ବିଜେପି ସମର୍ଥକ ମଦ ପିଉଥିବାର ଏହି ଭିଡିଓ ପୁରୁଣା ଏବଂ ଗୁଜରାତ ନିର୍ବାଚନ ପ୍ରଚାର ସହ କୌଣସି ସମ୍ପର୍କ ନାହିଁ।

Misleading Political

ଗୁଜରାତ ନିର୍ବାଚନକୁ ନେଇ ସୋଶିଆଲ ମିଡିଆରେ ରଚ୍ଚା ବଢ଼ିବାରେ ଲାଗିଛି। ଏଥିମଧ୍ୟରେ ସେଶିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦାବି କରାଯାଇଛି ଯେ, ଗୁଜରାତ ନିର୍ବାଚନ ପ୍ରଚାରରେ ବିଜେପି ସମର୍ଥକ ମଦ ପିଇ ପ୍ରଚାର କରୁପଛନ୍ତି। ଭିଡିଓରେ କିଛି ଲୋକ ବିଜେପି ପତକା ଏବଂ ଟୋପି ପିନ୍ଧି ମଦ ପିଉଛନ୍ତି। 

Amitabh Patra ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେୈ ଲେଖାଯାଇଛି ଯେ, କୋଇ ପତ୍ଥର ସେ ନ ମାରୋ, ମେରେ ଦିୱାନେ କୋ …ସବକୋ ରେୱଡି ମିଲେଗା ।#gujratelection2022 #BJP4UP #BJP4IND #BJPGujarat #BJPGovt

ଫେସବୁକଆର୍କାଇଭ

ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକ ଥର ସେୟାର କରିବା ସହିତ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳୁଛି। 

ଅନୁସନ୍ଧାନ-

ଭିଡିଓର ସ୍କ୍ରିନସଟରେ ରିଭର୍ସ ଇମେଜ୍ କରିବାରୁ 20 ଡିସେମ୍ବର 2021 ରେ ପ୍ରକାଶିତ ଟ୍ୱିଟରେ ସମାନ ଭିଜୁଆଲ୍ ଏକ ଭିଡିଓ ମିଳିଥିଲା। ଭିଡିଓ 2021ର ଅଟେ। ଏଥରୁ ସ୍ପଷ୍ଟ ହେଉଛି ଯେ, ଭାଇରାଲ ଭିଡଜିଓ ବର୍ତ୍ତମାନର ନୁହେଁ। 

ଏହି ଭିଡିଓକୁ ଭାରତୀୟ ଯୁବ କଂଗ୍ରେସର ରାଷ୍ଟ୍ରୀୟ ସଭାପତି ଶ୍ରୀନିବାସ ବିଭି ଅଂଶୀଦାର କରିଛନ୍ତି। ଭିଡିଓ ସମ୍ପର୍କରେ ସେ ଅଭିଯୋଗ କରିଛନ୍ତି ଯେ ହରିଦ୍ୱାରରେ ଜେପି ନାଡଡାଙ୍କ ଏକ ରାଲିରେ ଜନତାଙ୍କୁ ଆକର୍ଷିତ କରିବା ପାଇଁ ବିଜେପି ମଦ୍ୟପାନ କରିଛି। ଡିସେମ୍ବର 2021 ରେ ଏହି ଭିଡିଓ କଂଗ୍ରେସ ସମର୍ଥକଙ୍କ ଦ୍ୱାରା ବହୁଳ ଭାବରେ ସେୟାର କରାଯାଇଥିଲା। ଏଥିରୁ ସ୍ପଷ୍ଟ ହେଲା ଯେ, ଭିଡିଓଟି ପୁରୁଣା ଅଟେ। 

ଶେଷକଥା

ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ବିଜେପି ସମର୍ଥକ ମଦ ପିଉଥିବାର ଏହି ଭାଇରାଲ ଭିଡିଓ ପୁରୁଣା ଅଟେ। ବର୍ତ୍ତମାନ ଗୁଜରାତ ନିର୍ବାଚନ ସହିତ କୌଣସି ସମ୍ପର୍କ ନାହିଁ।

Avatar

Title:ବିଜେପି ସମର୍ଥକ ମଦ ପିଉଥିବାର ଏହି ଭିଡିଓ ପୁରୁଣା ଏବଂ ଗୁଜରାତ ନିର୍ବାଚନ ପ୍ରଚାର ସହ କୌଣସି ସମ୍ପର୍କ ନାହିଁ।

Fact Check By: Saritadevi Samal 

Result: Misleading

Leave a Reply

Your email address will not be published. Required fields are marked *