କ’ଣ କରିନା କପୁର ଖାନ ଲୋକଙ୍କୁ ଲାଲ ସିଂ ଚଦ୍ଧା ଚଳଚିତ୍ରକୁ ବୟକଟ୍ କରିବା ପାଇଁ ଅନୁରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ। 

Missing Context Social

୨୯ ମଇ ୨୦୨୨ ରେ ଆମିର ଖାନଙ୍କ ଚଳଚିତ୍ର ଲାଲ ସିଂ ଚଦ୍ଧାର ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମଇଦାରେ ଏହା ନେଇ ଚର୍ଚ୍ଚା ଚାଲିଛି। ଏହା ଫରେଷ୍ଟ୍ ଗମ୍ପ ନାମକ ଏକ ହଲିୱୁଡ ସିନେମା ଉପରେ ଆଧାରିତ। 

ଏହି ପ୍ରସଙ୍ଗରେ କରିନା କପୁରଙ୍କର ଏକ ଭିଡିଓ ସୋସିଆଲ ମଇଦାରେ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ କରିନା କପୁର ଲୋକଙ୍କୁ ଲାଳ ସିଂ ଚଦ୍ଧା ସିନେମାକୁ ବୟକଟ୍ କରିବା ପାଇଁ ନିବେଦନ କରୁଛନ୍ତି। ଆପଣ ମାନଙ୍କୁ ଆମେ ଜଣାଇ ଦେଉଛୁ ଯେ କରିନା କପୁର ଏହି ସିନେମାରେ ମୁଖ୍ୟ ଅଭିନେତ୍ରୀର ଅଟନ୍ତି। 

ଭିଡିଓରେ କରିନା କପୁର କହୁଛନ୍ତି, “ଆମକୁ ଦର୍ଶକ ମାନେ ବଡ କରିଛନ୍ତି; ଆଉ କେହି ନୁହେଁ। ଆଙ୍ଗୁଠି ଦେଖାଉଥିବା ସମାନ ବ୍ୟକ୍ତିମାନେ ହିଁ ଏହି ଆତ୍ମୀୟ ଚଳଚିତ୍ର ଅଭିନେତା ସୃଷ୍ଟି କରିଛନ୍ତି, ଠିକ? ଆପଣ ମାନେ ସିନେମା ଦେଖିବା ପାଇଁ ହଲକୁ ଯାଉ ନାହାଁନ୍ତି କି? ତେବେ ଜାଁନ୍ତୁ ନାହିଁ। କେହି ଆପଣଙ୍କୁ ବାଧ୍ୟ କରୁ ନାହାନ୍ତି।”

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? 

ଭିଡିଓ ସେୟାର କରି କୁହା ଯାଇଛି ଯେ କରିନା କପୁର ଲୋକ ମାନଙ୍କୁ ଲାଲ ସିଂ ଚଦ୍ଧା ସିନେମାକୁ ବୟକଟ୍ କରିବା ପାଇଁ ଅନୁରୋଧ କରିଛନ୍ତି। 

Facebook | Archive

ଆମ ଅନୁସନ୍ଧାନ: 

ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୧୦ ଅଗଷ୍ଟ ୨୦୨୦ ରେ ଇଣ୍ଡିଆ ଟାଇମ୍ସ ପତ୍ରିକାର ଏକ ରିପୋର୍ଟ ମିଳିଲା ଯେଉଁଥିରେ କରିନା କପୁର ବୋଲିୱୁଡରେ ନେପୋଟିଜମ୍ ବିଷୟରେ କହୁଛନ୍ତି। ଆମକୁ ଏହି ଭିଡିଓର ଅନେକ ଟୁଇଟ ମଧ୍ୟ ଦେଖିବାକୁ ମିଳିଲା ଯେଉଁଠାରେ କରିନା ସାମ୍ବାଦିକ ବର୍ଖା ଦତ୍ତଙ୍କ ସହ ଆଲୋଚନା କରୁଛନ୍ତି। 

ଏହି ସାକ୍ଷାତକାରର ଏକ ଭିଡିଓ ଆମକୁ ୟୁଟ୍ୟୁବର ମୋଜୋ ଚ୍ୟାନାଲରେ ଅପ୍ଲୋଡ ହେଇଥିବା ମିଳିଲା ଯାହାର କ୍ଯାପ୍ସନ୍ ରେ ଉଲ୍ଲେଖ କରା ଯାଇଛି ଯେ “କରିନା କପୁର ନେପୋଟିଜମ୍ ବିତର୍କରେ ଏପରି କହିଛନ୍ତି।” ଏହି ଭିଡିଓ ୧୩ ଅଗଷ୍ଟ ୨୦୨୦ ରେ ଅପ୍ଲୋଡ ହୋଇଥିଲା। 

ଭିଡିଓର ବର୍ଣନାରେ କୁହା ଯାଇଛି, “ପକେଟରେ ୧୦ ଟଙ୍କା ନେଇ ସହରକୁ ଆସିଥିବା ବ୍ୟକ୍ତିଙ୍କ ପରି ମୋର ଭଲ କାହାଣୀ ନାହିଁ। କିନ୍ତୁ ମୁଁ ମଧ୍ୟ ୨୧ ବର୍ଷ କାମ କରିଛି। ମୋର ମଧ୍ୟ ଏକ କାହାଣୀ ଅଛି।” ସେଶରେ ସେ କହିଛନ୍ତି ଯେ “ଦର୍ଶକ ହିଁ ଆମକୁ ଉପରକୁ ଉଠାନ୍ତି କିମ୍ବା ଭାଙ୍ଗନ୍ତି।”

ଶେଷକଥା

ଫ୍ୟାକ୍ଟ କ୍ରିଷେଣ୍ଡୋ ଭିଡିଓକୁ ପ୍ରସଙ୍ଗ ବାହାରେ ଭାଇରାଲ ହେଉଥିବା ପାଇଲା। ଭାଇରାଲ ଭିଡିଓର ଲାଲ ସିଂ ଚଦ୍ଧା ସିନେମା ସହିତ କୌଣସି ସମ୍ବନ୍ଧ ନାହିଁ। ଏହି ଭିଡିଓ ୨୦୨୦ ମସିହାର ଅଟେ ଯେଉଁଥିରେ କରିନା କପୁର ବୋଲିୱୁଡରେ ନେପୋଟିଜମ୍ ବିଷୟରେ ନିଜ ମନ୍ତବ୍ୟ ଦେଉଛନ୍ତି। 

Avatar

Title:କ’ଣ କରିନା କପୁର ଖାନ ଲୋକଙ୍କୁ ଲାଲ ସିଂ ଚଦ୍ଧା ଚଳଚିତ୍ରକୁ ବୟକଟ୍ କରିବା ପାଇଁ ଅନୁରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Missing Context

Leave a Reply

Your email address will not be published. Required fields are marked *