
ଶ୍ରୀଲଙ୍କାରେ ଅର୍ଥନୈତିକ ସଙ୍କଟ ଉତପନ ହେବା ପରେ ଅନେକ ଫୋଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଚିରା ପୋଷାକ ପିନ୍ଧି ଅସନ୍ତୁଳିତ ଭାବରେ ଚାଲୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଏହି ବ୍ୟକ୍ତି ହେଉଛନ୍ତି ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀ।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ଭିଡିଓରେ ଥିବା ବ୍ୟକ୍ତି ଶ୍ରୀଲଙ୍କାର ରକ୍ଷା ମନ୍ତ୍ରୀ ନୁହଁନ୍ତି।
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓର ସତ୍ୟତା ଜାଣିବା ପାଇଁ ଫ୍ୟାକ୍ଟ କ୍ରିଷେଣ୍ଡୋ ଶ୍ରୀଲଙ୍କା ଦଳ ସହ ଯୋଗାଯୋଗ କରିଲୁ। ଶ୍ରୀଲଙ୍କାରେ ସ୍ଥିତ ଆମ ଦଳ ସୂଚନା ଦେଲେ ଯେ “ଭାଇରାଲ ଭିଡିଓରେ ଥିବା ବ୍ୟକ୍ତି ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀ ହେଇଥିବା ଦାବି ମିଥ୍ୟା ଅଟେ। ଶ୍ରୀଲଙ୍କାରେ ପ୍ରତିରକ୍ଷା ମନ୍ତରାଳୟ ରାଷ୍ଟ୍ରପତିଙ୍କ ଅଧୀନରେ ଆସେ। ଭିଡିଓରେ ଦେଖା ଯାଉଥିବା ବ୍ୟକ୍ତିଙ୍କ ନାମ ହେଉଛି ମହିନ୍ଦା କାହାଣ୍ଡାଗାମା। ୯ ମଇ ରେ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜାପକ୍ସାଙ୍କୁ ସମର୍ଥନ ଦେବା ପାଇଁ ଆସିଥିଲେ। ସେତେବେଳେ ସେଠାରେ ଦୁଇଟି ଗୋଷ୍ଠୀ ମଧ୍ୟରେ ହେଇଥିବା ଝଗଡାରେ ମହିନ୍ଦା କାହାଣ୍ଡାଗାମା ଆଘାତ ହୋଇଥିଲେ।”
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୯ ମଇ ୨୦୨୨ ରେ ଡେଲି ମିରର ର ଏକ ଟୁଇଟରେ ଭାଇରାଲ ଭିଡିଓ କ୍ଲିପ୍ ଦେଖିବାକୁ ମିଳିଲା। ଟୁଇଟରେ କୁହା ଯାଇଛି ଯେ କଲମ୍ବୋ ମ୍ୟୁନିସିପାଲିଟି କାଉନ୍ସିଲ ତଥା ଶ୍ରୀଲଙ୍କା ପିପୁଲ୍ସ ଫ୍ରଣ୍ଟ ସଭାପତି ମହିଣ୍ଡା କାହାଣ୍ଡାଗାମା, ରାଷ୍ଟ୍ରପତି ମହିଣ୍ଡା ରାଜାପକ୍ସାଙ୍କ ସମର୍ଥନରେ ଏକ ପ୍ରତିବାଦ ସଭାରେ ଅଂଶଗ୍ରହଣ କରିଥିଲେ।
ଏହା ପରେ ଆମେ ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରିଲୁ। ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତରାଳୟ ୱେବସାଇଟରେ ରକ୍ଷାମନ୍ତ୍ରୀ ଏବଂ ମନ୍ତରାଳୟର ଅନ୍ୟ ସଦସ୍ୟମାନଙ୍କ ତାଲିକା ମିଳିଲା। ୱେବସାଇଟ ଅନୁଯାୟୀ ଶ୍ରୀଲଙ୍କାର ପ୍ରତିରକ୍ଷା ମନ୍ତ୍ରୀ ହେଉଛନ୍ତି ରାଷ୍ଟ୍ରପତି ଗୋଟାବାୟା ରାଜାପକ୍ସା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ଥିବା ବ୍ୟକ୍ତି ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀ ନୁହଁନ୍ତି। ଆଘାତ ହୋଇ ରାସ୍ତାରେ ଚାଲୁଥିବା ବ୍ୟକ୍ତି ହେଉଛନ୍ତି କଲମ୍ବୋ ମ୍ୟୁନିସିପାଲିଟି କାଉନ୍ସିଲ ତଥା ଶ୍ରୀଲଙ୍କା ପିପୁଲ୍ସ ଫ୍ରଣ୍ଟ ସଭାପତି ମହିଣ୍ଡା କାହାଣ୍ଡାଗାମା

Title:କ’ଣ ଭିଡିଓରେ ଆଘାତ ହୋଇ ରାସ୍ତାରେ ଚାଲୁ ଥିବା ବ୍ୟକ୍ତି ଶ୍ରୀଲଙ୍କାର ରକ୍ଷାମନ୍ତ୍ରୀ ଅଟନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
