
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦାବି କରା ଯାଇଛି ଯେ ଭାରତର ନୂତନ ନୋଟ୍ ଗୁଡ଼ିକରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ହଟାଇ ରବୀନ୍ଦ୍ରନାଥ ଟାଗୋର ଏବଂ କାଲାମଙ୍କ ଫୋଟୋ ରଖିବାର ନିଷ୍ପତ୍ତି ନେଇକି ଆରବିଆଇ।
ଫ୍ୟାକ୍ଟ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଆରବିଆଇ ସ୍ପଷ୍ଟ କରିଛି ଯେ ସେ ଏପରି କୌଣସି ନିଷ୍ପତ୍ତି ନେଇ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
୬ ଜୁନରେ ଓଡ଼ିଶା ଭାସ୍କର ନିଜ ଫେସବୁକ ପେଜରେଏକ ଭିଡିଓ ପ୍ରସାରିତ କରି କହିଛି ଭାରତ ନୋଟ୍ ଗୁଡ଼ିକରେ ଗାନ୍ଧୀଙ୍କ ଫୋଟୋ ବଦଳିବ ଏବଂ ତାହା ସ୍ଥାନରେ ଟାଗୋର ଏବଂ ଏପିଜେ ଅବଦୁଲ କଲାମଙ୍କ ଫୋଟୋ ଲାଗିବ। ଅର୍ଥ ମାନ୍ତ୍ରାଳୟ ଏବଂ ଆରବିଆଇ କୁବ ଶୀଘ୍ର ଏହି ପଦକ୍ଷେପ ନେବେ ବୋଲି ମଧ୍ୟ କୁହା ଯାଇଛି।
ଆମ ଅନୁସନ୍ଧାନ:
ଏହି ଦାବିକୁ ଯାଞ୍ଚ କରିବା ପାଇଁ ଆମେ ରିଜର୍ଭ ବ୍ଯାଙ୍କ ଅଫ୍ ଇଣ୍ଡିଆ ଦ୍ଵାରା ଏପରି କିଛି ଘୋଷଣା କରା ଯାଇଛି କି ନାହିଁ ତାହା ଜାଣିବାକୁ ଚେଷ୍ଟା କରିଲୁ। ଫଳାଫଳରେ ଆମକୁ ୱେବସାଇଟରେ ଏକ ପ୍ରେସ୍ ନୋଟ୍ ମିଳିଲା ଯେଉଁଥିରେ ଆରବିଆଇ ଭାଇରାଲ ଦାବିର ଖଣ୍ଡନ କରିଛି। ୬ ଜୁନ୍ ୨୦୨୨ ର ଏହି ପ୍ରେସ୍ ନୋଟ୍ ରେ ଆରବିଆଇ ସ୍ପଷ୍ଟ କରିଛି, “ଗଣମାଧ୍ୟମରେ ଭାଇରାଲ ହେଉଥିବା କିଛି ରିପୋର୍ଟ ଅନୁଯାୟୀ ଆରବିଆଇ ନୋଟ୍ ଗୁଡ଼ିକରୁ ମହାତ୍ମା ଗାନ୍ଧୀଙ୍କ ଫୋଟୋ ହଟାଇ ଅନ୍ୟ ମାନଙ୍କର ଫୋଟୋ ଲଗାଇବାର ଯୋଜନା କରୁଛି। ଆମେ ଜଣାଇ ଦେବା ପାଇଁ ଚାହୁଁଛୁ ଯେ ଆରବିଆଇ ରେ ସେପରି କୌଣସି ପ୍ରସ୍ତାବ ଆସି ନାହିଁ।”

ଟୁଇଟର ମାଧ୍ୟମରେ ମଧ୍ୟ ଆରବିଆଇ ସମାନ ସ୍ପଷ୍ଟିକରଣ ଜାରି କରିଛି।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୭ ଜୁନ୍ ୨୦୨୨ ରେ ମିଣ୍ଟ ପତ୍ରିକାର ଏକ ରିପୋଟ ମିଳିଲା। ରିପୋର୍ଟ ଅନୁଯାୟୀ ଅର୍ଥ ମାନ୍ତ୍ରାଳୟ ଏବଂ ଆରବିଆଇ ନାମରେ ଏକ ଗୁଜବ ପ୍ରଚାର ହେଉଛି ଯେ ସେମାନେ ନୂଆ ନୋଟରେ ଟାଗୋର ଏବଂ କାଲାମଙ୍କ ଫୋଟୋ ଛାପିବାର ଯୋଜନା କରୁଛନ୍ତି। ଏହି ଗୁଜବକୁ ଖଣ୍ଡନ କରି ଆରବିଆଇ ଏକ ସରକାରୀ ବିବୃତ୍ତି ଜାରି କରିଛି ଯେଉଁଥିରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ ଗାନ୍ଧୀଙ୍କ ଫୋଟୋ ବଦଳାଇ ଅନ୍ୟ କାହାର ଫୋଟୋ ଲଗାଇବାର କୌଣସି ପ୍ରସ୍ତାବ ନାହିଁ।
ପିଆଇବି ମଧ୍ୟ ଏହି ଦାବିକୁ ଖଣ୍ଡନ କରି ଟୁଇଟ ମାଧ୍ୟମରେ ଜଣାଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଆରବିଆଇ ନିଜେ ସ୍ପଷ୍ଟ କରିଛି ଯେ ନୂଆ ନୋଟ୍ ଗୁଡ଼ିକରେ ଗାନ୍ଧୀଙ୍କ ଫୋଟୋ ହଟାଇ ଟାଗୋର ଏବଂ କାଲାମଙ୍କ ଫୋଟୋ ଲଗାଇବା ଦାବି ମିଥ୍ୟା ଅଟେ।

Title:କ’ଣ ଭାରତର ନୂତନ ନୋଟ୍ ଗୁଡ଼ିକରେ ମହାତ୍ମା ଗାନ୍ଧୀଙ୍କ ଫୋଟୋ ହଟାଇ ରବୀନ୍ଦ୍ରନାଥ ଟାଗୋର ଏବଂ କଲାମଙ୍କ ଫୋଟୋ ରଖିବାର ନିଷ୍ପତ୍ତି ନେଇକି ଆରବିଆଇ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
