
ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ୍ ଡେଭିଡ ମିଲରଙ୍କ ଝିଅର ମୃତ୍ୟୁକୁ ନେଇ ସାରା ବିଶ୍ୱରେ କ୍ରିକେଟ୍ ପ୍ରଶଂସକଙ୍କ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ନିକଟରେ ମିଲର ନିଜ ଇଂଷ୍ଟାଗ୍ରାମରେ ଜଣେ ଝିଅ ଶୀତ ଫୋଟୋ ପୋସ୍ତ କରିଥିଲେ। ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ମିଲଙ୍କ ଝିଅର ମୃତ୍ୟୁ ହୋଇଥିବା ଖବର ଭାଇରାଲ ହୋଇଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମୃତ୍ୟୁ ହୋଇଥିବା ଝିଅ ଡେଭିଡ୍ ମିଲରଙ୍କର ଜଣେ ବଡ଼ ପ୍ରଶଂଶକ ଥିଲେ।
କ’ଣ କୁହା ଯାଇଛି ପୋଷ୍ଟରେ?
ଭିଡିଓରେ ଦାବି କରା ଯାଇଛି ଯେ ଡେଭିଡ୍ ମିଲର ମ୍ୟାଚ୍ ଖେଳୁଥିଲା ବେଳେ ତାଙ୍କ ଝିଅର ମୃତ୍ୟୁ ହୋଇଛି। ଦାବି ଅନୁଯାୟୀ ଡେଭିଡ୍ ମିଲର ଶୋକ ପ୍ରକାଶ କରି କହିଛନ୍ତି “ତୁମେ ହେଉଛ ଏକ ବିରାଟ ଯୋଦ୍ଧା। ସବୁ ବେଳେ ମୂହରେ ହସ ଏବଂ ପଜିଟିଭ୍ ଭାବନା ନେଇ ଯୁଧ୍ୟ କରିଛ। ଅନ୍ୟକୁ ଭଲ ପାଇବାରୁ ଆରମ୍ଭ କରି ସବୁ ପ୍ରକାରର ଚ୍ୟାଲେଞ୍ଜକୁ ତୁମେ ଜୀବନରେ ଗ୍ରହଣ କରିଛ। ମୋ ଖରବ ସମୟରେ ତୁମେ ମୋଟ ଚିୟର କରିଛ। ମୁଁ ବହୁତ ଭାଗ୍ୟବାନକି ତୁମ ସହିତ ମୁଁ କିଛି ବାଟ ଚାଲି ପାରିଛି। ଆଇ ଲଭ୍ ୟୁ ମାଈ ଡଟର।”
ଆମ ଅନୁସନ୍ଧାନ:
ଗୁଗୁଲରେ ବିଭିନ୍ନ ମୁଖ୍ୟଏସଏଚବିଡ଼ି ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମିଲର୍ ପ୍ରଥମେ ୮ ଅକ୍ଟୋବର ରେ ଇନଷ୍ଟାଗ୍ରାମ ରିଲ୍ସରେ ଏକ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଗୋଟିଏ ଝିଅର ଅନେକ ଫୋଟୋ ଥିଲା | ଭିଡିଓ ପୋଷ୍ଟ କରି ସେ ଲେଖିଥିଲେ, “RIP you little rockstar। ତୁମକୁ ସବୁବେଳେ ଭଲ ପାଏ!”
ମିଲରଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସନ୍ଧାନ କରିବାବେଳେ, ଆମେ ମାର୍ଚ୍ଚ ୨୦୧୭ ରୁ ଏକ ଝିଅ ସହିତ ତାଙ୍କର ଏହି ଫଟୋ ପାଇଲୁ। ଏହି ଫଟୋରେ ଝିଅଟି ବହୁତ ଛୋଟ ଦେଖାଯାଉଥିଲା। ଫୋଟୋ ସହିତ ଲେଖା ଯାଇଛି, “ଏକ ଛୋଟ ସ୍ଵତନ୍ତ୍ର ପ୍ରାଣ। ୫ ବର୍ଷ ବୟସରେ ଜୀବନ ପ୍ରତି ତାଙ୍କର ଉତ୍ସାହ ମୋ ପାଇଁ ଏକ ଉଦାହରଣ! ତୁମ ସହିତ ସାକ୍ଷାତ କରିବାକୁ ମୁଁ ଭଲପାଏ।”
ଏହା ପରେ ଆମକୁ ଖେଳ ଜଗତ ସହିତ ଜଡ଼ିତ ସ୍ପୋର୍ଟ୍ସ ବ୍ରିଜ୍ ନାମକ ଏକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟ ମିଳିଲା। ଏହି ଏକାଉଣ୍ଟ ରେ ସ୍ପଷ୍ଟ ଭାବରେ କୁହା ଯାଇଛି ଯେ ଡେଭିଡ୍ ମିଲରଙ୍କ ସହ ଫୋଟୋରେ ଥିବା ଝିଅ ମିଲରଙ୍କ ନିଜ ଝିଅ ନୁହେଁ।

ମିଲରଙ୍କ ପରିବାର ବିଷୟରେ ସୂଚନା ଏକତ୍ର କରିବା ପରେ ଆମେ ଏକ ୱେବସାଇଟ ପାଇଲୁ ଯେଉଁଥିରେ ଉଲ୍ଲେଖ କରା ଯାଇଛି ଯେ ସେ ଅବିବାହିତ ଅଟନ୍ତି।

ଗଣମାଧ୍ୟମ ରିପୋର୍ଟରେ ମଧ୍ୟ ଏହି ବିଷୟରେ ଏକ ରିପୋର୍ଟ ପ୍ରସାରିତ ହୋଇଛି ଯେଉଁଥିରେ ଛୋଟ ଝିଅଟି ମିଲର୍ସଙ୍କ ପ୍ରଶଂସକ, ତାଙ୍କ ସନ୍ତାନ ନୁହେଁ ବୋଲି ଉଲ୍ଲେଖ କରା ଯାଇଛି।


ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଡେଭିଡ୍ ମିଲରଙ୍କ ଝିଅର ମୃତ୍ୟୁ ହୋଇଥିବା ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ଝିଅ ଡେଭିଡ୍ ମିଲରଙ୍କର ଜଣେ ପ୍ରଶଂସକ ଥିଲେ ଯାହାର କର୍କଟ ରୋଗ ହେତୁ ମୃତ୍ୟୁ ହୋଇଛି।

Title:କ’ଣ ନିକଟରେ ଦକ୍ଷିଣ ଆଫ୍ରିକା କ୍ରିକେଟ୍ ଖେଳାଳି ଡେଭିଡ୍ ମିଲରଙ୍କ ଝିଅଙ୍କର ମୃତ୍ୟୁ ହୋଇଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
