
ବର୍ତ୍ତମାନ ସୋସିଲା ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସ୍କୁଟିରେ ବସୁଥିବା ସମୟରେ ଜଣେ ଯୁବତୀ ଟଳି ପଡ଼ୁଛନ୍ତି। ଭିଡିଓ ଦେଖି ବ୍ଯତୀତ ହେଉଛି ଯେ ସେ କୌଣସି ନିଶା ଦ୍ରବ୍ୟର ସେବନ କରିଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ଓଡିଶାର ଅଟେ।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ ଓଡ଼ିଶାର ନୁହେଁ ବରଂ ପଞ୍ଜାବର ଚଣ୍ଡିଗଡ ସହରର ଅଟେ।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ନିଶା ଅବସ୍ଥାରେ ଥିବା ଦୁଇଟି ଯୁବତୀଙ୍କର ଏହି ଭିଡିଓ ଓଡ଼ିଶାର ଅଟେ। ପୋଷ୍ଟରେ କୁହା ଯାଇଛି ଯେ “ନବୀନ ବାବୁଙ୍କର ଜୀବନବ୍ୟାପି ସାଧନାର ଫଳ ଏବେ ରାଜ୍ୟ ସାରା ଦେଖିବାକୁ ମିଳୁଛି”
ଆମ ଅନୁସନ୍ଧାନ:
ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରିଲା ପରେ ଆମେ ପ୍ରତ୍ଯେକ ଭିଡିଓର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୧୭ ଏପ୍ରିଲ୍ ୨୦୧୬ ମସିହାରେ ଗୋଟିଏ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଭିଡିଓ ପୋଷ୍ଟ କରି କୁହା ଯାଇଛି ଯେ “ମଦ୍ୟ ନିଶା ଅବସ୍ଥାରେ ଥିବା ଯୁବତୀ ଚଣ୍ଡିଗଡରେ ପୋଲିସ ଉପରେ ଚିଲାଉଛନ୍ତି।”
ଭିଡିଓକୁ ଗଭୀରତା ସହିତ ଦେଖିଲା ପରେ ଆମେ ଜାଣିଲୁ ଯେ ସେହି ଯୁବତୀଙ୍କ ସ୍କୁଟି ରେଜିଷ୍ଟ୍ରେସନ୍ ନମ୍ବର ପିବି (ପଞ୍ଜାବ) ରୁ ଆରମ୍ଭ ହୋଇଛି। ଭିଡିଓରେ ମଧ୍ୟ ଦୁଇଟି ଯୁବତୀ ପରସ୍ପର ସହିତ ହିନ୍ଦୀ ଭାଷାରେ କଥା ହେଉଥିବା ଶୁଣିବାକୁ ମିଳିଲା। ଏହା ଦ୍ଵାରା ଭାଇରାଲ ଭିଡିଓ ଓଡ଼ିଶାର ହେଇନଥିବାର ଆମକୁ ସନ୍ଦେହ ହେଲା।

ୟୁଟ୍ୟୁବରେ ସର୍ଚ୍ଚ କରିଲା ପରେ ଆମକୁ ସମାନ ଭିଡିଓ ୬ ଏପ୍ରିଲ୍ ୨୦୧୬ ରେ ଇନଖବର ନାମକ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଭିଡିଓ ପଞ୍ଜାବର ଚଣ୍ଡିଗଡ ସହରର ଅଟେ ଯେଉଁଠାରେ ଦୁଇଟିଯୁବତୀ ନିଶା ଅବସ୍ଥାରେ ପୋଲିସ ସହିତ ମଧ୍ୟ ଯୁକ୍ତିତର୍କ କରିଥିଲେ।
ଭିଡିଓରେ ଆମେ ଦେଖି ପାରିବାଯେ ଜଣେ ଯୁବତୀ ନିଜ ସାଥିଙ୍କୁ କହୁଛନ୍ତି ଯେ ପୋଲିସ କେସ୍ ହେଇସାରିଛି ଏବଂ ସେଠାରେ ଉପସ୍ଥିତ ଲୋକଙ୍କୁ ଭିଡିଓ ନବନେଇବା ପାଇଁ ଅନୁରୋଧ କରୁଛନ୍ତି। ଲୋକେ ତାଙ୍କୁ ପରାମର୍ଶ ଦେଇ କହୁଛନ୍ତି ଯେ ସେ ଯୁବତୀ ନିଜ ସାଥିଙ୍କୁ ଗୋଟିଏ ଅଟୋରେ ନେଇ ଯିବା ଉଚ୍ଚିତ ଅଟେ।
ରିପୋର୍ଟ ଅନୁଯାୟୀ ପ୍ରାୟ ୧ ଘଣ୍ଟା ସମୟ ପର୍ଯ୍ୟନ୍ତ ଲୋକେ ଯୁବତୀଙ୍କୁ ବୁଝାମଣା କରିଥିଲେ କିନ୍ତୁ ଶେଷରେ ସେମାନେ ପୋଲିସକୁ ଡାକରା ଦେଇଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚିବା ପରେ ଯୁବତୀ ପୋଲିସଙ୍କ ସହିତ ଦୁର୍ବ୍ୟବହାର କରିବା ଆରମ୍ଭ କରି ଦେଇଥିଲେ। ପୋଲିସ ଯୁବତୀଙ୍କୁ ଥାନା ନେବାର ଚେଷ୍ଟା କରିଥିବା ସମୟରେ ଯୁବତୀ ନିଜ ସ୍କୁଟିରେ ଥାନା ଯିବା ଜିଦ କରିଥିଲେ। ଧାରା ୧୮୫ ଅନ୍ତର୍ଗତ ଦୁଇ ଯୁବନ୍ତିଙ୍କ ବିରୁଦ୍ଧରେ ମାମଲା ରୁଜୁ କରା ଯାଇଥିଲା।
ଭାସ୍କର ପତ୍ରିକା ଅନୁଯାୟୀ, ନିଶା ଅବସ୍ଥାରେ ଦୁଇଟି ଯୁବତୀ ଚଣ୍ଡିଗଡର ରାସ୍ତାରେ ପ୍ରାୟ 1 ଘଣ୍ଟା ସମୟ ପର୍ଯ୍ୟନ୍ତ ହଙ୍ଗାମା କରିଥିଲେ। ଜଣେ ଯୁବତୀ ଏକ୍ଟିଭା ଚଳଉଥିଲେ ଏବଂ ଦ୍ଵିତୀୟ ଯୁବତୀ ପଛରେ ବସିଥିଲେ। କିନ୍ତୁ ବେସୀ ନିଶାରେ ଥିବା କାରଣରୁ ଦ୍ଵିତୀୟ ଯୁବତୀ ନିଜକୁ ସମ୍ଭାଳିବାକୁ ଅସମର୍ଥ ହେଇଥିଲେ। ଦୁଇ ଯୁବତୀଙ୍କ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା ଯାହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ।
ପୋଲିସ ତାଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିବା ବେଳେ ଜଣେ ଯୁବତୀ ପୋଲିସକୁ ଢକା ମଧ୍ୟ ଦେଇଥିଲେ। ଦୁଇ ଯୁବତୀଙ୍କ ମେଡିକାଲ୍ ପରୀକ୍ଷା କରିବା ପରେ ନିଶା ଅବସ୍ଥାରେ ଥିବା ପ୍ରମାଣ ମିଳିଥିଲା ଏବଂ ଦୁଇ ଜଣଙ୍କ ଉପରେ ଧାରା ୧୮୫ ଅନ୍ତର୍ଗତ ମାମଲା ରୁଜୁ କରି ଗିରଫ କରା ଯାଇଥିଲା।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ନିଶା ଅବସ୍ଥାରେ ରାସ୍ତାରେ ହଙ୍ଗାମା କରୁଥିବା ଦୁଇଟି ଯୁବତୀଙ୍କ ଭିଡିଓ ଓଡିଶାର ନୁହେଁ ବରଂ ପଞ୍ଜାବର ଚଣ୍ଡିଗଡ ସହରର ଅଟେ।

Title:କ’ଣ ନିଶା ଅବସ୍ଥାରେ ରାସ୍ତାରେ ହଙ୍ଗାମା କରୁଥିବା ଦୁଇଟି ଯୁବତୀଙ୍କ ଭିଡିଓ ଓଡିଶାର ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
