ଭାରତର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଘଟଣାକୁ ଦିଲ୍ଲୀରେ ହିନ୍ଦୁ ସଂକଲ୍ପ ଯାତ୍ରାର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

False Social

ରାଜସ୍ଥାନର ଉଦୟପୁର, ଏବଂ ମହାରାଷ୍ଟ୍ରର ଅମରାବତି ଅଞ୍ଚଳରେ ଘଟିଥିବା ହତ୍ୟାକାଣ୍ଡର ବିରୋଧ କରି ବିଶ୍ଵ ହିନ୍ଦୁ ପରିଷଦ ସମ୍ବିଧାନ ସଂକଲ୍ପ ଯାତ୍ରା ନାମର ଏକ ରେଲି ଦିଲ୍ଲୀରେ ଆୟୋଜିତ କରିଥିଲା। ଦିଲ୍ଲୀର ମଣ୍ଡୀ ହାଉସ ଅଞ୍ଚଳରୁ ଯନ୍ତର ମନ୍ତର ଅଞ୍ଚଳ ତକ ଏହି ରେଲି କରା ଜୀବ ଯେଉଁଥିରେ ୫୦ ହଜାର ଲୋକେ ଯୋଗଦାନ ଦେବେ ବୋଲି ଦାବୋ କରା ଯାଇଥିଲା। 

ଏହି ପ୍ରସଙ୍ଗରେ ବର୍ତ୍ତମାନ ସୋସିଆଲ ମିଡିଆରେ ଦୁଇଟି ଫୋଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଲୋକଙ୍କ ବିଶାଳ ଜନସମାଗମ ଏକତ୍ର ହେଇଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛୁ ଯେ ଏହା ନିକଟରେ ଦିଲ୍ଲୀରେ ଆୟୋଜିତ ହେଇଥିବା ହିନ୍ଦୁ ସଂକଲ୍ପ ଯାତ୍ରାର ଫୋଟୋ ଅଟେ। 

ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାରତର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଘଟଣାକୁ ଦିଲ୍ଲୀରେ ହିନ୍ଦୁ ସଂକଲ୍ପ ଯାତ୍ରାର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ? 

ଫୋଟୋ ଭାଇରାଲ କରି ପୋଷ୍ଟରେ ଦାବି କରା ଯାଇଛି ଯେ ଆଜି ଦିଲ୍ଲୀରେ ହୀନଶୁ ସଂକଲ୍ପ ଯାତ୍ରା ରେ ପ୍ରଚଣ୍ଡ ଜନସମୁଦ୍ର । ଏ ହେଉଛି ହିନ୍ଦୁ ଏକତା। ପୁରା ଭଗୱା ମୟ ହେଲା ରାଜଧାନୀ।

Facebook | Archive

ଆମ ଅନୁସନ୍ଧାନ: 

ପ୍ରଥମ ଫୋଟୋ: 

ଭାଇରାଲ ହେଇଥିବା ପ୍ରଥମ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ୨୫ ଅଗଷ୍ଟ ୨୦୨୧ ମସିହାର ପତ୍ରିକା ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଘଟଣା ମଧ୍ୟପ୍ରଦେଶର ଇନ୍ଦୋର ସହରର ଅଟେ। ହିନ୍ଦୁ ମାନଙ୍କ ବିରୁଦ୍ଧରେ ବଢୁଥିବା ଅରାଜକତାକୁ ବିରୋଧ କରି ଏହି ରେଲିର ଆୟୋଜନ କରା ଯାଇଥିଲା। 

ଘଟଣା ଏହା ଥିଲା ଯେ ଜଣେ ଚୂଡ଼ି ବ୍ୟବସାୟୀଙ୍କ ଉପରେ ଆକ୍ରମଣ ପରେ ହିନ୍ଦୁ ସମ୍ପ୍ରଦାୟ ଲୋକେ ଇନ୍ଦୋରର ରିଗାଳ ଛକରେ ପ୍ରଦର୍ଶନ କରିଥିଲେ। ବିନା ଅନୁମତି ପ୍ରଦର୍ଶନ କରିଥିବାରୁ ପୋଲିସ ୨୫୦୦ ପ୍ରଦର୍ଶନକାରୀଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି। କିନ୍ତୁ ସେହି ସମୟରେ ହିନ୍ଦୁ ଜାଗରଣ ମଞ୍ଚ ଅଧ୍ୟକ୍ଷ ପଣ୍ଡିତ ରାଜାପାଳ ଯୋଶୀ କହିଥିଲେ ଯେ ଏହି ପ୍ରଦରହଣ ପାଇଁ ପୋଲିସ ଠାରୁ ଅନୁମତି ନିଆ ଯାଇଥିଲା। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୨୪ ଅଗଷ୍ଟ ୨୦୨୧ ରେ ଦି ୱାୟାର ୱେବସାଇଟରେ ସମାନ ଘଟଣା ବିଷ୍ୟରେ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟରେ କୁହା ଯାଇଛି ଯେ ମଧ୍ୟପ୍ରଦେଶର ଇନ୍ଦୋରର ଏକ ହିନ୍ଦୁ ଅଞ୍ଚଳରେ ଜଣେ ମୁସ୍ଲିମ ଚୂଡ଼ି ବ୍ୟବସାୟୀଙ୍କୁ ଏକ ନାବାଳିକା ସହିତ ଦୁର୍ବ୍ୟବହାର କରିବା କାରଣରୁ ସ୍ଥାନୀୟ ଲୋକମାନେ ଆକ୍ରମଣ କରିଥିଲେ। ପୋଲିସ ଚୂଡ଼ିୱାଲା ଏବଂ ଆକ୍ରମଣକାରୀ ମାନଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ସେହି ନାବାଳିକା ମଧ୍ୟ ପୋଲିସ ନିକଟରେ ସାକ୍ଷୀ ଦେଇଥିଲା ଯେ ଚୂଡ଼ି ବ୍ୟବସାୟୀ ତାକୁ ଚୂଡ଼ି ପିନ୍ଧାଇବା ବାହାନାରେ ଅଶଳିଳ ଭାବରେ ସ୍ପର୍ଶ କରୁଥିଲା। 

ଫୋଟୋ ୨: 

ଭାଇରାଲ ପୋଷ୍ଟର ଦ୍ଵିତୀୟ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ୩୦ ଜୁନ୍ ୨୦୨୨ ରେ ହିନ୍ଦୁସ୍ତାନ ସମାଚାର ୱେବସାଇଟରେ ସମାନ ଫୋଟୋ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଫୋଟୋ ରାଜସ୍ଥାନର ଉଦୟପୁରର ଅଟେ। ଉଦୟପୁରର ହତ୍ୟା ଘଟଣା ପରେ ହିନ୍ଦୁ ସମାଜର ଲୋକ ମାନେ ଅଭିଯୁକ୍ତଙ୍କ ପାକିସ୍ତାନ ସହିତ ସମ୍ବନ୍ଧ ହେଇଥିବା ନେଇ ଯାଞ୍ଚ ଏବଂ ତାଙ୍କୁ ମୃତ୍ୟୁ ଦଣ୍ଡ ଦେବା ପାଇଁ କର୍ଫ୍ଯୁ ମଧ୍ୟରେ ଏକ ରେଲି ବାହାର କରିଥିଲେ। ଏହା ଏକ ନୀରବ ରେଲି ଥିଲା। ଆତଙ୍କବାଦୀଙ୍କ ବିରୁଦ୍ଧରେ କାର୍ଯ୍ୟନୁଷ୍ଠାନ, ହତୟାକାରୀଙ୍କ ମୃତ୍ୟୁ ଏବଂ କାହ୍ନଇୟାଲାଲଙ୍କୁ ନ୍ୟାୟ ପ୍ରଦାନ କରିବା ସମର୍ଥନରେ ନାରା ମଧ୍ୟ ଦିଆ ଯାଇଥିଲା। 

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ପୋଷ୍ଟ ହେଇଥିବା ପ୍ରଥମ ଫୋଟୋ ଗତ ବର୍ଷ ୨୦୨୧ ରେ ଇନ୍ଦୋରର ଅଟେ ଏବଂ ଦ୍ଵିତୀୟ ଫୋଟୋ ଉଦୟପୁର ର ଅଟେ। ଭାରତର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଘଟଣାକୁ ଦିଲ୍ଲୀରେ ହିନ୍ଦୁ ସଂକଲ୍ପ ଯାତ୍ରାର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:ଭାରତର ଅନ୍ୟାନ୍ୟ ସ୍ଥାନରେ ଘଟିଥିବା ଘଟଣାକୁ ଦିଲ୍ଲୀରେ ହିନ୍ଦୁ ସଂକଲ୍ପ ଯାତ୍ରାର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *