
ଗୁଜୁରାଟର ପାଟିଦାର ନେତା ହାର୍ଦ୍ଦିକ ପଟେଲ ବର୍ତ୍ତମାନ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି। ଏହା ପରେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଦାବି ହେଉଛି ଯେ ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗଦେବା ମାତ୍ରେ ତାଙ୍କୁ ଚାପୁଡ଼ା ମରାଗଲା।
Alok Bhutia ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରି ଲେଖିଛନ୍ତି ଯେ, ସୋସିଆଲ ମିଡ଼ିଆରୁ,,,,,,ଚଳଚିତ୍ର ମଧ୍ୟ କହୁଛି କଥା, ଭିଡିଓର କମେଣ୍ଟରେ ଲେଖାଯାଇଛି ଯେ, ହୀର୍ଦିକ ପଟେଲ ବିଜେପିରେ ଯୋଗ ଦେଲା ମାତ୍ରେ ତାଙ୍କୁ ଚାପୁଡ଼ା ମରାଗଲା।
ଏହି ଭିଡିଓ ଅନ୍ୟ ଫେସବୁକ ପେଜରେ ମଧ୍ୟ ଶେୟାର କରାଯାଇଛି। ଏଠାରେ ଲିଙ୍କ ଦେଖନ୍ତୁ।
ଅନୁସନ୍ଧାନ-
ଭାଇରାଲ୍ ଭିଡିଓର ରିଭର୍ସ-ଇମେଜ୍ କରିବା ପରେ ଭାଇରାଲ ଭିଡିଓ ଆମେ NDTV ରେ ପାଇଲୁ। ଯାହା 19 ଏପ୍ରିଲ 2019 ରେ ପ୍ରକାଶିତ ହୋଇଥିଲା | ଖବର ଅନୁଯାୟୀ, 2019 ରେ ହାର୍ଦ୍ଦିକ ପଟେଲ ଗୁଜୁରାଟର ସୁରେନ୍ଦ୍ର ନାଗର ଜିଲ୍ଲାରେ ଏକ ନିର୍ବାଚନୀ ସମାବେଶକୁ ସମ୍ବୋଧିତ କରିବାକୁ ଯାଇଥିଲେ। ତା’ପରେ ଜଣେ ଅଜ୍ଞାତ ବ୍ୟକ୍ତି ତାଙ୍କୁ ମଞ୍ଚ ଉପରେ ଚାପୁଡ଼ା ମାରିଥିଲା। ହାର୍ଦ୍ଦିକ ପଟେଲ ସେତେବେଳେ କଂଗ୍ରେସର ନେତା ଥିଲେ। ଆପଣ ଏହି ଖବର ABP ନ୍ୟୁଜ୍ ରେ ମଧ୍ୟ ଦେଖିପାରିବେ।
ଏହି ଘଟଣାର ଖବର ଦି ହିନ୍ଦୁ ଏବଂ ଦି ପ୍ରିଣ୍ଟରେ ମଧ୍ୟ ପ୍ରକାଶିତ ହୋଇଛି। ANI ନ୍ୟୁଜରେ ପ୍ରକାଶିତ ଖବର ଅନୁଯାୟୀ, ଭାଇରାଲ୍ ଭିଡିଓରେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଥିବା ବ୍ୟକ୍ତିଙ୍କ ନାମ ତରୁଣ ଗଜାର ଏବଂ ସେ ସ୍ୱୀକାର କରିଛନ୍ତି ଯେ ସେ କିଛି ବ୍ୟକ୍ତିଗତ କାରଣରୁ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରିଛନ୍ତି।
ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ହାର୍ଦ୍ଦିକ ପଟେଲଙ୍କ ନିକଟରେ ବିଜେପିରେ ଯୋଗଦେବା ସହିତ ଭାଇରାଲ ଭିଡିଓର କୌଣସି ସମ୍ପର୍କ ନାହିଁ।
ଦି ହିନ୍ଦୁରେ ପ୍ରକାଶିତ ଖବର ଅନୁଯାୟୀ ହାର୍ଦ୍ଦିକ ପଟେଲ କିଛି ଦିନ ପୂର୍ବରୁ ବିଜେପିରେ ଯୋଗ ଦେଇଥିଲେ। ଗୁଜୁରାଟ ବିଧାନସଭା ନିର୍ବାଚନର ମାତ୍ର 6 ମାସ ପୂର୍ବରୁ ରାଜ୍ୟ ରାଜନୀତିରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି। କଂଗ୍ରେସ ଛାଡିବା ପରେ ପାଟିଦାର ନେତା ହାର୍ଦ୍ଦିକ ପଟେଲ ବିଜେପିରେ ଯୋଗ ଦେଇଥିଲେ।
ଶେଷକଥା–
ତଥ୍ୟ ଯାଞ୍ଚ କରିବା ପରେ, ଆମେ ଜାଣିବାକୁ ପାଇଲୁ ଯେ ହାର୍ଦ୍ଦିକ ପଟେଲଙ୍କ ବିଜେପିରେ ଯୋଗଦେବା ପରେ ଚାପୁଡ଼ା ମାରିବାର ଭାଇରାଲ ଭିଡିଓ 2019ର ଅଟେ। ସେତେବେଳେ ହାର୍ଦ୍ଦିକ ପଟେଲ କଂଗ୍ରେସରେ ଥିଲେ। ଭିଡିଓ ସହିତ କରାଯାଇଥିବା ଦାବି ମିଥ୍ୟା ଅଟେ।

Title:ବିଜେପିରେ ଯୋଗଦେବା ମାତ୍ରେ ହାର୍ଦ୍ଦିକ ପଟେଲଙ୍କୁ ଚାପୁଡ଼ା ମାରାଗଲା ? ମିଥ୍ୟା ଦାବି ସହିତ ପୁରୁଣା ଭିଡିଓ ଭାଇରାଲ୍ ..
Fact Check By: Saritadevi SamalResult: False
