
ବାରତାମାନ ଜ୍ଞାନବାପି ମସଜିଦ ବିବାଦ ବିବାଦ ଉପରେ ଚର୍ଚ୍ଚା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। କିଛି ଦିନ ପୂର୍ବରୁ ଉତ୍ତରପ୍ରଦେଶର ଜ୍ଞାନବାପି ମସଜିଦରେ ଶିବଲିଙ୍ଗ ମିଳିଥିବା ଦାବି ପରେ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଦେଖିବାକୁ ମିଳୁଛି। ଏହା ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ଏକ ଭାଷଣର ଭିଡିଓ ଭାଇରାଲ ହେଉଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ଜ୍ଞାନବାପି ମସଜିଦ ବିବାଦ ନେଇ ଲୋକଙ୍କୁ ସମ୍ବୋଧିତ କରୁଛନ୍ତି।
ଫ୍ୟାକ୍ଟ କୃସେଣ୍ଡୋ ବାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭାଷଣକୁ ଜ୍ଞାନବାପୀ ମସଜିଦ ବିବାଦ ପ୍ରସଙ୍ଗରେ ଭାଇରାଲ କରା ଯାଉଛି।
ଭାଇରାଲ ଭିଡିଓରେ ପ୍ରଧାନମନ୍ତ୍ରୀ କ’ଣ କହୁଛନ୍ତି?
ଏହି ୨୯ ସେକେଣ୍ଡ ଭିଡିଓରେ ମୋଦୀ କହୁଛନ୍ତି ଯେ, “ହମାରା ଉତ୍ତରପ୍ରଦେଶ ତୋ ଏଇସା ହେ କି ୟାହାଁ ଭି ଖୁଦେଗା, ୱାହାଁ ଭି ଖୁଦେଗା, ଇଧର ଭି ଖୁଦେଗା, ଉଧର ଭି ଖୁଦେଗା, ଜାହାଁ ନହିଁ ଖୁଦା ହେ ୱାହାଁ ଭି ଖୁଦେଗା।”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଏହା ପରେ ଆମେ ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ଭାଇରାଲ ଭିଡିଓର ମୂଳ ଭିଡିଓ ୫ ମାର୍ଚ୍ଚ ୨୦୧୭ ମସିହାରେ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା। ଭିଡିଓର କ୍ୟାପସନ୍ ରେ ଉଲ୍ଲେଖ କରା ଯାଇଛି ଯେ ପ୍ରଧାନମନ୍ତ୍ରୀ ମୋଦୀ ଉତ୍ତରପ୍ରଦେଶର ବାରାନାସିରେ ଏକ ରେଲିକୁ ସମ୍ବୋଧିତ କରୁଛନ୍ତି। ମୂଳ ଭିଡିଓରେ ଆପଣ ମାନେ ଭାଇରାଲ କ୍ଲିପ୍ ୧୧.୧୮ ମିନିଟ ରୁ ନେଇ ୧୨.୧୮ ମିନିଟ ପର୍ଯ୍ୟନ୍ତ ଦେଖି ପାରିବେ। ରେଲିରେ ପ୍ରଧାନମନ୍ତ୍ରୀ ମୋଦୀ ସେ ସମୟର ସମାଜବାଡି ସରକାରକୁ ଅଭିଯୋଗ ଲଗାଇ ଏହି ଭାଷଣ ଦେଇ ଥିଲେ।
ଉପରୋକ୍ତ ଭିଡିଓ ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମୋଦୀଜି ଜ୍ଞାନବାପି ମସଜିଦ ବିଷୟରେ କହୁ ନାହାଁନ୍ତି। ଭିଡିଓରେ ସେ ସପା ସରକାର ଦ୍ଵାରା ରାସ୍ତା ନିର୍ମାଣ କାର୍ଯ୍ୟରେ ଅବହେଳାକୁ ନେଇ ଅଭିଯୋଗ ଲଗାଉଛନ୍ତି। ଉତ୍ତରପ୍ରଦେଶର କିଛି ମନ୍ତ୍ରୀଙ୍କ ସହିତ ସାକ୍ଷାତ କରିଥିବା ସମୟରେ ସେମାନେ ମୋଦୀଜିଙ୍କୁ ଉତ୍ତରପ୍ରଦେଶର ରାସ୍ତା ଅବସ୍ଥା ବିଷୟରେ ଅବଗତ କରାଇଥିଲେ।
ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ମୂଳ ଭିଡିଓର ତୁଳନା ଦେଖି ପାରିବେ।
ଆମେ ପାଠକ ମାନଙ୍କୁ ଜଣାଇ ଦେବା ପାଇଁ ଚାହୁଁଛୁ ଯେ ଏହି ରେଲି ୨୦୧୭ ଉତ୍ତରପ୍ରଦେଶ ନିର୍ବାଚନର କିଛି ଦିନ ପୁରବାଉ ଆୟୋଜିତ କରା ଯାଇ ଥିଲା ଯେତେ ବେଳେ ଉତ୍ତରପ୍ରଦେଶରେ ସମାଜବାଡି ପାର୍ଟିର ସରକାର ଥିଲା।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ୧୯ ମାର୍ଚ୍ଚ ୨୦୧୭ ରେ ଦି ହିନ୍ଦୁ ପତ୍ରିକାର ଏକ ରିପୋର୍ଟ ପାଇଲୁ। ରିପୋର୍ଟ ଅନୁଯାୟୀ ୧୯ ମାର୍ଚ୍ଚ ୨୦୧୭ ରେ ଯୋଗୀ ଆଦିତ୍ୟନାଥ ପ୍ରଥମ ଥର ପାଇଁ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତ ହୋଇ ଶପଥ ଗ୍ରହଣ କରିଥିଲେ।
ଭାଇରାଲ କ୍ଲିପ୍ ଆଦିଥ୍ୟନାଥଙ୍କ ମୁଖ୍ୟମନ୍ତ୍ରୀ ହେବା ପୂର୍ବର ଭିଡିଓ ଅଟେ। ଏହି ଭିଡିଓର ବର୍ତ୍ତମାନ ଜ୍ଞାନବାପୀ ମସଜିଦ ବିବାଦ ସହିତ କୌଣସି ସମ୍ବନ୍ଧ ନାହିଁ।
ଶେଷକଥା:
ଆମ ଅନୁସନ୍ଧାନରୁ ଆମେ ଜାଣିବାକୁ ପାଇଲୁ ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭାଷଣକୁ ଜ୍ଞାନବାପୀ ମସଜିଦ ବିବାଦ ପ୍ରସଙ୍ଗରେ ଭାଇରାଲ କରା ଯାଉଛି। ପ୍ରକୃତ ଭିଡିଓ ୨୦୧୭ ମସିହାର ଉତ୍ତରପ୍ରଦେଶ ନିର୍ବାଚ ପୂର୍ବର ଭିଡିଓ ଅଟେ।

Title:ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ପୁରୁଣା ଭାଷଣକୁ ଜ୍ଞାନବାପୀ ମସଜିଦ ବିବାଦ ପ୍ରସଙ୍ଗରେ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: Misleading
