କ’ଣ ଭାରତ ଯୋଡ଼ ରାଲି ପରେ ଦେଶର ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ ବନିଛନ୍ତି? 

Misleading Political

‘ଆଜ୍ ତକ୍ ନ୍ୟୁଜ୍ ଚ୍ୟାନେଲ୍’ ଦ୍ୱାରା ପ୍ରକାଶିତ ସର୍ଭେ ଫଳାଫଳର ଏକ ଫୋଟୋ ସୋସିଆଲ୍ ମିଡିଆରେ ସେୟାର କରାଯାଉଛି। ଯେଉଁଥି୍ରେ ରାହୁଲ ଗାନ୍ଧୀଙ୍କ ଲୋକପ୍ରିୟତା 52% ସହ ଆଗୁଆ ଅଛନ୍ତି ଏବଂ ନରେନ୍ଦ୍ର ମୋଦୀ 46% ସହ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଭାଇରାଲ ପୋଷ୍ଟକୁ ଦେଖି ଜଣା ପଡ଼ୁଛି ଭାରତ ଯୋଡ଼ ପରେ ରାହୁଲ ଗାନ୍ଧୀଙ୍କ ଲୋକ ପ୍ରିୟତା ବଢ଼ିବାରେ ଲାଗିଛି। 

ମୋର ନେତା କୀର୍ତ୍ତି ଭାଇ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ବଦଳୁଛି ଜନତାଙ୍କ ମୁଡ୍ ବଦଳିବ ଜୁମଲା ଶାସନ।। 

ଫେସବୁକ । ଆର୍କାଇଭ

ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହିତ 401ରୁ ଅଧିକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ। 

ଅନୁସନ୍ଧାନ-

କୀୱାର୍ଡ  ଆମେ ଜାଣିଲୁ ଯେ ସର୍ଭେ ପୋଲ ଫଟୋ ଜାନୁଆରୀ 2019 ରେ ପ୍ରସାରିତ ହୋଇଥିବା ଆଜ ଟାକର ‘ମୁଡ୍ ଅଫ୍ ଦି ନେସନ୍’ ପୋଲ ସହିତ ଜଡିତ। 2019 କୁ ଦୃଷ୍ଟିରେ ରଖି ଆଜ୍ ତକ ଏହି ସର୍ଭେ କରିଥିଲେ।

 ବିରୋଧୀଦଳ ନେତାଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପାଇଁ ସର୍ବୋତ୍ତମ ବିକଳ୍ପ କିଏ? ବୋଲି ଏକ ସର୍ଭେ ପ୍ରଶ୍ନ ପାଇଁ ଅଜ ତକଙ୍କ ‘ମୁଡ୍ ଅଫ୍ ଦି ନେସନ୍’ ସର୍ଭେରୁ ଜଣାପଡିଛି ଯେ 52% ଭୋଟର ଭାବନ୍ତି ଯେ ରାହୁଲ ଗାନ୍ଧୀ ହେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧୀଦଳର ନେତାମାନଙ୍କ ମଧ୍ୟରେ  ସର୍ବୋତ୍ତମ ବିକଳ୍ପ। 

 ରାହୁଲ ଗାନ୍ଧୀ, ମମତା ବାନାର୍ଜୀ, ଅଖିଳେଶ ଯାଦବ, ଅରବିନ୍ଦ କେଜ୍ରିୱାଲ ଏବଂ ମାୟାବତୀଙ୍କ ମଧ୍ୟରେ ଏହି ସର୍ଭେ କରାଯାଇଥିଲା। ରାହୁଲ ଗାନ୍ଧୀଙ୍କ  ଭାଇରାଲ ଫୋଟୋ ଭିଡିଓର 19:54 ମିନିଟରୁ ଦେଖିହେବ। 

, “ପରବର୍ତ୍ତୀ ପ୍ରଧାନମନ୍ତ୍ରୀ କିଏ ହେବେ?” ପାଇଁ ନରେନ୍ଦ୍ର ମୋଦୀ ସର୍ବାଧିକ 46% ଭୋଟ୍ ପାଇଛନ୍ତି। ଏହି ସର୍ଭେ ସର୍ଭେର ଫଳାଫଳରେ ରାହୁଲ ଗାନ୍ଧୀ 34 ପ୍ରତିଶତ ଭୋଟ୍ ପାଇଛନ୍ତି। ଏହି ଦୃଶ୍ୟଗୁଡିକ ଭିଡିଓର 7:56 ମିନିଟରେ ଦେଖିବାକୁ ମିଳେ।  ପୋଷ୍ଟରେ ଅଂଶୀଦାର ହୋଇଥିବା ପ୍ରତିଛବି 2019 ରେ କରାଯାଇଥିବା ଆଜ ତକ ‘ମୁଡ୍ ଅଫ୍ ଦି ନେସନ୍ ସର୍ଭେ’ର ଅଂଶ ଭାବରେ ପଚରାଯାଇଥିବା ଦୁଇଟି ଭିନ୍ନ ସର୍ଭେ ପ୍ରଶ୍ନର ଫଳାଫଳ ତୁଳନା କରାଯାଇଥିଲା। 

ନିକଟରେ, ଯେତେବେଳେ ଭାରତୀୟ ଜାତୀୟ କଂଗ୍ରେସ ଦିଲ୍ଲୀ ଏହାର ଅଫିସିଆଲ୍ ଟ୍ୱିଟର ହ୍ୟାଣ୍ଡେଲରେ ଏହି ସଂପାଦିତ ପ୍ରତିଛବିକୁ ଟ୍ୱିଟ୍ କରିଥିଲା, ସେତେବେଳେ ଆଜ ତକ୍ ଏହାକୁ ଏକ ଫଟୋସପ୍ ଇମେଜ୍ ବୋଲି ସ୍ପଷ୍ଟ କରି ଏକ ଟ୍ୱିଟ୍ ପ୍ରକାଶ କରିଥିଲେ। ଆଜ ତକ ଲେଖିଛି  ଯେ, ସେମାନେ ଏଭଳି କୌଣସି ସର୍ଭେ କରିନାହାଁନ୍ତି ଏବଂ ଏହାକୁ ଏକ ନକଲି ଚିତ୍ର ବୋଲି ସ୍ପଷ୍ଟ କରିଛନ୍ତି।

ଶେଷକଥା-

ଅନୁ୍ସନ୍ଧାନରୁ ସ୍ପଷ୍ଟ ହେଲା ଯେ,  ମୋଦି ଏବଂ ରାହୁଲ ଗାନ୍ଧୀଙ୍କୁ ନେଇ କରାଯାଇଥିବା ସର୍ଭେର ଫୋଟୋ ନକଲି ଅଟେ। ଏଡିଟେଡ୍ ଫୋଟୋ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 

Avatar

Title:କ’ଣ ଭାରତ ଯୋଡ଼ ରାଲି ପରେ ଦେଶର ପ୍ରଥମ ପସନ୍ଦ ରାହୁଲ ଗାନ୍ଧୀ ବନିଛନ୍ତି?

Fact Check By:  Sarita Samal 

Result: Misleading

Leave a Reply

Your email address will not be published. Required fields are marked *