
୧୯ ନଭେମ୍ବରରେ ଦୁବାଇରେ ଆୟୋଜିତ ମିଶ୍ରିତ ମାର୍ଶଲ ଆର୍ଟରେ ଭାରତର ପୂଜା ତୋମର ବିଶ୍ୱ ଚାମ୍ପିଅନ୍ ହୋଇଥିଲେ। ସୋସିଆଲ ମିଡିଆରେ ଲୋକେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି | ଏହି ସମୟରେ ଇଣ୍ଟରନେଟରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ତାଙ୍କୁ ରେଫରି ମ୍ୟାଚ୍ର ବିଜେତା ଘୋଷିତ କରୁଛନ୍ତି। ଏହି ଭିଡିଓ ଦୁବାଇରେ ହୋଇଥିବା ବିଜୟର ବୋଲି ଦାବି କରାଯାଉଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଭିଡିଓ ପୁରୁଣା ଅଟେ।
କ’ଣ କୁହା ଯାଇଛି ପୋଷ୍ଟରେ?
ମାର୍ଶାଲ ଆର୍ଟ ରେ ବିଶ୍ୱ ଚମ୍ପିୟାନ ହେଲା ପରେ ଭାରତର ଝିଅ ପୂଜା ତୋମର କୁ ବହୁତ ବହୁତ ଶୁଭେଚ୍ଛା ଏବଂ ଅଭିନନ୍ଦନ।
ସମାନ ଭିଡିଓ ଆପଣ ମାନେ ଏଠାରେ ମଧ୍ୟ ଦେଖି ପାରିବେ। ଏହି ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଛି। ଜଣେ ଟୁଇଟର ବ୍ୟବହାରକାରୀ ଭିଡିଓ ସେୟାର କରି ଦାବି କରିଛନ୍ତି ଯେ “ଭାରତର ମିଶ୍ରିତ ମାର୍ଶଲ ଆର୍ଟ ଖେଳାଳି ପୂଜା ତୋମାର ଦୁବାଇରେ ମ୍ୟାଟ୍ରିକ୍ସ ଫାଇଟ ନାଇଟ୍ ପ୍ରତିଯୋଗିତାରେ ଆମେରିକୀୟ ଖେଳାଳି ବି ଗୁଏନଙ୍କୁ ପରାସ୍ତ କରି ସ୍ଵର୍ଣ ବେଲ୍ଟ ଜିତି ପ୍ରମାଣ କରିଛନ୍ତି ଯେ ଭାରତୀୟ ମହିଳା କାହା ଠାରୁ କମ୍ ନୁହନ୍ତି।”
ଆମ ଅନୁସନ୍ଧାନ:
ୟୁଟ୍ୟୁବରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲା ପରେ ଆମକୁ ୨୧ ଜାନୁଆରୀ ୨୦୧୯ ରେ ୱାନ୍ ଚାମ୍ପିଅନସିପ୍ ର ଅଫିସିଆଲ୍ ଚ୍ୟାନେଲରେ ପ୍ରସାରିତ ଏହି ଫୁଟେଜ୍ ମିଳିଲା। ସୂଚନାରେ କୁହାଯାଇଛି ଯେ ପୂଜା ତୋମର ଇଣ୍ଡୋନେସିଆର ଜାକର୍ତ୍ତାରେ ଅବସ୍ଥିତ ଇଷ୍ଟୋରା ଷ୍ଟାଡିୟମରେ ଇଣ୍ଡୋନେସିଆ ଖେଳାଳି ପ୍ରିସ୍କିଲା ହାର୍ତାତି ଲୁମ୍ବାନ୍ ଗଲ୍ ବିପକ୍ଷରେ ଖେଳିଥିଲେ ଏବଂ ତାଙ୍କଠାରୁ ଜିତି ତୋମର ବିଶ୍ୱ ସ୍ତରରେ ପ୍ରଥମ ବିଜୟ ହାସଲ କରିଥିଲେ। ଏଥିରେ ଆପଣ ୧୯.୩୦ ମିନିଟ୍ ଠାରୁ ଭାଇରାଲ୍ ଭିଡିଓ ଦେଖିପାରିବେ।
ଏହା ଦ୍ଵାରା ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଭିଡିଓ ସମ୍ପ୍ରତ୍ତି ସମୟର ନୁହେଁ ବରଂ ୨୦୧୯ ମସିହାର ଅଟେ।
ଅନୁସନ୍ଧାନ ସହିତ ଅଗ୍ରଗତି କରି, ଦୁବାଇରେ ଅନୁଷ୍ଠିତ ହୋଇଥିବା ଚାମ୍ପିୟନଶିପରୁ 22 ନଭେମ୍ବରରେ ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଜଣେ ଉପଭୋକ୍ତା ସେୟାର କରିଥିବା ଏକ ଭିଡିଓ ପାଇଲୁ। ଭିଡିଓ ସହିତ ଦିଆ ଯାଇଥିବା ସୂଚନାରେ କୁହା ଯାଇଛି ଯେ ଏହି ଭିଡିଓ ପୂଜା ତୋମାର ଏବଂ ବି ଗୁଏନଙ୍କ ମଧ୍ୟରେ ହୋଇଥିବା ପ୍ରତିଯୋଗୀତାର ସମ୍ପୁର୍ଣ୍ଣ ଭିଡିଓ ଅଟେ।
୨୧ ନଭେମ୍ବର ରେ ଜାଗ୍ରନଙ୍କ ୱେବସାଇଟରେ ପ୍ରକାଶିତ ସୂଚନାରେ ଦର୍ଶାଯାଇଛି ଯେ ନଭେମ୍ବର 19 ରେ ଦୁବାଇରେ ଆୟୋଜିତ ହୋଇଥିବା ମ୍ୟାଟ୍ରିକ୍ସ ଫାଇଟ ନାଇଟ୍ ପ୍ରତିଯୋଗିତାରେ ଉତ୍ତରପ୍ରଦେଶର ବୁଦ୍ଧନାର ପୂଜା ତୋମାର ଆମେରିକୀୟ ଖେଳାଳି ବି ଗୁଏନଙ୍କୁ ପରାସ୍ତ କରି ସ୍ୱର୍ଣ୍ଣ ବେଲ୍ଟ ଜିତିଛନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ସହିତ ସମ୍ପୁର୍ଣ୍ଣ ତଥ୍ୟ କୁହା ଯାଇ ନାହିଁ। ଭାଇରାଲ ଭିଡିଓ ସମ୍ପ୍ରତ୍ତି ସମୟରେ ପୂଜା ତୋମାରଙ୍କ ଦୁବାଇରେ ବିଜଯ ହେଇଥିବା ମ୍ଯାଚ୍ ନୁହେଁ। ଏହି ଭିଡିଓ ୨୦୧୯ ମସିହାର ଅଟେ।

Title:କ’ଣ ଏହା ନିକଟରେ ମିଶ୍ରିତ ମାର୍ଶଲ ଆର୍ଟ ପ୍ରତିଯୋଗୀତାରେ ପୂଜା ତୋମରଙ୍କ ବିଜୟ ହେବା ଭିଡିଓ କି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Missing Context
