିଛନ୍ତି ଯେ ଭାରତ ଏବଂ ଜର୍ମାନୀ ଅନେକ କ୍ଷେତ୍ରରେ ଏକାଠି କାମ କରୁଛି। ଏହି ସହଭାଗିତା ସମଗ୍ର ଗ୍ରହକୁ ଉପକୃତ କରିବ।
ଏହି ଟୁଇଟରେ ମଧ୍ୟ ଆମେ ଭାଇରାଲ ହେଉଥିବା ଫୋଟୋ ଦେଖିଲୁ କିନ୍ତୁ ଫୋଟୋରେ ନେହେରୁଙ୍କ ଚିତ୍ର ଥିବା ଆମେ ପାଇଲୁ ନାହିଁ।
ନିମ୍ନରେ ଆପଣ ମାନେ ଦୁଇଟି ଫୋଟୋ ମଧ୍ୟରେ ତୁଳନା ଦେଖି ପାରିବେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ମିଥ୍ୟା ଅଟେ। ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଚିତ୍ରକୁ ଯୋଡା ଯାଇଛି।

Title:ଅସଲି ଫୋଟୋକୁ ଡିଜିଟାଲି ଏଡିଟ୍ କରି ନେହେରୁଙ୍କ ଚିତ୍ରକୁ ଯୋଡା ଯାଇଛି।
Fact Check By: Siddharth SahuResult: Altered
