
୨୦୨୧ ମସିହାରେ ମୋଦୀ ସରକାର ଆସାମର ବ୍ରହ୍ମପୁତ୍ର ନଦୀ ତଳେ ଭାରତର ପ୍ରଥମ ଟନେଲ ନିର୍ମାଣ ପାଇଁ ଘୋଷଣା କରିଥିଲେ।
ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଅଣ୍ଡରୱାଟର ଟନେଲର ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋଋ ଆସାମର ବ୍ରହ୍ମପୁତ୍ର ନଦୀ ତଳେ ନିର୍ମିତ ଭାରତର ପ୍ରଥମ ଟନେଲ ବୋଲି ଦାବି କରାଯାଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଏହି ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଡେନମାର୍କ ଏବଂ ଜର୍ମାନୀକୁ ସଂଯୋଗ କରୁଥିବା ଫେହମାର୍ନ ଟନେଲ ଅଟେ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଫୋଟୋ ଭାଇରାଲ କାରୋ ପୋଷ୍ଟରେ ଦାବି କରା ଯାଇଛି ଯେ, “ଏହା ହେଉଛି ନୂତନ ଭାରତ। ଭାରତର ପ୍ରଥମ ପାଣି ତଳେ ସଡ଼କ ଏବଂ ରେଳ ଲାଇନ୍। ଏହା ଆସାମର ବ୍ରହ୍ମାପୁତ୍ର ନଦୀ ତଳେ ତିଆରି ହୋଇଥିବା ୧୪ କିଲୋମିଟର ଲାମ୍ବା ସଡ଼କ।”

ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ ସର୍ଚ୍ଚ କରିଲା ପରେ ଆମକୁ ରାମ୍ବୋଲ୍ ନାମକ ଏକ ୱେବସାଇଟରେ ସମାନ ଫୋଟୋ ୨୦୧୭ ମସିହାରେ ପ୍ରକାଶିତ ହେଇଥିବା ମିଳିଲା।
ୱେବସାଇଟ ଅନୁଯାୟୀ, ଡେନମାର୍କ ଏବଂ ଜର୍ମାନୀ ମଧ୍ୟରେ ଫେହମାର୍ନ ବେଲ୍ଟ ସଂଯୋଗ ପାଇଁ ପରାମର୍ଶ ଦେବା ପାଇଁ ରାମ୍ବୋଲ୍, ଆରୂପ ଏବଂ ଟିଇସି କମ୍ପାନୀ ମିଳିତ ଭାବେ ଟେନ୍ଡର ଜିତିଛନ୍ତି। ଏହି ଗୋଷ୍ଠୀ ୨୦୦୯ ରୁ ଟନେଲ୍ ଡିଜାଇନ୍ କରିବାରେ ସହଯୋଗ କରି ଆସୁଛନ୍ତି।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ଅନ୍ୟ ଏକ ୱେବସାଇଟ ମିଳିଲା ଯେଉଁଥିରେ ଫେହମାର୍ନ ଟନେଲର ବିବରଣୀ ଦିଆ ଯାଇଛି। ଟନେଲର ନିର୍ମାଣ କାର୍ଯ୍ୟ ୨୦୨୦ ରେ ଡେନମାର୍କ ପାର୍ଶ୍ଵରେ ଏବଂ ୨୦୨୧ ମସିହାରେ ଜର୍ମାନୀ ପାର୍ଶ୍ଵରେ ଆରମ୍ଭ ହୋଇଥିଲା। ଏହି ଟନେଲ୍ ୧୮ କିଲୋମିଟର ଲମ୍ବା ହେବ। ଏହା ଦ୍ଵାରା ଡେନ୍ମାର୍କ ଏବଂ ଜର୍ମାନୀ ମଧ୍ୟରେ ଯାତ୍ରା ସମୟହ୍ରାସ ପାଇବ। ଏହି ଟନେଲର ନିର୍ମାଣର କାର୍ଯ୍ୟ ୨୦୨୯ ମସିହାରେ ସେଶ ହେବାର ଅନୁମାନ କରାଯାଇଛି।
ଆମେ ଟନେଲର ନିର୍ମାଣ କାର୍ଯ୍ୟକୁ ଦର୍ଶାଉଥିବା ଏକ ୟୁଟ୍ୟୁବ ଭିଡିଓ ମଧ୍ୟ ପାଇଲୁ। ଏହି ୧୮ କିଲୋମିଟର ଲମ୍ବା ଟନେଲ୍ ନିର୍ମାଣ ପାଇଁ କେତେ ପରିମାଣର ଇସ୍ପାତ ଏବଂ କଂକ୍ରିଟ୍ ବ୍ୟବହାର କରାଯିବ ତାହା ଏହି ଭିଡିଓରେ ଦର୍ଶାଅ ଯାଇଛି।
ତେଣୁ, ଏହା ସ୍ପଷ୍ଟ ହେଲା ଯେ ଭାଇରାଲ ଫୋଟୋ ଏକ ସଂକଲ୍ପ କଳା ଅଟେ ଯାହାର ବ୍ରହ୍ମପୁତ୍ର ନଦୀ ତଳେ ଭାରତର ପ୍ରଥମ ଅଣ୍ଡରୱାଟର ଟନେଲ୍ ନିର୍ମାଣ ସାଇଟ କୌଣସି ସମ୍ବନ୍ଧ ନାହିଁ।
ବ୍ରହ୍ମପୁତ୍ର ନଦୀ ଅଣ୍ଡରୱାଟର ଟନେଲ୍
୧୭ ମଇ ୨୦୨୨ ରେ ସେଣ୍ଟିନେଲ୍ ଆସାମର ରିପୋର୍ଟ ଅନୁଯାୟୀ, ରେଳ ମନ୍ତ୍ରାଳୟ ଏବଂ ସଡ଼କ ପରିବହନ ମନ୍ତ୍ରାଳୟ, ସୀୟା ରାସ୍ତା ସଂଗଠନ ସହିତ ଯୋଗ ଦେଇ ବ୍ରହ୍ମପୁତ୍ର ନଦୀ ତଳେ ଅଣ୍ଡରୱାଟର ରାସ୍ତା ଏବଂ ରେଳ ଲାଇନ୍ ଟନେଲ୍ ନିର୍ମାଣ କରିବାକୁ ଯୋଜନା କରିଛନ୍ତି।
ଏହା ଏକ ୯.୮ କିଲୋମିଟର ଲମ୍ବା ଟନେଲ୍ ହେବ। ଏହା ଦକ୍ଷିଣ ପାର୍ଶ୍ଵରେ ଥିବା ଜାଖାଲାବନ୍ଧା ରେଳ ଷ୍ଟେସନ୍ ଏବଂ ବ୍ରହ୍ମପୁତ୍ର ଉତ୍ତର କୁ’ରେ ଥିବା ଧଲାଇବିଲ ଷ୍ଟେସନକୁ ସଂଯୋଗ କରିବ।
ଶେଷକଥା:
ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭାଇରାଲ ଫୋଟୋ ବ୍ରହ୍ମପୁତ୍ର ନଦୀ ତଳେ ନିର୍ମାଣ ହେବାକୁ ଯାଉଥିବା ଟନେଲର ଫୋଟୋ ନୁହେଁ। ଏହା ଡେନମାର୍କ ଏବଂ ଜର୍ମାନୀକୁ ସଂଯୋଗ କରୁଥିବା ଫେହମାର୍ଣ ଟନେଲର ଫୋଟୋ ଅଟେ।

Title:ଡେନମାର୍କ ଦେଶରେ ନିର୍ମାଣ ହେଉଥିବା ଏକ ଟନେଲର ଫୋଟୋକୁ ଆସାମରେ ଅଣ୍ଡରୱାଟର ଟନେଲର ଫୋଟୋ ବୋଲି ଦାବି କରା ଯାଇଛି।
Fact Check By: Siddharth SahuResult: False
