
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ସମାଗମ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି। ଦାବି ଅନୁଯାୟୀ ଏହା ରାଜସ୍ଥାନର ଦୃଶ୍ୟ ଅଟେ ଯେଉଁଠାରେ ସ୍ଥାନୀୟ ହିନ୍ଦୁ ମାନେ ମୁସ୍ଲିମ ମାନଙ୍କ ନମାଜକୁ ଅବରୋଧ କରି ରାସ୍ତାରେ ହନୁମାନ ଚାଳିଶା ପାଠ କରୁଛନ୍ତି।
ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ରାଜସ୍ଥାନର ନୁହେଁ ବରଂପ୍ପାକିସ୍ତାନର ଏକ ପୁରୁଣା ଭିଡିଓ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଦାବି କରା ଯାଇଛି ଯେ “ରାଜସ୍ଥାନ ର ଜୟପୁର ଠାରେ ସଡ଼କରେ ନମାଜ୍ କୁ ଚ୍ୟାବେଞ୍ଜ୍ କରି ହିନ୍ଦୁମାନଙ୍କ ଦ୍ବାରା ସଡ଼କରେ ସାମୂହିକ ହନୁମାନ ଚାଳିଷା ପାଠ କରାଯାଇଛି”
ଆମ ଅନୁସନ୍ଧାନ:
ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ୧୪ ଏପ୍ରିଲ ୨୦୨୧ ରେ ହିନ୍ଦୁସ୍ଥାନ ଟାଇମ୍ସର ୟୁଟ୍ୟୁବ ଚ୍ୟାନାଲରେ ଏହି ଘଟଣା ଜଡ଼ିତ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ପାକିସ୍ତାନ ସରକାର ଇସଲାମବାଦି ଦଳ ଉପରେ ପ୍ରତିବନ୍ଧକ ଲଗାଇବାର ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି କାରଣରୁ ତେହେରିକ-ଇ-ଲବାଇକ୍ ଦଳ ସମର୍ଥକ ମାନେ ପୋଲିସ ଉପରେ ଆକ୍ରମଣ କରିଥିଲେ। ଏହି ଭିଡିଓରେ ଭାଇରାଲ ହେଉଥିବା ଭିଡିଓର କିଛି ଅଂଶ ୨୧ ସେକେଣ୍ଡରୁ ନେଇ ୩୩ ସେକେଣ୍ଡ ମଧ୍ୟରେ ଦେଖିବାକୁ ମିଳିଛି।
ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଭାଇରାଲ ଭିଡିଓର ସମ୍ପ୍ରତି ସମୟରେ ଭାରତରେ ଚାଲୁଥିବା ହିଂସା ସହିତ କୌଣସି ସମ୍ବନ୍ଧ ନାହିଁ।
ଭାଇରାଲ ଭିଡିଓରେ ଆମକୁ ପ୍ରଦର୍ଶନ ସ୍ଥାନରେ ଏକ ମେଟ୍ରୋ ଟ୍ରେନ୍ ମଧ୍ୟ ଦେଖିବାକୁ ମିଳିଲା। ଏହି ମେଟୋ କମଳା ରଙ୍ଗର ଥିବା ଚିହ୍ନଟ ହୋଇଛି। ଆମେ ଏହି ମେଟ୍ରୋ ଲାଇନ୍ ଫୋଟୋ ସର୍ଚ୍ଚ କରିଲୁ ଏବଂ ଭିଡିଓଟି ପାକିସ୍ତାନର ବୋଲି ଦର୍ଶାଉଥିବା ଅନେକ ସମାନତା ପାଇଲୁ।
ନିମ୍ନରେ ଆପଣ ମାନେ ଏହି ସମାନତାକୁ ଦେଖି ପାରିବେ।

୪ ଜାନୁଆରୀ ୨୦୨୧ ମସିହାରେ ସମାନ ଭିଡିଓ ଆମକୁ ୟୁଟ୍ୟୁବର ଅନ୍ୟ ଏକ ଚ୍ୟାନାଲରେ ମଧ୍ୟ ପ୍ରସାରିତ ହେଇଥିବା ମିଳିଲା। ଭିଡିଓର ବିବୃତ୍ତି ଅନୁଯାୟୀ ଭାଇରାଲ ଭିଡିଓ ପାକିସ୍ତାନର ଲାହୋର ସହରର ଅଟେ। ଭିଡିଓର ଶୀର୍ଷକରେ ଉଲ୍ଲେଖ କରା ଯାଇଛି ଯେ ଏହା ଅଲାମା ଖାଦିମ ହୁସେନ୍ ରିଜଭିଙ୍କର ଛେଲମର ଭିଡିଓ ଅଟେ।
ୱିକିପେଡିଆ ଅନୁଯାୟୀ ଜଣେ ବ୍ୟକ୍ତିଙ୍କର ମୃତ୍ୟୁର ୪୦ ଦିନ ପରେ ଇସଲାମରେ ଛେଲମ ନାମକ ଏକ ଧାର୍ମିକ ରୀତିନୀତି ପାଳନ କରା ଯାଏ।
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଖାଦିମ ହୁସେନ୍ ଋଯଭି ତେହେରିକ-ଇ-ଲାବାଇକ ପାକିସ୍ତାନ ନାମକ ଏକ ରାଜନୈତିକ ଦଳର ଅଧ୍ୟକ୍ଷ ଥିଲେ। ୧୯ ନଭେମ୍ବର ୨୦୨୦ ରେ ୫୪ ବର୍ଷ ବୟସରେ ତାଙ୍କ ମୃତ୍ୟୁ ହୋଇଥିଲା। ୩ ଜାନୁଆରୀ ୨୦୨୧ ରେ ଲାହୋରର ରେହମାତୁଲ ଲିଲ ଅଲାମିନ ମସଜିଦରେ ତାଙ୍କର ଛେଲମ ପାଳନ କରା ଯାଇଥିଲା। ଏହି ଅବସରରେ ଲକ୍ଷେ-ଲକ୍ଷେ ଲୋକେ ଯୋଗଦାନ ଦେଇଥିଲେ ଯାହାକୁ ଅନେକ ଗଣମାଧ୍ୟମରେ ପ୍ରକାଶିତ କରା ଯାଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭିଡିଓ ସହିତ କରା ଯାଇଥିବା ଦାବିରେ କାଉନୟ ସତ୍ୟତା ନାହିଁ। ଭାଇରାଲ ଭିଡିଓ ପାକିସ୍ତାନର ଲାହୋର ସହରର ଘଟଣା ଅଟେ ଯାହାକୁ ରାଜସ୍ଥାନରେ ହିନ୍ଦୁ ମାନଙ୍କ ଦ୍ଵାରା ରାସ୍ତାରେ ହନୁମାନ ଚାଳିଶା ପାଠ କରୁଥିବା ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

Title:ପାକିସ୍ତାନର ଏକ ପୁରୁଣା ଭିଡିଓକୁ ରାଜସ୍ଥାନର ରାସ୍ତାରେ ନମାଜକୁ ବିରୋଧ କରି ହିନ୍ଦୁ ମାନେ ହନୁମାନ ଚାଳିଶା ପାଠ କରୁଥିବା ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।
Fact Check By: Siddharth SahuResult: False
