
ବିଜେପିର ପୂର୍ବତନ ମୁଖପାତ୍ର ନୁପୁର ଶର୍ମାଙ୍କ ଟିଭି ବିତର୍କ ସମୟରେ ପ୍ରୋଫେଟ୍ ମୋହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଶରେ ସାମ୍ପ୍ରଦାୟିକ ମତଭେଦ ସୃଷ୍ଟି କରିଛି।
ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଜନସମାଗମରେଲି କରୁଥିବା ଦେଖିବାକୁ ମିଳିଛି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଭିଡିଓ ଜାମ୍ମୁରୁ ଆସିଛି ଯେଉଁଥିରେ ସ୍ଥାନୀୟ ହିନ୍ଦୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ସାମନାକୁ ଆସିଛନ୍ତି।
କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ହନୁମାନ ଜନ୍ମୋତ୍ସବ ଅବସରରେ ନୋଏଡା ସହରରେ ବିଶ୍ଵ ହିନ୍ଦୁ ପରିଷଦ ଦ୍ଵାରା ଆୟୋଜିତ ଏକ ପୁରୁଣା ଭିଡିଓକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ, “ନୁପୁର ଶର୍ମାଙ୍କ ସମର୍ଥନରେ ବାହାରିଲେ ଜାମୁର ହିନ୍ଦୁ ଭାଇ ମାନେ। ଏବେ ପୁରା ବିଶ୍ଵ ଦେଖିବ ହିନ୍ଦୁ ମାନଙ୍କର ଏକଟା ଏବଂ ସାହାସ।”
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓକୁ ଆମେ ବିଭିନ୍ନ ଫ୍ରେମରେ ବିଭାଜିତ କରି ଆମ ଅନୁସନ୍ଧାନ ଆରମ୍ଭ କରିଲୁ। ଫ୍ରେମ ଗୁଡିକର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ୧୮ ଏପ୍ରିଲ ୨୦୨୨ ରେ ବିଶ୍ଵ ହିନ୍ଦୁ ପରିଷଦର ୟୁଟ୍ୟୁବ ଚ୍ୟାନାଲରେ ସମାନ ଭିଡିଓ ଅପ୍ଲୋଡ ହେଇଥିବା ମିଳିଲା।
ଭିଡିଓ ସହିତ ଦିଆ ଯାଇଥିବା ବର୍ଣ୍ଣନାରେ ଉଲ୍ଲେଖ କରା ଯାଇଛି ଯେ ଏହା ଭିଏଚପି ଏବଂ ବଜରଙ୍ଗ ଦଳର ମିଳିତ ଉଦ୍ୟମରେ ହନୁମାନ ଜନ୍ମୋତ୍ସବ ଅବସରରେ ନୋଏଡା ସହରରେ ଆୟୋଜିତ ହେଇଥିବା ଶୋଭା ଯାତ୍ରାର ଭିଡିଓ ଅଟେ। ଏଥିରେ ପ୍ରାୟ ୧୫୦୦୦ ଲୋକ ଅଂଶଗ୍ରହଣ କରିଥିଲେ।
ସମାନ ଭିଡିଓ ବିଶ୍ଵ ହିନ୍ଦୁ ପରିଷଦର ଫେସବୁକ ପେଜରେ ମଧ୍ୟ ପୋଷ୍ଟ ହେଇଛି।
ଭାଇରାଲ ଭିଡିଓ ଏବଂ ଭିଏଚପି ଦ୍ଵାରା ପୋଷ୍ଟ କରା ଯାଇଥିବା ଭିଡିଓ ମଧ୍ୟରେ ଆମକୁ ଅନେକ ସମାନତା ଦେଖିବାକୁ ମିଳିଲା। ଦୁଇଟି ଭିଡିଓରେ ଡାହାଣ ପାର୍ଶ୍ଵରେ ସମାନ ଉଚ୍ଚ ବିଲଡିଙ୍ଗ ଅଛି। ରାସ୍ତାରେ ଲୋକଙ୍କୁ ନେଇକି ଯାଉଥିବା ସମାନ ଟ୍ରକ୍ ମଧ୍ୟ ଦେଖି ପାରିବେ। ନିମ୍ନରେ ଦିଆ ଯାଇଥିବା ଫୋଟୋରେ ଉଭୟ ଭିଡିଓ ମଧ୍ୟରେ ତୁଳନା ଦେଖନ୍ତୁ।

ଗତ ମାସ ନୁପୁର ଶର୍ମା ପ୍ରୋଫେଟ୍ ମୋହମ୍ମଦଙ୍କ ବିଷୟରେ ଏକ ଅପମାନଜନକ କଥା କହିଥିଲେ କିନ୍ତୁ ଭାଇରାଲ ଭିଡିଓ ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଦେଇଥିବାର ଅନେକ ଦିନ ପୂର୍ବରୁ ଇଣ୍ଟର୍ନେଟରେ ଉପଲବ୍ଧ ଅହଚି।
ତେଣୁ, ନୁପୁର ଶର୍ମାଙ୍କ ସମ୍ପ୍ରତି ବିବାଦ ସହିତ ଭାଇରାଲ ଭିଡିଓର କୌଣସି ସମ୍ବନ୍ଧ ଥିବା ଅସମ୍ଭବ ଅଟେ।
ଫ୍ୟାକ୍ଟ କ୍ରିଷେଣ୍ଡୋ, ଦିଲ୍ଲୀର ଭିଏଚପି କାର୍ଜ୍ଯାଳୟରେ ଯୋଗାଯୋଗ କରିଲା। ଦଳର ଜଣେ ସଦସ୍ୟ ଆମକୁ ସୂଚନା ଦେଲେ ଯେ ଭାଇରାଲ ଭିଡିଓ ଚଳିତ ବର୍ଷ ଏପ୍ରିଲ ମାସରେ ନୋଏଡାରେ ଆୟୋଜିତ ହେଇଥିବା ହନୁମାନ ଜନ୍ମୋତ୍ସବ ଅବସରରେ ଏକ ଶୋଭା ଯାତ୍ରା ରେଲିର ଭିଡିଓ ଅଟେ। ନୁପୁର ଶର୍ମାଙ୍କ ସମର୍ଥନରେ ଭିଏଚପି କୌଣସି ରେଲି ଆୟୋଜିତ କରି ନାହିଁ।
ଶେଷକଥା:
ଭିଡିଓ ସହିତ କରା ଯାଇଥିବା ଦାବିକୁ ଫ୍ୟାକ୍ଟ କ୍ରିଷେଣ୍ଡୋ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ନୋଏଡାର ଅଟେ ଏବଂ ଭିଏଚପି ଦ୍ଵାରା ହନୁମାନ ଜୟନ୍ତୀ ଅବସରରେ ଆୟୋଜିତ କରା ଯାଇଥିଲା। ଏହି ଭିଡିଓର ନୁପୁର ଶର୍ମା କିମ୍ବା ଜାମ୍ମୁ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଭାଇରାଲ ଭିଡିଓରେ ଜାମ୍ମୁର ହିନ୍ଦୁ ମାନେ ନୁପୁର ଶର୍ମାଙ୍କ ସମର୍ଥନରେ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
