କ’ଣ ସାଧୁ ମାନଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ତାଙ୍କ ଉପରେ ଆକ୍ରମଣ ହେଉଥିବା ଏହି ଘଟଣା ମଧ୍ୟପ୍ରଦେଶରେ ଘଟିଛି? ଜାଣନ୍ତୁ ସତ୍ୟ। 

Partly False Social

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ବିଶାଳ ଭିଡ଼ କିଛି ଲୋକ ଉପରେ ଆକ୍ରମଣ କରୁଛନ୍ତି। ଦାବି ଅନୁଯାୟୀ ଏହି ଭିଡିଓ ମଧ୍ୟପ୍ରଦେଶ ରାଜ୍ୟର ଅଟେ ଯେଉଁଠାରେ ସ୍ଥାନୀୟ ଲୋକେ ୩ ଜଣ ସାଧୁଙ୍କୁ ଶିଶୁ ଅପହରଣକାରୀ ହୋଇଥିବା ସନ୍ଦେହ କରି ମାରୁଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ମଧ୍ୟ ପ୍ରଦେଶର ନୁହେଁ ବରଂ ଚତ୍ତିଶଗଡ ରାଜ୍ୟର ଦୁର୍ଗ ସହରର ଅଟେ। 

ଭାଇରାଲ ଭିଡିଓରେ କୁହା ଯାଇଛି ଯେ ମଧ୍ୟପ୍ରଦେଶର ଦୁର୍ଗରେ ସାଧୁଙ୍କୁ ନିସ୍ତୁକ ମାଡ଼ ହୋଇଛି। ପିଲା ଚୋର ସନ୍ଦେହରେ ସାଧୁ ମାନଙ୍କୁ ପିଟି-ପିଟି ଲହୁଲୁହାଣ କରିଛନ୍ତି ସ୍ଥାନୀୟ ବାସିନ୍ଦା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ପୋଷ୍ଟରେ କୁହା ଯାଇଛି ଯେ, “ମଧ୍ୟପ୍ରଦେଶରେ ସାଧୁଙ୍କ ଉପରେ ନିସ୍ତୁକ ମାଡ । ପିଲାଚୋର ସନ୍ଦେହରେ ପ୍ରବଳ ପିଟିଲେ ଲୋକେ ।”

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାରକରି ଭାଇରାଲ ଭିଡିଓ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଘଟଣା ଏବଂ ଭାଇରାଲ ଭିଡିଓ ୬ ଅକ୍ଟୋବର ୨୦୨୨ ରେ ଦୈନିକ ଜାଗରଣର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ ଏହି ଘଟଣା ଚତ୍ତିଶଗଡ ରାଜ୍ୟର ଦୁର୍ଗ ଶହରର ଘଟଣା ଅଟେ। ଘଟଣାରେ ଲୋକେ ସାଧୁଙ୍କୁ ନିରଧୂମ ମାଡ଼ ମାରିଥିଲେ। ସାଧୁ ମାନଙ୍କ ଦ୍ଵାରା ପିଲା ଚୋରୀ କରିବା ଗୁଜବ ବିସ୍ତାର ହୋଇଥିଲା। ଏହା ନେଇ ସ୍ଥାନୀୟ ଲୋକେ ସାଧୁ ମାନଙ୍କ ଉପରେ ଆକ୍ରମଣ କରିଥିଲେ। ଅନେକ ଅସୁବିଧା ପରେ ପୋଲିସ ସାଧୁ ମାନଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। 

ଭିଡିଓରେ ଦୁର୍ଗ ଏସପି ଅଭିଷେକ ପଲ୍ଲବ କହୁଛନ୍ତିଯେ, ଦୂର୍ଗା ପୂଜା ସମୟରେ ପରିବାର ସଦସ୍ୟ ମାନେ ପୂଜା ଦେଖି ଯାଇଥିବା ସମୟରେ ସାଧୁ ମାନେ ପିଲା ମାନଙ୍କ ସହିତ କିଛି କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ଏହା ନେଇ ଗୁଜବ ବିସ୍ତାର ହୋଇଥିଲା ଯେ ସେହି ସାଧୁ ମାନେ ପିଲା ଚୋରୀ କରିବା ଉଦ୍ଦେଶ୍ୟରେ ଆସିଥିଲେ। ସାଧୁ ମାନେ ସନ୍ଦିଗ୍ଧ ଉପାୟରେ ବୁଲୁଥିଲେ ଏବଂ ତାଙ୍କର କୌଣସି ପରିଚୟ ପତ୍ର ମଧ୍ୟ ନଥିଲା। 

ପୋଲିସ କହିବା ଅନୁଯାୟୀ ପୁରା ଘଟଣାରେ ସାଧୁ ମାନେ ମଧ୍ୟ ସନ୍ଦିଗ୍ଧ ଅଟନ୍ତି, କିନ୍ତୁ ଯେଉଁ ଉପାୟରେ ତାଙ୍କ ଉପରେ ଆକ୍ରମ କରା ଯାଇଥିଲା ତାହା ଭୁଲ ଅଟେ। ପିଲା ଚୋରୀର ଗୁଜବ ଦୁର୍ଗ ଏବଂ ରାଇପୁର ଜିଲାରେ ବିସ୍ତାର ହେଇ ଆସୁଛି। 

୬ ଅକ୍ଟୋବର ୨୦୨୨ ର ନବଭାରତ ଟାଇମ୍ସ ରିପୋର୍ଟ ଅନୁଯାୟୀ ସୋସିଆଲ ମିଡିଆରେ ତିନି ଜଣ ସାଧୁଙ୍କ ଦ୍ଵାରା ପିଲା ଚୋରୀ କରିବା ଉଦ୍ଦେଶ୍ୟର ଗୁଜବ ବିସ୍ତାର ହେବା ପରେ ଚତ୍ତିଶଗଡର ଦୁର୍ଗ ଜିଲାର ଚରୋଦା ଗ୍ରାମରେ ସ୍ଥାନୀୟ ଲୋକ ମାନେ ସାଧୁ ଭେଷରେ ଆସିଥିବା ତିନି ଜଣଙ୍କ ଉପରେ ଆକ୍ରମଣ କରିଥିଲେ। ସୂଚନା ଅନୁଯାୟୀ ରାସ୍ତା ହଜି ଯାଇଥିବା ହେତୁ ସେହି ତିନୋଟି ସାଧୁ ଚରୋଦା ଗ୍ରାମ ପହଞ୍ଚି ଯାଇଥିଲେ। ସ୍ଥାନୀୟ ଲୋକଙ୍କୁ ତାଙ୍କ ଉପରେ ସନ୍ଦେହ ହେବା ପରେ ସେମାନେ ସାଧୁଙ୍କୁ ପଚରାଉଚରା କରିଥିଲେ ଏବଂ ଏହା ପରେ ଆକ୍ରମଣ କରିଥିଲେ। 

ଶେଷକଥା

ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଯଦିଓ ଘଟଣାଟି ସତ୍ୟ ଅଟେ, କିନ୍ତୁ ଏହା ମଧ୍ୟପ୍ରଦେଶରେ ନୁହେଁ ବରଂ ଚତ୍ତିଶଗଡର ଦୁର୍ଗ ସହରରେ ଘଟିଥିଲା। ପିଲା ଚୋରୀ ଘଟଣା ନେଇ ଗୁଜବ ବିସ୍ତାର ହେବା ପରେ ସ୍ଥାଇୟ ଲୋକେ ସାଧୁ ମାନଙ୍କ ଉପରେ ଆକ୍ରମଣ କରିଥିଲେ। 

Avatar

Title:କ’ଣ ସାଧୁ ମାନଙ୍କୁ ପିଲା ଚୋର ବୋଲି ସନ୍ଦେହ କରି ତାଙ୍କ ଉପରେ ଆକ୍ରମଣ ହେଉଥିବା ଏହି ଘଟଣା ମଧ୍ୟପ୍ରଦେଶରେ ଘଟିଛି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: Partly False

Leave a Reply

Your email address will not be published. Required fields are marked *