
ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ମୋଦୀଜି ମୁଗଲ ରାଜା ଔରଙ୍ଗଜେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି।
ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
୨୨ ମଇ ୨୦୨୨ ରେ ଜଣେ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ ଭିଡିଓ ସେୟାର କରି କହିଛନ୍ତି ଯେ ଏହି ଭିଡିଓ ରେ ପ୍ରଧାନମନ୍ତ୍ରୀ ମୋଦୀ ମୁଗଲ ରାଜା ଔରଙ୍ଗଜେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି। ନିମ୍ନରେ ଆପଣ ମାନେ ଭାଇରାଲ ଭିଡିଓ ଦେଖି ପାରିବେ।
ଏହି ସମାନ ଭିଡିଓ ଅନ୍ୟ ଫେସବୁକ ଏକାଉଣ୍ଟ ଦ୍ଵାରା ମଧ୍ୟ ସେୟାର କରା ଯାଇଛି, ଯେଉଁଥିରେ ଦାବି କରା ଯାଇଛି ଯେ ମୋଦୀଜି ଔରଙ୍ଗଜେବଙ୍କ ପୁଅର ସମାଧିରେ ଫୁଲ ଚଢାଉଛନ୍ତି।
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓର ଡାହାଣ ପାର୍ଶ୍ଵରେ ଆମକୁ ରିପବ୍ଲିକ ୱାର୍ଲ୍ଡ ନ୍ୟୁଜ ଚ୍ୟାନାଲର ଚିହ୍ନ ଦେଖିବାକୁ ମିଳିଲା।

ଏହାକୁ ଧ୍ୟାନରେ ରଖି ୟୁଟ୍ୟୁବରେ ସର୍ଚ୍ଚ କରିଲା ପରେ ଆମକୁ ୭ ସେପ୍ଟେମ୍ବର ୨୦୧୭ ମସିହାରେ ରିପବ୍ଲିକ ୱାର୍ଲ୍ଡ ଚ୍ୟାନାଲରେ ସମାନ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ଭିଡିଓ ସହିତ ଦିଆ ଯାଇଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମ୍ୟାନମାର ଦେଶରେ ସ୍ଥିତ ବାହାଦୁର ଶାହ ଜଫରଙ୍କର ସମାଧିରେ ଶ୍ରଦ୍ଧାଞ୍ଜଳି ଦେଇଥିଲେ।
ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ନିଜ ଟୁଇଟର ହେଣ୍ଡେଲରେ ଏକ ଫୋଟୋ ପୋଷ୍ଟ କରି କହିଛନ୍ତି ଯେ ଏହା ବାହାଦୁର ଶାହ ଜଫରଙ୍କର ମଜାର ଅଟେ।
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୭ ସେପ୍ଟେମ୍ବର ୨୦୧୭ ରେ ଆଯ ତକ୍ ପତ୍ରିକାର ୱେବସାଇଟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ପ୍ରଧାନମନ୍ତ୍ରୀଙ୍କର ମ୍ୟାନମାର ଯାତ୍ରାର ଶେଷ ଦିନରେ ସେ ବାହାଦୁର ଶାହ ଜଫରଙ୍କ ମଜାରରେ ଫୁଲ ଚଢାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏନଡିଟିଭିର ଏକ ରିପୋର୍ଟ ଅନୁଯାୟୀ ମୋଦୀଜି ବାହାଦୁର ଶାହ ଜଫରଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ମ୍ୟାନମାରରେ ୨୫୦୦ ବର୍ଷ ପୁରୁଣା ଶ୍ଵେଡାଗାଓଁ ପାଗୋଡା ଏବଂ ଯାଙ୍ଗୁନରେ ସ୍ଥିତ କାଳିବାଦୀ ମନ୍ଦିରରେ ପୂଜା କରିଥିଲେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ପ୍ରଧାନମନ୍ତ୍ରୀ ମୋଦୀଙ୍କର ୨୦୧୭ ମସିହାରେ ମ୍ୟାନମାର ଗସ୍ତରେ ଯାଇଥିବା ସମୟରେ ସେଠାରେ ସ୍ଥିତ ବାହାଦୁର ଶାହ ଜଫରଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଥିବା ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ମୁଗଳ ରାଜା ଔରଙ୍ଗଜେବଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
