
ବିଜେପିର ବରିଷ୍ଠ କାର୍ଯ୍ୟକର୍ତ୍ତା ତଥା ପରିବହନ ମନ୍ତ୍ରୀ ନିତିନ ଗଡକରୀଙ୍କୁ ଦଳର ସଂସଦୀୟ ବୋର୍ଡରୁ ହଟାଇବା ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନିକଟରେ ଆରଏସଏସ ନେତୃତ୍ୱ ସହମତିରେ ନିଆଯାଇଛି।
ଏହା ମଧ୍ୟରେ ନିତିନ ଗାଡକରୀଙ୍କ ଭାଷଣର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ନିତିନ ଗଦକରୀ ବିଜେପି ଦଳ ଛାଡୁଛନ୍ତି ଏବଂ ସେ କହିଛନ୍ତି ଯେ ସେ ତାଙ୍କ ମନ୍ତ୍ରୀପଦ ହରାଇଥିଲେ ମଧ୍ୟ ତାଙ୍କୁ କୌଣସି ଅସୁବିଧା ନାହିଁ।
ଭିଡିଓରେ ନିତିନ ଗଡକରୀ କହୁଛନ୍ତି, “ଯଦି ଆପଣଙ୍କ ପାଇଁ ସମ୍ଭବ ତେବେ ଆପଣ ମୋର ସମର୍ଥନ କରନ୍ତୁ। ଯାଇ ଆପଣ ସମର୍ଥ କରି ପାରିଲେ ନାହିଁ ତେବେ ମଧ୍ୟ କିଛି ଅସୁବିଧା ନାହିଁ। ଯଦି ମୋର ମନ୍ତ୍ରୀପଦ ଯାଉଛି ତେବେ ଯାଉ କାରଣ ମୁଁ ଏହା ବିଷୟରେ ଅଧିକ ଚିନ୍ତା କରେ ନାହିଁ।”
କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ବିଭ୍ରାନ୍ତକାରୀ ଦାବି ଅଟେ। ଭିଡିଓରେ ନିତିନ ଗଡକରୀ ୧୯୯୬ ମହାରାଷ୍ଟ୍ରର PWD ମନ୍ତ୍ରୀ ହେବା ସମୟର ନିଜ ଅନୁଭବ କହୁଛନ୍ତି। ଭିଡିଓକୁ ଏଡିଟ୍ କରା ଯାଇଛି।
ମହାରାଷ୍ଟ୍ରର କଂଗ୍ରେସ ଦଳର ସଚିବ ଏବଂ ମୁଖ୍ୟ ମୁଖପାତ୍ର ଅତୁଲ ଲୋନ୍ଧେ ଏହି ଭିଡିଓ ଟୁଇଟରରେ ସେୟାର କରିବା ପରେ ଏହା ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି। ଏହି ଭିଡିଓ ସେୟାର କରି ନିତିନ ଗଡକରୀ ବିଜେପି ଛାଡୁଛନ୍ତି ବୋଲି ସେ ଦାବି କରିଛନ୍ତି।
ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ସଡକ, ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରୀଙ୍କ ଏକ ଟୁଇଟ ମିଳିଲା ଯେଉଁଥିରେ ସେ କହିଛନ୍ତି ଯେ ତାଙ୍କର ଗୋଟିଏ ଭାଷଣ ସଠିକ୍ ପ୍ରସଙ୍ଗ ବିନା ସୋସିଆଲ ମିଡିଆର ଭାଇରାଲ ହେଉଛି ଏବଂ ସେହି ଭିଡିଓକୁ ଏଡିଟ୍ ମଧ୍ୟ କରା ଯାଇଛି।
ଟୁଇଟରେ ସେ ଲେଖିଛନ୍ତି, “ଆଜି ପୁଣି ଥରେ, ମୁଖ୍ୟ ସ୍ରୋତ ଗଣମାଧ୍ୟମର କିଛି ବିଭାଗ, ସୋସିଆଲ ମିଡିଆ ତଥା କିଛି ବ୍ୟକ୍ତିଙ୍କ ଦ୍ଵାରା ମୋ ମୋ ବିରୁଦ୍ଧରେ ନିରାଶ୍ୟଜନକ ତଥା ଏବଂ ମିଥ୍ୟା ଅଭିଯାନ ଜାରି ରଖିବାକୁ ପ୍ରୟାସ କରାଯାଉଛି। ପ୍ରସଙ୍ଗ କିମ୍ବା ସଠିକ୍ ସନ୍ଦର୍ଭ ବିନା ସର୍ବସାଧାରଣ କାର୍ଯ୍ୟକ୍ରମରେ ମୋର ବିବୃତ୍ତି ପ୍ରସ୍ତୁତ କରା ଯାଇଛି। ଯଦିଓ ଏପରି ଦୁର୍ଦ୍ଦାନ୍ତ ଏଜେଣ୍ଡା ଦ୍ୱାରା ମୁଁ କେବେ ବିଚଳିତ ହୋଇ ନାହିଁ କିନ୍ତୁ ସମ୍ପୃକ୍ତ ସମସ୍ତଙ୍କୁ ଏହା ଚେତାବନୀ ଦେଉଛି ଯେ ଯଦି ଏପରି ଦୁଷ୍କର୍ମ ଜାରି ରହେ, ତେବେ ମୁଁ ଆମ ସରକାର, ପାର୍ଟି ଏବଂ ଆମର ଲକ୍ଷ ଲକ୍ଷ ପରିଶ୍ରମୀ କାର୍ୟ୍ୟକର୍ତ୍ତାଙ୍କ ବୃହତ ସ୍ୱାର୍ଥରେ ସେମାନଙ୍କୁ ଆଇନକୁ ନେବାକୁ ଦ୍ୱିଧା କରିବି ନାହିଁ। ତେଣୁ, ମୁଁ ପ୍ରକୃତରେ ଯାହା କହିଥିଲି ତାହାର ଲିଙ୍କ୍ ସେୟାର କରୁଛି।”
୨୩ ଅଗଷ୍ଟ ୨୦୨୨ ରେ ନିତିନ ଗଡକରୀଙ୍କ ଅଫିସିଆଲ ୟୁଟ୍ୟୁବ ଚ୍ୟାନାଲରେ ମୂଳ ଭିଡିଓଟି ସିଧା ପ୍ରସାରିତ ହୋଇଥିଲା। ଭିଡିଓର କ୍ୟାପସନରେ କୁହାଯାଇଛି ଯେ ଡାଃ ଦୀନେଶ୍ୱର ମ୍ ମୂଳୟଙ୍କ ଦ୍ଵାରା ଲିଖିତ ‘ନୌକରସ୍ଯାହୀ କେ ରଙ୍ଗ୍’ ପୁସ୍ତକର ଉନ୍ମୋଚନ।
ଆମେ ଜାଣିବାକୁ ପାଇଲୁ ଯେ ମୂଳ ଭିଡିଓର ତିନୋଟି ଅଲଗା ଅଲଗା ଅଂଶକୁ ଯୋଡି ଭାଇରାଲ ଭିଡିଓ ତିଆରି କରା ଯାଇଛି।
ପ୍ରଥମ ଭାଗ:
୧୯୯୬-୯୭ ମସିହାରେ ଯେତେବେଳେ ସେ ମହାରାଷ୍ଟ୍ରର PWD ମନ୍ତ୍ରୀ ଥିଲେ ଏବଂ ମନୋହର ଯୋଶୀ ମୁଖ୍ୟମନ୍ତ୍ରୀ ଥିଲେ, ସେହି ସମୟର ଏକ ଘଟଣାର ବର୍ଣ୍ଣନା କରି ନିତିନ ଗଡକରୀ ନିଜ ଭାଷଣ ଆରମ୍ଭ କରିଥିଲେ। ସେ ବର୍ଣ୍ଣନା କରିଛନ୍ତି ଯେ ଯେତେବେଳେ କେହି ତାଙ୍କୁ ସମର୍ଥନ କରିନଥିଲେ ସେତେବେଳେ ସେ ମହାରାଷ୍ଟ୍ରର ମେଲଘାଟ ଅଞ୍ଚଳର ପ୍ରାୟ ୪୫୦ ଟି ଗାଁରେ ରାସ୍ତା ନିର୍ମାଣରେ କିପରି ସାହାଯ୍ୟ କରିଥିଲେ। ଏହି ସମୟରେ ସେ କହିଥିଲେ ଯେ ତାଙ୍କୁ କୌଣସି ଅସୁବିଧା ନାହିଁ ଯଦି ଅସହାୟ ଲୋକଙ୍କ ସାହାଯ୍ୟ କରିବା ପାଇଁ ସେ ତାଙ୍କ ମନ୍ତ୍ରୀପଦ ହରାଇବେ।
ସେ କହିଛନ୍ତି, “ମୁଁ ମହାରାଷ୍ଟ୍ରର PWD ମନ୍ତ୍ରୀ ଥିଲି। ମୋର ସେତେବେଳେ ଏହି ସୁନ୍ଦର ଅନୁଭୂତି ଥିଲା। ଅମ୍ରାବତୀ ଜିଲ୍ଲାରେ ମେଲଘାଟ ନାମକ ଏକ ତହସିଲ ଥିଲା ଯେଉଁଠାରେ ପୁଷ୍ଟିହୀନତା କାରଣରୁ ୨୫୦୦ ପିଲାଙ୍କର ମୃତ୍ୟୁ ଘଟିଥିଲା ଏବଂ ସେହି ସମୟରେ ଆନ୍ତର୍ଜାତୀୟ ସ୍ତରରେ ଏହି ଘଟଣା ନେଇ ଅନେକ ଆଲୋଚନା ହୋଇଥିଲା। ଏହି ଘଟଣା ୧୯୯୬-୯୭ ମସିହାରେ ଘଟିଥିଲା। ସେ ସମୟର ମୁଖ୍ୟମନ୍ତ୍ରୀ ମନୋହର ଯୋଶୀ ମୋତେ କହିଥିଲେ, “ନିତିନ, ଏହି ଅବସ୍ଥା କ’ଣ? ମେଲଘାଟର ପିଲାମାନେ ମରିଗଲେ ଏବଂ ଏହି ଅଞ୍ଚଳରେ ରାସ୍ତା ନାହିଁ। ଏହି ଲୋକମାନେ କିପରି ବଞ୍ଚିବେ? ମୁଁ ସେତେବେଳେ PWD ମନ୍ତ୍ରୀ ଥିଲି। ମୁଁ ଏହି ବିଷୟ ନେଇ ବୈଠକ କରୁଥିଲି। ମୁଖ୍ୟ ରକ୍ଷଣଶୀଳ ଅଧିକାରୀ ଏହି ବୈଠକ ଗୁଡିକୁ ଆସୁଥିଲେ ଏବଂ ମନୋହର ଯୋଶୀ ତାଙ୍କୁ ୪ ରୁ ୫ ଥର ପରିସ୍ଥିତି ବିଷୟରେ ଅବଗତ କରିଥିଲେ। ମୁଁ ଏହା ସବୁ ଶୁଣୁଥିଲି କିନ୍ତୁ ଦିନେ ଯୋଶୀ ଜୀ ଅଧିକାରୀଙ୍କୁ ପଚାରିଲେ, ‘ତୁମେ କିଛି ଅନୁଭବ କରୁ ନାହଁ କି, ଏତେ ଲୋକଙ୍କର ମୃତ୍ୟୁ ହେଲା, ଏହି ଗାଁର ରାସ୍ତା ନାହିଁ, ପିଲାମାନେ ସ୍କୁଲ ଯାଆନ୍ତି ନାହିଁ, କୃଷକମାନେ ବିକ୍ରୟ କରିବାକୁ ଯାଇପାରନ୍ତି ନାହିଁ ଏବଂ ଜଙ୍ଗଲ ପରିବେଶ ଆଇନ ଅନୁଯାୟୀ ବିଦ୍ୟୁତ୍ ଲାଇନ ମଧ୍ୟ ବନ୍ଦ କରାଯାଇଛି।”
ଜଙ୍ଗଲର ମୁଖ୍ୟ ସଂରକ୍ଷଣକାରୀ କହିଥିଲେ, “ଆଜ୍ଞା, ମୁଁ ବହୁତ ଦୁଖିତ। କିନ୍ତୁ ଯଦି ମୋତେ ପ୍ରତିକ୍ରିୟା କରିବାକୁ ପଡିବ, ମୁଁ କେବଳ କହିପାରିବି ଯେ ମୁଁ ଅସହାୟ ଏବଂ କିଛି କରିପାରିବି ନାହିଁ।”
“ସେତେବେଳେ ମୁଁ ନିଜକୁ ଅଟକାଇ ପାରିଲି ନାହିଁ, ତେଣୁ ମୁଁ କହିଲି ସାର୍, ଏହି କାମଟି ଆପଣଙ୍କ ପାଇଁ ନୁହେଁ; ମୁଁ ଏହିପରି କାର୍ଯ୍ୟରେ ଜଣେ ବିଶେଷଜ୍ଞ | ଆପଣ ଗୋଟିଏ କାମ କରନ୍ତୁ, ଏହାକୁ ମୋ ଉପରେ ଛାଡି ଦିଅନ୍ତୁ। ମୁଁ ଏହି କାର୍ଯ୍ୟ କରିବି ଏବଂ ଏହାର ଫଳାଫଳ କ’ଣ ହେବ ସେଥିପାଇଁ ମୁଁ ଚିନ୍ତିତ ନୁହେଁ। ଯଦି ଏହା ଆପଣଙ୍କ ପାଇଁ ସମ୍ଭବ ତେବେ ଆପଣ ମୋର ସମର୍ଥନ କରନ୍ତୁ। ଯଦି ନୁହେଁ, ତେବେ ଏହା ମଧ୍ୟ ଏକ ସମସ୍ୟା ନୁହେଁ। ଏହି କାରଣରୁ ଯଦି ମୋର ମନ୍ତ୍ରୀପଦ ଯାଉଛି ତେବେ ଯାଉ, ମୁଁ ଏହି ବିଷୟରେ ଚିନ୍ତିତ ନୁହେଁ।“
ଦ୍ଵିତୀୟ ଭାଗ:
ଏହା ପରେ ଗଡକରୀ ଏହି ତହସିଲରେ କିପରି ରାସ୍ତା ନିର୍ମାଣ କରିବାରେ ସଫଳ ହୋଇଥିଲେ ସେ ସମ୍ବନ୍ଧରେ ଭାଷଣକୁ ଆଗେଇଛନ୍ତି। ଚିଠିର ସବିଶେଷ ବିବରଣୀ ଏବଂ ତାଙ୍କ ଦ୍ଵାରା ଦିଆଯାଇଥିବା ଆଦେଶକୁ ବର୍ଣ୍ଣନା କରି ସେ କହିଛନ୍ତି, “ଏହି ଲୋକମାନେ ମୌଳିକ ଅଧିକାର ଭାବରେ ଏକ ରାସ୍ତା ପାଇବା ଯୋଗ୍ୟ। ମୁଁ ସେମାନଙ୍କୁ ତହସିଲର ୪୫୦ ଟି ଗାଁରେ ରାସ୍ତା ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲି ଏବଂ ଏହା ମଧ୍ୟ କହିଥିଲେ ଯେ ଭବିଷ୍ୟତରେ ଯଦି ଜଙ୍ଗଲ ପରିବେଶ ଆଇନ ଅନୁଯାୟୀ ଯଦି କେହି ପ୍ରଶ୍ନ ଉଠାନ୍ତି, ତେବେ ବର୍ତ୍ତମାନ ଏବଂ ଭବିଷ୍ୟତରେ କେବଳ ମୁଁ ଏଥିପାଇଁ ଦାୟୀ ରହିବି।“
ଏହି ସମୟରେ ନିଜ ଭାଷଣରେ ନିତିନ ଗଡକରୀ କହିଥିଲେ ଯେ, “ଏହାର କୌଣସି ଫରକ ପଡିବ ନାହିଁ। ମୁଁ ଜଣେ ରାଜନୈତିକ ବୃତ୍ତିଗତ ନୁହେଁ | ଆଗକୁ କ’ଣ ହେବ ଦେଖିବା।”
ତୃତୀୟ ଭାଗ:
ମୂଳ ଭିଡିଓର ୧୯ ମିନିଟ ସମୟରେ ନିତିନ ଗଡକରୀ କହିଛନ୍ତି ଯେ ଅନେକ ଜିନିଷ ଶିଖିବା ପାଇଁ ଡାଃ ଧ୍ୟାନେଶ୍ବର ମ୍ ମୂଳେଙ୍କ ଅଭିଜ୍ଞତାରୁ ବହୁତ ଉପଯୋଗୀ ହୋଇପାରେ। ଗଡକରୀ ଏହା ପରେ କହିଥଲେ ଯେ ସେ କିପରି ରାସ୍ତା କଡ ଖାଦ୍ୟ ଖାଇବା, ଚଳଚ୍ଚିତ୍ର ଦେଖିବା, ମଞ୍ଚ ପଛରୁ ଡ୍ରାମା ଦେଖିବା ଦ୍ୱାରା ସରଳ ଜୀବନଯାପନ କରିବାକୁ ପସନ୍ଦ କରନ୍ତି |
ନିମ୍ନରେ ଆପଣ ମାନେ ଦୁଇଟି ଭିଡିଓ ମଧ୍ୟରେ ପାର୍ଥକ୍ୟ ଦେଖି ପାରିବେ।
ତେଣୁ, ଏହା ସ୍ପଷ୍ଟ ହେଲା ଯେ ଭାଇରାଲ୍ ଭିଡିଓରେ ନିତିନ ଗଡକରୀ ୧୯୯୬-୯୭ ମସିହାରେ ଶିବସେନା-ବିଜେପି ଶାସନ ଅଧୀନରେ ମହାରାଷ୍ଟ୍ରର ପିଡବ୍ଲ୍ୟୁଡି ମନ୍ତ୍ରୀ ଥିବାବେଳର ଏକ ଅଭିଜ୍ଞତା ବିଷୟରେ କହିଛନ୍ତି। ବିଜେପିର ସଂସଦୀୟ ବୋର୍ଡରୁ ଓହରିଯିବା ପରେ ସେ ତାଙ୍କ ମନ୍ତ୍ରୀ ପଦବୀ ବିଷୟରେ କହୁ ନାହାଁନ୍ତି।
ଶେଷକଥା:
ଫ୍ୟାକ୍ଟ କ୍ରେସେଣ୍ଡୋ ଭିଡିଓ ସହିତ ଦିଆଯାଇଥିବା ଦାବିକୁ ବିଭ୍ରାନ୍ତିକର ବୋଲି ଜାଣିବାକୁ ପାଇଲା | ଭିଡିଓଟି ଏଡିଟ୍ ହୋଇଛି | ୧୯୯୬ ରେ ମହାରାଷ୍ଟ୍ରର PWD ମନ୍ତ୍ରୀ ଥିବାବେଳ ସମୟର ଏକ ଅଭିଜ୍ଞତା ବିଷୟରେ ନିତିନ ଗଡକରୀ ମୂଳ ଭିଡିଓରେ କହିଥିଲେ। କେନ୍ଦ୍ର ମନ୍ତ୍ରୀ ନିତିନ ଗଡକରୀ ମଧ୍ୟ ଏହା ସ୍ପଷ୍ଟ କରିଛନ୍ତି। ତାଙ୍କ ଦଳ ଛାଡିବା ନେଇ କୌଣସି ଖବର ଆସି ନାହିଁ।

Title:ନିତିନ ଗଡକରୀଙ୍କ ଏକ ଏଡିଟ୍ ହୋଇଥିବା ଭିଡିଓକୁ ସେୟାର କରି ଦାବି କରା ଯାଉଛି ଯେ ସେ ବିଜେପି ଦଳ ଛାଡୁଛନ୍ତି।
Fact Check By: Siddharth SahuResult: Misleading
