
ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି, ଯେଉଁଥିରେ କିଛି ଲୋକ ତ୍ରିରଙ୍ଗା ପତାକା ଜାଳୁଥିବାର ଦେଖାଯାଉଛନ୍ତି। ଫୋଟୋରେ ମୁସ୍ଲିମ ଲୋକମାନେ ଏହି ତ୍ରିରଙ୍ଗା ପତାକା ଜଳାଉଥିବାରୁ ଏହାକୁ ସାମ୍ପ୍ରଦାୟକ ରୂପ ଦେଇ ଭାଇରାଲ କରାଯାଉଛି। ଫୋଟୋ ସହିତ ଦାବି କରାଯାଉଛି ଯେ, ଭାଇରାଲ ହେଉଥିବା ଏହି ଫୋଟୋ ଭାରତର ଅଟେ।
Rashmi Ranjan Barik ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଫୋଟୋ ସେୟାର କରି ଲେଖିଛନ୍ତି ଯେ, ଏମାନଙ୍କ ବିରୋଧ କେବଳ ଜଣେ ବ୍ୟକ୍ତି ଙ୍କୁ ନୁହେଁ ସମଗ୍ର ଭାରତବର୍ଷ କୁ ବିରୋଧ ଏମାନଙ୍କ ଲକ୍ଷ । ବୁଝିଜ ଇ time ରୁ ଏମାନେ କାଣା ଚାହୁଁଛନ୍ ଯେ।

ତେବେ ତ୍ରିରଙ୍ଗା ଜାଳୁଥିବା ଏହି ଫୋଟୋ ଭାରତର। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। ଆମ ଅନୁସନ୍ଧାନ ପଢ଼ନ୍ତୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଆମେ ଭାଇରାଲ ଫୋଟୋକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଭାଇରାଲ ଫୋଟୋ ଆମକୁ ଏଠାରେ, ଏଠାରେ ଏବଂ ଏଠାରେ ଦେଖିବାକୁ ମିଳିଲା। ପ୍ରକାଶିତ ଆର୍ଟିକିଲ ଅନୁଯାୟୀ, ଲାହୋରରେ ଏକ ପ୍ରଦର୍ଶନ ସମୟରେ ଧାର୍ମିକ ଗୋଷ୍ଠୀର ସମର୍ଥକମାନେ ମହମ୍ମଦଙ୍କ ଉପରେ ବିଜେପି ମୁଖପାତ୍ରଙ୍କ ମନ୍ତବ୍ୟ ବିରୁଦ୍ଧରେ ଭାରତୀୟ ପତାକା ଜାଳିଥିଲେ।

ସମାନ ପ୍ରଦର୍ଶନରୁ ଭାରତୀୟ ପତାକାକୁ ଅପମାନିତ କରୁଥିବା ଅନ୍ୟ ଏକ ଦୃଶ୍ୟ ଷ୍ଟକ୍ ଇମେଜ୍ ୱେବସାଇଟ୍ ଆଲାମରେ ଦେଖିବାକୁ ମିଳେ। ଚିତ୍ର ସହିତ ଦିଆଯାଇଥିବା ବର୍ଣ୍ଣନାରେ ଲେଖା ଅଛି, ‘ଲାହୋର, ପାକିସ୍ଥାନରେ 09 ଜୁନ୍ 2022 ଲାହୋରରେ ମହମ୍ମଦ ଉଲାମା-ଇ-ନିଜାମିଆ ପାକିସ୍ତାନର କର୍ମକର୍ତ୍ତାମାନେ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ନୂପୁର ଶର୍ମାଙ୍କ ବିରୋଧ ପ୍ରଦର୍ଶନ କରିଥିଲେ।

ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ତ୍ରିରଙ୍ଗା ପତକା ଜାଳୁଥିବା ମୁସ୍ଲିମମାନଙ୍କ ଏହି ଫୋଟୋ ଭାରତର ନୁହେଁ ପାକିସ୍ତାନ ଲାହୋର ଅଟେ।
