
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଆପଣ ମାନେ ପ୍ରଧାନମନ୍ତ୍ରୀ ମୋଦୀ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଏଲ୍ବନିଜଙ୍କୁ ଦେଖି ପାରିବେ। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଜୋ ବାଇଡେନ୍ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅଣଦେଖା କରି ତାଙ୍କ ଅପମାନ କରିଛନ୍ତି।
ଭିଡିଓ ଭାଇରାଲ କରି କୁହା ଯାଇଛି ଯେ, “ଜୋ ବାଇଡେନ୍ ଦ୍ଵାରା ପୁଣି ଘୋର ଅପମାନର ଶିକାର ହେଲେ ମୋଦୀ।”
ଆମ ଅମୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଆମେ ଦେଖିବାକୁ ପାଇଲୁ ଯେ ଭିଡିଓର ବାମ ପାର୍ଶ୍ଵରେ ଏକ ବ୍ୟାନରରେ କ୍ଵାଡ୍ ଲିଡର୍ଷଙ୍କ ସାକ୍ଷାତ ବୋଲି ଲେଖା ଯାଇଛି। ୨୦୨୨ ମସିହାରେ ଏହି ସାକ୍ଷାତ ଜାପାନର ଟୋକିଓ ସହରରେ ଆୟୋଜିତ ହୋଇଥିଲା।

ଫକେବ୍ବୋକରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୨୪ ମଇ ୨୦୨୨ ରେ ଦି ଇକୋନୋମିକଟାଇମ୍ସ ପେଜରେ ସେୟାର ହେଇଥିବା ଏକ ଭିଡିଓ ମିଳିଲା। ଭିଡିଓରେ ଆପଣ ମାନେ ଦେଖି ପାରିବେ ଯେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହିତ କିଛି ବାର୍ତ୍ତାଳାପ କରିଲା ପରେ କିଛି କଥା ନେଇ ଦୁଇ ନେତା ନରେନ୍ଦ୍ର ମୋଦୀଙ୍କ ସହିତ ହସୁଛନ୍ତି। ଏହା ପରେ ତିନି ନେତା ପରସ୍ପର ସହିତ କଥା ହେଉଛନ୍ତି ଏବଂ ଏହା ପରେ ବିଡେନ୍ ମୋଦୀଙ୍କ ସହିତ ହାତ ମିଳାଇ ପରସ୍ପରକୁ ଅଭିନନ୍ଦନ ଜଣାଉଛନ୍ତି। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ।
ନିମ୍ନରେ ଥିବା ଭିଡିଓରେ ଆପଣ ମାନେ ଭାଇରାଲ ଭିଡିଓ ଏବଂ ପ୍ରକୃତ ଭିଡିଓ ମଧ୍ୟରେ ପାର୍ଥକ୍ଯ ଦେଖି ପାରିବେ।
କ୍ଵାଡ୍ର ସମିଟ୍ କ’ଣ?
କ୍ଵାଡ୍ ସମିଟ୍ ରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ଅନ୍ତର୍ଭୁକ୍ତ ଅଟନ୍ତି। ଏହି ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପ୍ରଶାନ୍ତ ମାହାସାଗରୀୟ ଅଞ୍ଚଳର ବିକାଶ କରିବା। ଚଳିତ ବର୍ଷ ଏହି ସମ୍ମିଳନୀ ଜାପାନର ଟୋକିଓ ସହରରେ ୨୪ ମଇ ରେ ଆୟୋଜିତ କରା ଯାଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ମୂଳ ଭିଡିଓର ଏକ ଛୋଟ ଅଂଶ ଦେଖାଇ ମିଥ୍ୟା ପ୍ରଚାର କରା ଯାଉଛି। ମୂଳ ଭିଡିଓରେ ଆମେରିକା ରାଷ୍ଟ୍ରପତି ଜୋ ବିଡେନ୍, ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଏବଂ ମୋଦୀ ପରସ୍ପରକୁ ଅଭିନନ୍ଦନ ଜଣାଇ ବାର୍ତ୍ତାଳାପ କରୁଥିବା ଦେଖିବାକୁ ମିଳିଛି।

Title:କ’ଣ ଭିଡିଓରେ ଆମେରିକା ରଅସ୍ତ୍ରାପତି ଜୋ ବାଇଡେନ୍ ମୋଦୀଙ୍କୁ ଅପମାନ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Missing Context
