
ବର୍ତ୍ତମାନ ୱ୍ହାଟ୍ସ ଅପ୍ ରେ ଏକ ମେସେଜ୍ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଶ୍ରମିକମାନଙ୍କୁ ୧୫୫,୦୦୦ ଟଙ୍କାର ଲାଭ ଦେଉଛି।
ଏହି ମେସେଜରେ ଏକ ଲିଙ୍କ୍ ମଧ୍ୟ ପ୍ରଦାନ କରା ଯାଇଛି ଏବଂ କୁହା ଯାଇଛି ଯେ ଏହି ଲିଙ୍କ୍ ଦ୍ଵାରା ଜଣେ ଜାଣି ପାରିବେ ଯେ ତାଙ୍କ ନାମ ଲାଭ ପାଇବା ତାଲିକାବୁକ୍ତ ଅଟେ କି ନାହିଁ।
ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ସରକାର ତରଫରୁ ଏପରି କୌଣସି ସୁବିଧା କିମ୍ବା ଯୋଜନା ପ୍ରାରମ୍ଭ କରା ଯାଇ ନାହିଁ।

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ମେସେଜ୍ ରେ ଦିଆ ଯାଇଥିବା ଲିଙ୍କ୍ ଖୋଲି ଦେଖିଲୁ। ଆମେ ଜାଣିବାକୁ ପାଇଲୁ ଯେ ମେସେଜ୍ ରେ ଥିବା ଲିଙ୍କ୍ କୌଣସି ସରକାରୀ ୱେବସାଇଟର ନୁହେଁ। ସେଠାରୁ ଆମକୁ ଭାଇରାଲ ମେସେଜର ବିଶ୍ଵସନୀୟତା ଉପରେ ସନ୍ଦେହ ହେଲା।

ଏହା ପରେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ୬ ଜୁନ୍ ୨୦୨୨ ରେ ପିଆଇବି ଏକ ଟୁଇଟ ଜାରି କରି ଏହି ଭାଇରାଲ ଦାବିର ଖଣ୍ଡନ କରିଛି। ଟୁଇଟରେ କୁହା ଯାଇଛି ଯେ “ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ନାମରେ ଏକ ମେସେଜ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ଦାବି କରା ଯାଇଛି ଯେ ୧୯୯୦ ରୁ ୨୦୨୧ ମସିହା ମଧ୍ୟରେ କାର୍ଯ୍ୟ କରୁଥିବା ଶ୍ରମିକ ମାନଙ୍କୁ ସରକାର ୧୫୫,୦୦୦ ଟଙ୍କା ଲାଭ ଦେଉଛି। ଏହା ଏକ ସ୍କ୍ଯାମ୍ ଅଟେ। ଶ୍ରମ ମନ୍ତ୍ରାଳୟ ଦ୍ଵାରା ଏପରି କୌଣସି ଯୋଜନା ଆରମ୍ଭ କରା ଯାଇ ନାହିଁ।“
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଏହା ଏକ ସ୍କ୍ଯାମ୍ ଅଟେ। ପିଆଇବି ସ୍ପଷ୍ଟ କରିଛି ଯେ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଏପରି କୌଣସି ଯୋଜନା ଆରମ୍ଭ କରି ନାହିଁ।

Title:କ’ଣ ଶ୍ରମ ଏବଂ ରୋଜଗାର ମନ୍ତ୍ରାଳୟ ଶ୍ରମିକମାନଙ୍କୁ ୧୫୫,୦୦୦ ଟଙ୍କାର ଲାଭ ଦେଉଛି କି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
