କ’ଣ କରୋନା ଟୀକା ଦ୍ଵାରା ରୋଗୀଙ୍କ ମୃତ୍ଯୁ ହେଉଛି? କ’ଣ ଟୀକା ନେବା ହାନିକାରକ? ଜାଣନ୍ତୁ ସତ୍ୟ। 

False Medical

ସୂଚନା ଅନୁଯାୟୀ ନିକଟରେ ଚାଇନା ପରେ, ଭାରତ ହେଉଛି ବିଶ୍ଵର ଦ୍ଵିତୀୟ ଦେଶ ଯିଏ ୨୦ କୋଟି ଠାରୁ ଅଧିକ ଲୋକଙ୍କୁ କୋଭିଡ ଟୀକାକରଣ କରିଛି। ଏହା ନେଇ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ କହିଛନ୍ତି ଯେ ଟୀକାକରଣ କୋଭିଡ ବିରୋଧ ଲଢେଇରେ ସ୍ଥିତିକୁ ମଜବୁତ କରିଛି। 

କୋଭିଡ ଟୀକା ନେଇ ସମୟ-ସମୟରେ ଆମେ ସୋସିଆଲ ମିଡିଆରେ ପୋଷ୍ଟ ଭାଇରାଲ ହେବାରେ ଦେଖିଛୁ। ଏହା ମଧ୍ୟରୁ କିଛି ପୋଷ୍ଟ ଏପରି ଦେଖିବାକୁ ମିଳିଛି ଯେଉଁଥିରେ ଲୋକଙ୍କୁ ଟୀକା ଜଡ଼ିତ ମିଥ୍ୟା ତଥ୍ୟ ଦେଇ ଟୀକା ଠାରୁ ଦୂରେଇ ରହିବାର ପରାମର୍ଶ ଦିଆ ଯାଇଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ କୁହା ଯାଇଛି ଯେ କୋଭିଡ ଟୀକା ନେବା ଫଳରେ ଲୋକଙ୍କ ମୃତ୍ୟୁ ହେଉଛି। 

ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। 

କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?

ପୋଷ୍ଟରେ କୁହା ଯାଇଛି ଯେ “କୋଭିଡ ଟୀକାର ସାଇଡ୍ ଇଫେକ୍ଟ ହେଉଛି ମୃତ୍ୟୁ। ଏହାର ଅନ୍ୟାନ୍ୟ ସାଇଡ୍ ଇଫେକ୍ଟ ମଧ୍ୟ ରହିଛି।”

Facebook | Archive

ଆମ ଅନୁସନ୍ଧାନ: 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସିଡ଼ିସି ୱେବସାଇଟରେ ଏହି ବିଷୟରେ ସୂଚନା ମିଳିଲା। ସିଡ଼ିସି ଅନୁଯାୟୀ କୋଭିଡ-୧୯ ଟୀକା ନିରାପଦ ଏବଂ ପ୍ରଭାବଶାଳି ଅଟେ ଏବଂ ଟୀକାକରଣ ପରେ କୌଣସି ପ୍ରକାରର ଭୟଙ୍କର ପ୍ରତିକ୍ରିୟା ବିରଳ ଅଟେ। ୬ ମାସ ଏବଂ ତଦୁର୍ଦ୍ଧ୍ଵ ଏବଂ ଯୋଗ୍ୟ ହେଲେ ୫ ବର୍ଷ କିମ୍ବା ଅଧିକ ବୟସଙ୍କ ପାଇଁ ବୁଷ୍ଟର ଟୀକା ନେବା ପାଇଁ ସିଡ଼ିସି ପରାମର୍ଶ ଦେଇଛି। 

କୋଭିଡ-୧୯ ଟୀକା ପରେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ହେଇଥିବା ଘଟଣା ଅତ୍ୟନ୍ତ ବିରଳ ଅଟେ। ଯଦି କୌଣସି କାରଣରୁ ଟୀକା ନେବା ପରେ କାହାରି ମୃତ୍ୟୁ ଘଟୁଛି ତେବେ ଏଫଡ଼ିଏ ସ୍ୱାସ୍ଥ୍ୟକର୍ମୀ ମାନଙ୍କୁ ତାହାର ରିପୋର୍ଟ ଅନୁରୋଧ କରିଛି। ରିପୋର୍ଟର ଅର୍ଥ ଏହା ନୁହେଁ ଯେ ଟୀକା କାରଣରୁ ସ୍ୱାସ୍ଥ୍ୟ ସମସ୍ଯା ସୃଷ୍ଟି ହେଇଛି। 

ଲାନସେଟ ୱେବସାଇଟରେ କୁହା ଯାଇଛି ଯେ କୋଭିଡ-୧୯ ସମ୍ବନ୍ଧୀୟ ମୃତ୍ଯୁର ରିପୋର୍ଟ ଅନୁସାରେ ଟୀକାକରଣ ୧୮୫ ଦେଶ ମଧ୍ୟରୁ ୧.୪୪ କୋଟି ଲୋକଙ୍କୁ ମୃତ୍ଯୁ ଠାରୁ ଉଦ୍ଧାର କରିଛି। କୋଭିଡ-୧୯ ର ପ୍ରଥମ ବର୍ଷ ଟୀକାକରଣ ରେ ବିଶ୍ଵରେ ୬୩% ମୃତ୍ଯୁରେ ହ୍ରାସ ହୋଇଥିଲା। ଏହି ୱେବସାଇଟରେ ଏହା ମଧ୍ୟ କୁହା ଯାଇଛି ଯେ କୋଭିଡ-୧୯ ଟୀକାକରଣ ମାହାମାରୀର ଗତିପଥକୁ ବହୁଳ ଭାବରେବଦଳାଇ ଦେଇଛି ଯାହା ବିଶ୍ଵରେ ଲକ୍ଷେ ଲକ୍ଷେ ଲୋକଙ୍କ ଜୀବନ ରକ୍ଷା କରିଛି।

ଏକ ସରକାରୀ ୱେବସାଇଟରେ କୁହା ଯାଇଛି ଯେ ସିଡ଼ିସି ଏହା ସ୍ଵୀକାର କରିଛି ଯେ କୋଭିଡ-୧୯ ଟୀକା ନେବା ପରେ ମଧ୍ୟ ମୃତ୍ଯୁ ସଂଖ୍ୟାରେ ବୃଦ୍ଧି ହୋଇଛି। କୋଭିଡ ଟୀକାକରଣରେ ହେଇଥିବା ମୃତ୍ଯୁ ସଂଖ୍ୟା ଗତ ୨୦ ବର୍ଷ ମଧ୍ୟରେ ହୋଇଥିବା ସମସ୍ତ ଟୀକା ସମ୍ବନ୍ଧୀୟ ମୃତ୍ଯୁ ତୁଳନାରେ ଅଧିକ ଅଟେ। 

କିନ୍ତୁ ସମସ୍ତ ରିପୋର୍ଟ ଅନୁସନ୍ଧାନ କରିଲା ପରେ ଯଥେଷ୍ଟ ତଥ୍ୟ ଉପଲବ୍ଧ ନାହିଁ ଯାହା ଏହା ପ୍ରମାଣ କରି ପାରିବ ଯେ କୋଭିଡ-୧୯ ଟୀକା କାରଣରୁ ମୃତ୍ଯୁ ଘଟୁଛି। ଟୀକାକରଣ ପରେ କୌଣସି ବ୍ୟକ୍ତିଙ୍କ ମୃତ୍ଯୁ ହେଇଥିବାର ଅର୍ଥ ଏହା ନୁହେଁ ଯେ ମୃତ୍ଯୁ ଟୀକା କାରଣରୁ ଘଟିଛି। 

୨୪ ଜୁନ୍ ୨୦୨୨ ରେ ଦି ହିନ୍ଦୁ ପତ୍ରିକାର ରିପୋର୍ଟ ଅନୁଯାୟୀ କୋଭିଡ-୧୯ ଟୀକା ୨୦୨୧ ରେ ଭାରତରେ ୪୨ ଲକ୍ଷ ଲୋକଙ୍କୁ ମୃତ୍ଯୁ ମୂହରୁ ବଞ୍ଚାଇ ଆଣିଥିଲା। ଜାନୁଆରୀ ୨୦୨୧ ରେ ଭାରତରେ ଟୀକା ଅଭିଯାନ ଆରମ୍ଭ ହୋଇଥିଲା ଏବଂ ବର୍ତ୍ତମାନ ସମୟ ପର୍ଯ୍ୟନ୍ତ ୧୯୬.୬୨ କୋଟି ଲୋକଙ୍କ ଟୀକାକରଣ ହୋଇଛି। ଅନୁସନ୍ଧାନରୁ ଜଣା ପଡିଛି ଯେ ଟୀକାକରଣରୁ ବିଶ୍ଵରେ ୨ କୋଟିରୁ ଅଧିକ ଲୋକଙ୍କୁ ମୃତ୍ୟୁରୁ ଉଦ୍ଧାର କରିଛି।

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଏବଂ ବିଭ୍ରାନ୍ତକାରୀ ଅଟେ। କୋଭିଡ-୧୯ ଟୀକା ନିରାପଦ ଏବଂ ପ୍ରଭାବଶାଳି ଅଟେ ଏବଂ ଟୀକାକରଣ ପରେ କୌଣସି ପ୍ରକାରର ଭୟଙ୍କର ପ୍ରତିକ୍ରିୟା ବିରଳ ଅଟେ। ଆମେ ଆମ ପାଠକ ମାନଙ୍କୁ ଅନୁରୋଧ କରୁଛୁ ଯେ ଏହି ପରି ପୋଷ୍ଟ ସେୟାର କରିବା ପୂର୍ବରୁ ତଥ୍ୟର ଯାଞ୍ଚ କରନ୍ତୁ। 

ବିଭିନ୍ନ ପୋଷ୍ଟ ଏବଂ ଭିଡିଓର ତଥ୍ୟ ଯାଞ୍ଚର ଅନୁରୋଧ ପାଇଁ ଆମକୁ ଆମ Whats App Factline ନମ୍ବର ୯୦୪୯୦୫୩୭୭୦/9049053770 ରେ ମେସେଜ୍ କରନ୍ତୁ।

Avatar

Title:କ’ଣ କରୋନା ଟୀକା ଦ୍ଵାରା ରୋଗୀଙ୍କ ମୃତ୍ଯୁ ହେଉଛି? କ’ଣ ଟୀକା ନେବା ହାନିକାରକ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published.