
କ୍ରିକେଟ୍ ମ୍ୟାଚରେ ଭାରତ ଠାରୁ ପରାଜୟ ହେବା ପରେ ପାକିସ୍ତାନ ସମର୍ଥକଙ୍କ ଟିଭି ଭଙ୍ଗାରୁଜା କରିବା ଭିଡିଓ ଆମ ଦେଶରେ ବହୁତ ପ୍ରସିଦ୍ଧ ଏବଂ ଏହା ନେଇ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଥାଏ। ଏସିଆ କପରେ ପାକିସ୍ତାନ ଠାରୁ ପରାଜିତ ହେବା ପରେ ଭାରତୀୟ ସମର୍ଥକଙ୍କୁ ଟି୨୦ ବିଶ୍ଵ କଫରେ ପାକିସ୍ତାନ ବିରୁଦ୍ଧରେ ବିଜୟର ଆଶା ଥିଲା। ଏହି ସମୟରେ ଭାରତ ନିଜ ସମର୍ଥକଙ୍କୁ ନିରାଶ ହେବା ସୁଯୋଗ ଦେଇ ନାହିଁ। ଗତ କାଲୀ ମ୍ୟାଚରେ ଭାରତ ପାକିସ୍ତାନକୁ ପରାଜୟ କରିଛି।
ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ବାଇରାଲ ହେଉଛି ଯେଉଁଥିରେ ଜଣେ ବ୍ୟକ୍ତି ଟିଭି ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଟି୨୦ ବିଶ୍ଵ କପର ମ୍ୟାଚ୍ ଦେଖୁଥିବା ମିଳିଛି ଏବଂ କିଛି ସମୟ ପରେ ସେ ନିଜ ଟିଭି ଭାଙ୍ଗାରୁଜା କରୁଥିବା ଜଣା ପଡିଛି। ଦାବି କରା ଯାଇଛି ଯେ ପାକିସ୍ତାନର ପରାଜୟ ପରେ ସମର୍ଥକ ମାନେ ଟିଭି ଟିଭି ଭାଙ୍ଗିବା ଆରମ୍ଭ କରିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ପୁରୁଣା ଅଟେ ଏବଂ ଏହାର ଟି୨୦ ବିଶ୍ଵ କପ୍ କିମ୍ବା କ୍ରିକେଟ୍ ସହିତ କୌଣସି ସମ୍ବନ୍ଧ ନାହିଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ, “ପରାଜୟ ପରେ, ଟିଭି ଭାଙ୍ଗିବା ଆରମ୍ଭ ହେଲା …ପାକିସ୍ତାନ ଦେଶର”
ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓର ଏକ ଲାମ୍ବା ଅଂଶ ୨୦୧୬ ମସିହାରେ ଗୋଟିଏ ଫେସବୁକ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା।
ଏହି ଭିଡିଓରେ ଜଣା ପଡିଛି ଯେ ସେହି ବ୍ୟକ୍ତି କ୍ରିକେଟ୍ ନୁହେଁ ବରଂ ଫୁଟବଲ୍ ମ୍ୟାଚ୍ ଦେଖୁଥିଲେ। କୌଣସି କାରଣରୁ ତାଙ୍କ ଟିଭି ବାରମ୍ବାର ବନ୍ଦ ହେଇ ଯାଉଥିବାରୁ ସେ ରାଗି ନିଜ ଟିଭି ଭାଙ୍ଗୁଛନ୍ତି ଏବଂ ଅନ୍ୟ ଜିନିଷ ଗୋଦା ଫୋପାଡୁଛନ୍ତି। ନିମ୍ନରେ ଆପଣ ମାନେ ଏହି ଭିଡିଓ ଦେଖି ପାରିବେ।
ଆମକୁ ସମାନ ଭିଡିଓ ୧୬ ଜୁନ୍ ୨୦୧୬ ମସିହାରେ ୟୁଟ୍ୟୁବରେ ମଧ୍ୟ ଅପ୍ଲୋଡ ହେଇଥିବା ମିଳିଲା। ଏହି ଭିଡିଓ ସହିତ ସୂଚନା ଦିଆ ଯାଇଛି ଯେ ତୁର୍କୀ ଏବଂ କ୍ରୋଏସିଆ ମଧ୍ୟରେ ହେଇଥବା ଫୁଟବଲ୍ ମ୍ୟାଚ୍ ସମୟରେ ଜଣେ ଫୁଟବଲ୍ ଫ୍ୟାନ ନିଜ ଟିଭି ଭାଙ୍ଗି ଥିଲେ।
ନିମ୍ନରେ ଆପଣ ମାନେ ଦୁଇଟି ଭିଡିଓରୁ ନିଆ ଯାଇଥିବା ସ୍କ୍ରିନଶଟ୍ ମଧ୍ୟରେ ତୁଳନା ଦେଖି ପାରିବେ।

ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିବା ପରେ ଆମକୁ ୨୦ ଜୁନ୍ ୨୦୧୬ ରେ ସିନେଟ୍ ୱେବସାଇଟରେ ଏହି ଘଟନା ସମ୍ବନ୍ଧୀୟ ଏକ ରିପୋର୍ଟ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ ୨୦୧୬ ୟୁରୋ କପ୍ ସମୟରେ ଜଣେ ତୁର୍କୀ ମହିଳା ନିଜ ପ୍ରେମିକର ଟିଭିକୁ ଅଜଣା ଉପାୟରେ ବନ୍ଦ ଏବଂ ଚାଲୁ କରୁଥିଲେ ଯେଉଁଥିରେ ତାଙ୍କ ପ୍ରେମିକର ମ୍ୟାଚ୍ ଦେଖିବାରେ ବାଧା ସୃଷ୍ଟି ହୋଇଥିଲା। ଏହି ବିଷୟରେ ଅଜ୍ଞାନ୍ତ ଥିବା ବ୍ୟକ୍ତି ଶେଷରେ ରାଗି ନିଜ ଟିଭି ଏବଂ ଲାପଟପ୍ ଭାଙ୍ଗିଥିଲେ। ସେହି ମହିଳା ଘରେ ଥିବା ଏକ କ୍ୟାମେରାରେ ପୁରା ଘଟଣା ରେକର୍ଡ କରିଥିଲେ। ଏହା ପରେ ଭିଡିଓ ସୋସିଆଲ ଇଡ୍ୟରେ ଭାଇରାଲ ହୋଇଥିଲା। ସେହି ମ୍ୟାଚରେ ତୁର୍କୀ କ୍ରୋଏସିଆ ଠାରୁ ୧-୦ ରେ ପରାଜୟ ହୋଇଥିଲା।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରାମାଣିତ ହେଲା ଯେ ଭାଇରାଲ ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଭିଡିଓ ୨୦୧୬ ମସିହାର ଅଟେ ଯେତେବେଳେ ଜଣେ ବ୍ୟକ୍ତି ୟୁରୋ କପ୍ ୨୦୧୬ ଦେଖୁଥିବା ସମୟରେ ଟିଭି ଭାଙ୍ଗିଥିଲେ। ଏହି ଭିଡିଓର ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଟି୨୦ କ୍ରିକେଟ୍ ମ୍ୟାଚ୍ ସହିତ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ଟି୨୦ ବିଶ୍ଵ କପରେ ଭାରାତ ଠାରୁ ପରାଜୟ ହେବା ପରେ ପାକିସ୍ତାନ ସମର୍ଥକ ନିଜ ଟିଭି ଭାଙ୍ଗିଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
