
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ରାଜପଥ ଭୁସୁଡି ପଡିଥିବା ଦେଖିବାକୁ ମିଳିଛି। ରାଜପଥ ଭୁସୁଡି ପଡିଥିବା କାରଣରୁ କିଛି ଗାଡି ସେଠାରେ ଅଟକି ରହିଛି। ଦାବି ଅନୁଯାୟୀ ଭାଇରାଲ ଭିଡିଓ ଓଡ଼ିଶାର ଅଟେ।
କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ହିମାଚଳ ପ୍ରଦେଶ ରାଜ୍ୟରେ ଶିମ୍ଳା-କାଲକା ରାଜପଥର ଦୃଶ୍ୟ ଅଟେ।
କ’ଣ କୁହା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଭୁଷୁଡି ପଡିଥିବା ରାଜପଥର ଏହି ଭିଡିଓ ଓଡିଶାର ଦୃଶ୍ୟ ଅଟେ ଯାହାକୁ ଓଡିଆ ଗଣମାଧ୍ୟମ କେବେ ଦେଖାଇବ ନାହିଁ।
ଆମ ଅନୁସନ୍ଧାନ:
ଅନୁସନ୍ଧାନରେ ପ୍ରଥମେ ଆମେ ଭିଡିଓକୁ ଗଭୀରତା ସହିତ ଦେଖିଲୁ। ଭିଡିଓ ସହିତ ଅଡିଓରେ ଆମେ ଶୁଣିବାକୁ ପାଇଲୁ ଯେ ଜଣେ ବ୍ୟକ୍ତି କହୁଛନ୍ତି ଯେ “ଏହି ୪ ଲେନ୍ ରାଜପଥର ଅବସ୍ଥା ଦେଖନ୍ତୁ ଆମ ସୋଲନରେ। କେଉଁ ପ୍ରକାର ଫଳରେ ଲାଦି ଥିବା ଟ୍ରକ୍ ଫେରୁଛନ୍ତି।” ଏହିଥିରୁ ଆମକୁ ଏହି ଭିଡିଓ ଓଡ଼ିଶାର ହେଇନଥିବାର ସନ୍ଦେହ ହେଲା।
ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୧୩ ଅଗଷ୍ଟ ୨୦୨୨ ରେ ଦି ଇଣ୍ଡିଆନ ଏକ୍ସପ୍ରେସ ୱେବସାଇଟରେ ଏହି ଘଟଣା ବିଷୟରେ ସୂଚନା ମିଳିଲା। ରିପୋର୍ଟ ଅନୁଯାୟୀ ଗତ ବର୍ଷ ଉଦଘାତିତ ହୋଇଥିବା ପରୱାନୋ ଏବଂ ସୋଲାନ ମଧ୍ୟରେ ଥିବା ରାଜପଥର ଏକ ଅଂଶ ଗୁରୁବାର ଦିନ ଭୁଷୁଡି ପଡିବାରୁ ଏହି ରାସ୍ତାରେ ଯାତାୟାତ ଅଟକି ଯାଇଛି। ରାସ୍ତା ଭୁଷୁଡିବା କାରଣରୁ ଦୁଇଟି ଗାଡି ନଷ୍ଟ ହୋଇଛି। ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ଶିମଲା-କାଲକା ରାଜପଥ ବନ୍ଦ ରହିବା ନେଇ ଘୋଷଣା କରା ଯାଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତ କିଛି ସପ୍ତାହରୁ ଏହି ରାସ୍ତା ଭୁଷୁଡିବାର ସଂକେତ ଦେଉଥିଲା।
ଏନଏଚଏଆଇ ର ପ୍ରକଳ୍ପ ନିର୍ଦ୍ଦେଶକ ଏ.ଏସ ଖୁରାଲ୍ କହିଛନ୍ତି ଯେ ବର୍ଷା କାରଣରୁ ରାଜପଥ ଭୁଷୁଡି ପଡିଥିବା ସୂଚନା ସେ ପାଇଛନ୍ତି ଏବଂ ଏହାର ପୁନରୁଦ୍ଧାର କରିବା ପାଇଁ ଅନୁସନ୍ଧାନ ଆରମ୍ଭ ହେଇ ସାରିଛି। ଏହି ରାଜରାସ୍ତାର ନିର୍ମାଣ ୨୦୧୮ ମସିହାରେ ସେଶ ହୋଇଥିଲା ଏବଂ ଗତ ବର୍ଷ ଏହାର ଉଦଘାତନ କରା ଯାଇଥିଲା।

୧୩ ଅଗଷ୍ଟ ୨୦୨୨ ରେ ଟାଇମ୍ସ ଅଫ୍ ଇଣ୍ଡିଆର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହୋଇଛି। ରିପୋର୍ଟ ଅନୁଯାୟୀ ଯାନବାହାନ ଚଳାଚଳ ପାଇଁ ଚଣ୍ଡୀଗଡ-ଶିମଲା ରାଜପଥ ଅବରୋଧ କରା ଯାଇଛି। କିଛି ଦିନ ପୂର୍ବରୁ ଏହି ରାଜପଥ ଭୁଷୁଡିବାର ସଂକେତ ଦେଇଥିଲା। ଏହି ଘଟଣା ହିମାଚଳ ପ୍ରଦେଶର ସୋଲାନ ଅଞ୍ଚଳରେ ଘଟିଥିଲା।
କ’ଣ ଓଡ଼ିଶା ଏପରି ଘଟଣା ଘଟିଛି?
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୧୦ ଅଗଷ୍ଟ ୨୦୨୨ ରେ ଓଡ଼ିଶା ଟିଭି ୱେବସାଇଟରେ ପ୍ରକାଶିତ ଏକ ରିପୋର୍ଟ ମିଳିଲା। ରିପୋର୍ଟରେ କୁହା ଯାଇଛି ଯେ ଲଘୁଚାପ କାରଣରୁ ରାଜ୍ୟରେ ହେଉଥିବା ତୀବ୍ର ବର୍ଷାରେ ନୂଆପଡାର ଯୋଙ୍କ ନଦୀ ଉପରେ ଥିବା ଗୋଟିଏ ପୋଲ ଭୁସୁଡି ପଡିଥିଲା ଯାହା କାରଣରୁ ଓଡ଼ିଶା ଏବନ ଛତତିଶଗଡ଼ ମଧ୍ୟରେ ଯାତାୟାତ ବ୍ୟାଘ୍ଯାତ ହୋଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ଦେଖା ଯାଉଥିବା ଦୃଶ୍ୟ ହିମାଚଳ ପ୍ରଦେଶ ରାଜ୍ୟର ସୋଲାନ ସହରର ଘଟଣା ଅଟେ ଯାହାକୁ ଓଡ଼ିଶାରେ ରାଜପଥ ଭୁଷୁଡିଥିବା ଦାବି ସହିତ ଭାଇରାଲ କରା ଯାଉଛି।

Title:କ’ଣ ଭୁଷୁଡି ପଡିଥିବା ରାଜପଥର ଏହି ଭିଡିଓ ଓଡ଼ିଶାର ଅଟେ କି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
