କ’ଣ ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ୧ ବର୍ଷୀୟ ଶିଶୁ ମାନଙ୍କ ପାଇଁ ମଧ୍ୟ ଲାଗିବ ପୁରା ରେଳବାଇ ଟିକଟ? ଜାଣନ୍ତୁ ସତ୍ୟ। 

Misleading Social

ଚଳିତ ବର୍ଷ ଭାରତ ନିଜ ୭୫ ସ୍ଵାଧୀନତା ଦିବସ ପାଳନ କରିଛି। ଯେତେବେଳେ ଦେଶରେ ଆନନ୍ଦର ଏହି ମୂହୁର୍ତ୍ତ ପାଳନ କରୁଥିଲା ସେତେବେଳେ କେନ୍ଦ୍ର ସରକାର ଉପରେ ଏକ ଗମ୍ଭୀର ଅଭିଯୋଗ ସାମନାକୁ ଆସିଛି। 

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ କନକ ନ୍ଯୁଜର ଏକ ଫୋଟୋରେ ଲେଖା ହେଇଥିବା ଦେଖିବାକୁ ମିଳିଛି ଯେ ରେନରେ ୧ ବର୍ଷ ପିଲାଙ୍କ ପାଇଁ ମଧ୍ୟ ଏବେ ପୁରା ଟିକଟ ଦର ଲାଗିବା। ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ ୭୬ ତମ ସ୍ୱାଧିନତା ଦିବସରେ ରେଳବିଭାଗର ସେଶ୍ପାଲ ପ୍ୟାକେଜ ୧ ବର୍ଷର ପିଲାକଂ ପାଇଁ ସଂପୂର୍ଣ ଟିକଟ କାଟିବାକୁ ପଡିବ ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ୧ ବର୍ଷ ଶିଶୁଙ୍କ ପାଇଁ ଟ୍ରେନ୍ ଟିକଟର ପୁରା ଦର ଦେବା ଦାବି ମିଥ୍ୟା ଅଟେ। 

କ’ଣ କୁହା ଯାଇଛି ଏହି ପୋଷ୍ଟରେ?

ପୋଷ୍ଟରେ କୁହା ଯାଇଛି ଯେ, “ଆଉ କିଛି ଦିନ ମୋଦୀ ଜୀ ଶାସନ ରେରହିଲେ ନିଜ ଦେଶରେ ଭଡା ଦେଇ ରହିବାକୁ ପଡିବ। ୭୬ ତମ ସ୍ୱାଧିନତା ଦିବସରେ ରେଳବିଭାଗର ସେଶ୍ପାଲ ପ୍ୟାକେଜ ୧ ବର୍ଷର ପିଲାକଂ ପାଇଁ ସଂପୂର୍ଣ ଟିକଟ କାଟିବାକୁ ପଡିବ । ବାକି ରହିଲା ରେଳବିଭାଗ ।କୋଉ ଦିନ ମାପେଟରେ ବଢୁଥିବା ପିଲାର ଟିକଟ କାଟିବ।”

Facebook | Archive

ସମାନ ପୋଷ୍ଟ ଆପଣ ମାନେ ଏଠାରେ ଏବଂ ଏଠାରେ ମଧ୍ୟ ଭାଇରାଲ ହେଇଥିବା ଦେଖିବାକୁ ପାଇବେ। 

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ପ୍ରଥମେ କନକ ନ୍ଯୁଜର ଭାଇରାଲ ହେଉଥିବା ରିପୋର୍ଟକୁ ଫେସବୁକରେ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୧୭ ଅଗଷ୍ଟରେ ସମାନ ଅଟୋ ଥିବା କନକ ନ୍ଯୁଜର ଏକ ଫେସବୁକ ପୋଷ୍ଟ ମିଳିଲା ଯାହା ସହିତ ଏକ ଲିଙ୍କ୍ ଦିଆ ଯାଇଛି। ପୋଷ୍ଟ ଦେଖି ଏପରି ବ୍ଯତୀତ ହେଉଛି ଯେ କନକ ନ୍ଯୁଜ ଦାବି କରିଛି ଯେ ୧ ବର୍ଷୀୟ ଶିଶୁଙ୍କ ପାଇଁ ମଧ୍ୟ ବର୍ତ୍ତମାନ ପୁରା ଟ୍ରେନ୍ ଟିକଟ ଦେବାକୁ ପଡିବ। 

ପୋଷ୍ଟ ସହିତ ଉପଲବ୍ଧ ଲିଙ୍କରେ କ୍ଲିକ୍ କରିଲା ପରେ ଆମକୁ ସବିଶେଷ ରିପୋର୍ଟ ପଢିବାକୁ ମିଳିଲା। ରିପୋର୍ଟରେ କୁହା ଯାଇଛି ଯେ ସମାଜବାଦୀ ନେତା ଅଖିଲେଶ ଯାଦବ ଟୁଇଟ କରି କହିଛନ୍ତି ଯେ ଭାରତୀୟ ରେଳବାଇ ଏବେ ୧ ବର୍ଷରୁ ୫ ବର୍ଷ ମଧ୍ୟରେ ପିଲାଙ୍କ ପାଇଁ ମଧ୍ୟ ରିଜର୍ଭଭେସନରେ ପୁରା ଟିକେଟ ଲଗାଇଛି। ତାଙ୍କ ଏହି ଟୁଇଟ ପରେ ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେବ ଆରମ୍ଭ କରିଛି। 

କିନ୍ତୁ ରିପୋର୍ଟରେ ଏହା ମଧ୍ୟ ସ୍ପଷ୍ଟ ଭାବରେ ଲେଖା ଯାଇଛି ଯେ ଅଖିଲେଶଙ୍କ ଏହି ଦାବିକୁ ରେଳବାଇ ପକ୍ଷରୁ ଖଣ୍ଡନ କରା ଯାଇଛି। କନକ ନ୍ଯୁଜକୁ ରେଳବାଇର ବରିଷ୍ଠ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ମୁତାବକ ୦-୪ କିନ୍ତୁ (୫ ବର୍ଷରୁ କମ) ପିଲାଙ୍କ ପାଇଁ  ଟିକେଟର କୌଣସି ପ୍ରାବଧାନ ନଥିବା ବେଳେ ୫-୧୧ (୧୨ ବର୍ଷରୁ କମ) ବର୍ଷର ପିଲାଙ୍କ ପାଇଁ ବର୍ଥ ନେଲେ ପୁରା ଟିକେଟ ଓ ବର୍ଥ ନନେଲେ ଅଧା ଟିକେଟର ମୂଲ୍ୟ ଦେବାକୁ ପଡିବ ବୋଲି ରିପୋର୍ଟରେ ଉଲ୍ଲେଖ କରା ଯାଇଛି। 

Kanak News | Archive

ଏହା ଦ୍ଵାରା ସ୍ପଷ୍ଟ ହେଉଛି ଯେ କନକ ନ୍ଯୁଜର ରିପୋର୍ଟର କେବଳ ଏକ ଛୋଟ ଅଂଶକୁ ନେଇ ଭୁଲ ଭାବରେ ପ୍ରଚାର କରା ଯାଉଛି ଏବଂ ଲୋକଙ୍କୁ ଭ୍ରାମିକ କରା ଯାଉଛି। କନକ ନ୍ଯୁଜର ରିପୋର୍ଟରେ କୌଣସି ସ୍ଥାନରେ ଲେଖା ଯାଇ ନାହିଁ ଯେ ଭାରତୀୟ ରେଳବାଇ 5 ବର୍ଷ ଶିଶୁଙ୍କ ପାଇଁ ଟ୍ରେନ୍ ଟିକେଟ କରିବା ବାଧ୍ୟତାମୂଳକ କରିଛି। 

ଆମେ ଭୁବନେଶ୍ବର ଷ୍ଟେସନର ଜଣେ ଟିଟିଇ ସହିତ ଯୋଗାଯୋଗ କରିଲୁ। ସେ ଆମକୁ ସୂଚନା ଦେଲେ ଯେ ଏପରି କୌଣସି ନିୟମ ଲାଗୁ ହେଇ ନାହିଁ। ଯଦି ଏପରି ନିୟମ ନିଶ୍ଚିତ ହୋଇଥାନ୍ତା ତେବେ ଷ୍ଟେସନର ସମସ୍ତ ଟିଟିଇଙ୍କୁ ସୂଚିତ କରା ଯାଇଥାନ୍ତା। ଏବେ ମଧ୍ୟ ଆମେ ୫ ବର୍ଷ ବୟସରୁ କମ ଶିଶୁଙ୍କୁ ବିନା ବୁକିଂରେ ଯାତ୍ରା କରିଥିବା ଦେଖୁଚୁ। ଆମକୁ ତାଙ୍କ ଠାରୁ କୌଣସି ଜରିମାନା ନେବା ଆଦେଶ ମଧ୍ୟ ଆସି ନାହିଁ। 

ଏହା ପରେ ଆମେ IRCTC ୱେବସାଇଟରେ ଯାଇ ଏହି ବିଷୟ ସମ୍ବନ୍ଧୀୟ ସୂଚନା ଏକତ୍ର କରିଲୁ। ୧୭ ଅଗଷ୍ଟ ୨୦୨୨ ରେ ୱେବସାଇଟରେ ଦିଆ ଯାଇଥିବା ସୂଚନା ଅନୁଯାୟୀ ଶିଶୁ ମାନକ ଟ୍ରେନରେ ଯାତ୍ରା କରିବାର ନିୟମରେ କୌଣସି ପରିବର୍ତ୍ତନ କରା ଯାଇ ନାହିଁ। ୫ ବର୍ଷ ଶିଶୁଙ୍କ ପାଇଁ ଟ୍ରେନର ବର୍ଥ କିମ୍ବା ଟିକଟ କିଣିବା କିମ୍ବା ନ କିଣିବା ଏକ ବିକଳ୍ପ। ଯଦି ୫ କିମ୍ବା ଛୋଟ ବର୍ଷ ଶିଶୁଙ୍କ ପାଇଁ କୌଣସି ବର୍ଥ ବୁକ୍ କରା ଯାଇ ନାହିଁ ତେବେ ସେମାନେ ମାଗଣାରେ ଯାତ୍ରା କରି ପାରିବେ। 

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ପିଆଇବି ଦ୍ଵାରା ଜାରି କରା ଯାଇଥିବା ଏକ ନୋଟିସ ମିଳିଲା। ନୋଟିସ ଅନୁଯାୟୀ ନିକଟରେ କିଛି ଗଣମାଧ୍ୟମ ରିପୋର୍ଟରେ ଦର୍ଶାଅ ଯାଇଛି ଯେ ଟ୍ରେନରେ ଯାତ୍ରା କରୁଥିବା ପିଲାମାନଙ୍କ ପାଇଁ ଟିକଟ ବୁକିଂ ନେଇ ଭାରତୀୟ ରେଳ ନିୟମରେ ପରିବର୍ତ୍ତନ କରିଛି। ଏହି ରିପୋର୍ଟ ଗୁଡିକ ଦାବି କରିଛି ଯେ ବର୍ତ୍ତମାନ ୧ ରୁ ୪ ବର୍ଷ ବୟସ ପିଲା ମାନଙ୍କୁ ଟ୍ରେନରେ ଯାତ୍ରା ପାଇଁ ଟିକେଟ କରିବାକୁ ପଡିବ। 

ଏହି ମିଡିଆ ରିପୋର୍ଟ ଉଡିକ ବିଭ୍ରାନ୍ତକର ଅଟେ ଅଟେ ବୋଲି ପିଆଇବି କହିଛି। ଉଛଣା ଦିଆ ଯାଇଛି ଯେ ଟ୍ରେନରେ ଯାତ୍ରା କରୁଥିବା ଶିଶୁ ମାନଙ୍କ ପାଇଁ ଟିକେଟ ବୁକିଂରେ ଭାରତୀୟ ରେଳବାଇ କୌଣସି ପରିବର୍ତ୍ତନ କରି ନାହିଁ। ଯାତ୍ରୀ ମାନଙ୍କ ଚାହିଦା ଅନୁଯାୟୀ, ୫ ବର୍ଷ ଶିଶୁ ପାଇଁ ଟିକେଟ କିଣିବା ଏବଂ ବର୍ଥ ବୁକିଂ କରିବାପାଇଁ ସେମାନଙ୍କୁ ଏକ ବିକଳ୍ପ ଦିଆ ଯାଇଛି। 

PIB | Archive

ଶେଷକଥା

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ୫ ବର୍ଷ କମ ବୟସ ଶିଶୁଙ୍କ ପାଇଁ ରେଳବାଇ ଟିକେଟ ବୁକିଂ କରିବା ନେଇ ଭାରତୀୟ ରେଳ ମନ୍ତରାଳୟ କୌଣସି ନିୟମରେ ପରିବର୍ତ୍ତନ କରି ନାହିଁ। ଶିଶୁଙ୍କ ଟିକେଟ ବା ବର୍ଥ ବୁକିଂ କରିବା ବର୍ତ୍ତମାନ ମଧ୍ୟ ଯାତ୍ରୀଙ୍କ ପାଇଁ ଏକ ବିକଳ୍ପ ଅଟେ। 

Avatar

Title:କ’ଣ ନୂତନ ନିୟମ ଅନୁଯାୟୀ ବର୍ତ୍ତମାନ ୧ ବର୍ଷୀୟ ଶିଶୁ ମାନଙ୍କ ପାଇଁ ମଧ୍ୟ ଲାଗିବ ପୁରା ରେଳବାଇ ଟିକଟ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Misleading

Leave a Reply

Your email address will not be published. Required fields are marked *