
ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରାଯାଇ ଦାବି କରାଯାଇଛି ଯେ, ଆସାମର ବାତ୍ୟାରେ ଜଣେ ଜୁବକ ଦୁଇ ଜଣ ଛୁଆକୁ ବଞ୍ଚାଉଥିବାର ଦେଖାଯାଉଛି। ପୋଷଟ ସହିତ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ଆସାମ ବତ୍ୟାର ଅଟେ।
Sharechatରେ ଭାଇରାଲ ପୋଷ୍ଟ ସେୟାର କରାୟାଇ ଦାବି କରାଯାଇଛି ଯେ, ଆସାମର ବନ୍ୟାରେ ଦୁଇଟି ପିଲା ଭାସିଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ବଞ୍ଚାଇଛନ୍ତି। ଆମ ଅନୁସନ୍ଧାନ ପୂର୍ୂରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ଲିଙ୍କ ଦେଖନ୍ତୁ।

ସେୟାର ଚାଟ୍। ଆର୍କାଇଭ
ତେବେ ଭାଇରାଲ ପୋଷ୍ଟରେ ପ୍ରକାଶିତ ଖବର ଆସାମର ନାହିଁ ତାହା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ଭରେ ଭାଇରାଲ୍ ପୋଷ୍ଟର ଫୋଟୋକୁ ରିଭର୍ସ ଇମେଜ କରିଲୁ। ଯେଉଁଥିରେ ଆମକୁ କିଛି ରିପୋର୍ଟ ମିଳିଲା। ଏହିପରି ଏକ ଖବର ଅନୁଯାୟୀ, ଅଲି ବିନ୍ ନାସିର ଅଲ-ୱାର୍ଡି ନାମକ ଜଣେ ଫଟୋଗ୍ରାଫର ଯିଏ ଫଟୋ ଉଠାଇବା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ଥିଲେ, ବନ୍ୟାରେ ବୁଡ଼ି ଯାଇଥିବା ଦୁଇ ପିଲାଙ୍କ ଜୀବନ ରକ୍ଷା କରିଥିଲେ। ଏହା ସହୀତ ଭାଇରାଲ ଭିଡିଓ ଆସାମର ନୁହେଁ। ଭାଇରାଲ ଭିଜୁଆଲରେ ଜଣେ ବ୍ୟକ୍ତି ଦୁଇଜଣ ପିଲାଙ୍କୁ ବନ୍ୟାରେ ବୁଡ଼ିଯିବାରୁ ଉଦ୍ଧାର କରୁଥିବା ଓମାନର ବାହଲା ସହରର ଅଟେ।

25 ଜୁନ 2022ରେ times of omanରେ ପ୍ରକାଶିତ ସମ୍ବାଦ ପ୍ରବନ୍ଧ ଅନୁଯାୟୀ, ଏହା ସ୍ପଷ୍ଟ ଯେ ପିଲାମାନେ ସ୍ଥାନରେ ଉପସ୍ଥିତ ଜଣେ ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଉଦ୍ଧାର ହୋଇଥିଲେ। ଆହୁରି ମଧ୍ୟ, ପ୍ରବନ୍ଧରେ ଜଣାଯାଇଛି ଯେ ତାଙ୍କର ସାହସିକତା ପାଇଁ ପୋଲିସ ଏବଂ ସରକାରୀ ଅଧିକାରୀ ତାଙ୍କୁ ପ୍ରଶଂସା କରିଥିଲେ। ଏଠାରେ ବ୍ୟକ୍ତିର ଫୋଟୋ ମଧ୍ୟ ପ୍ରକାଶିତ କରାଯାଇଛି।

ଲିଙ୍କ- times of oman
ଏହି ଖବର ଆପଣ ଏଠାରେ ମଧ୍ୟ ଦେଖିପାରିବେ।
ଶେଷକଥା–
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଜଣେ ବ୍ୟକ୍ତି ବନ୍ୟା ପାଣିରେ ଭାସିଜାଉଥିବା ଛୁଆଙ୍କୁ ବଞ୍ଚାଇବାର ଭାଇରାଲ ଭିଡିଓ ଆସାମର ନୁହଁ ବରଂ ଓମାନର ବାହଲା ସହରର ଅଟେ।

Title:ବନ୍ୟା ପାଣିରେ ଭାସିଜାଉଥିବା ଛୁଆଙ୍କୁ ଜଣେ ଯୁବକ ବଞ୍ଚାଇବାର ଏହି ଖବର ଆସାମର ନୁହେଁ।
Fact Check By: Saritadevi SamalResult: False
