
ରାଜ୍ୟରେ ପଦ୍ମପୁର ନିର୍ବାଚନ ମଧ୍ୟରେ ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତଙ୍କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ସେ ମୋଦି ବିରୋଧରେ ଗୀତ ଗାଉଥିବାର ଶୁଣା ଯାଉଛନ୍ତି। ସେ ଭିଡିଓରେ ମୋଦିଙ୍କୁ ଚୋର ତଥା ଦେଶକୁ ବିକିଥିବାର ଦାବି କରୁଛନ୍ତି। ଭାଇରାଲ ଭିଡିଓ ସହିତ ୟୂଜର୍ସ କହୁଛନ୍ତି ଯେ, ପଦ୍ମପୁର ଲୋକମାନେ ବିଜେପି କୁ ଏଥିରେ ଭାବିଚିନ୍ତି ଭୋଟ ଦିଅ।
MK Album ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଆମ ଭାରତ ବର୍ଷରେ ଚା ବାଲା ପ୍ରଧାନମନ୍ତ୍ରୀ ଏବେ ପୁରା ଭାରତକୁ ବିକିବାରେ ଲାଗିଛନ୍ତି ସାଧାରଣ ଜନତା କାନ୍ଦୁଛି ଚୁଲି ପାଖେ ବସି 😭, #ବର୍ଷା_ସିଂ_ଵରିହା #ପଦ୍ମପୁର_ଉପନିର୍ବାଚନ।
ଅନୁସନ୍ଧାନ ପୂର୍ବରୁ ପୋଷ୍ଟକୁ ଅନେକଥର ସେୟାର କରାଯିବା ସହିତ ପୋଷ୍ଟକୁ ଅନେକ ଲାଇକ ଏବଂ କମେଣ୍ଟ ମଧ୍ୟ ମିଳିଛି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।
ଅନୁସନ୍ଧାନ-
ଅନୁସନ୍ଧାନ ଆରମ୍ବରେ ଆମେ ଭାଇରାଲ ଭିଡିଓକୁ ଗୁଗୁଲରେ ପକାଇ ରିଭର୍ସ ଇମେଜ କରିଲୁ। ସର୍ଚ୍ଚରେ ଆମକୁ ଏହାକୁ ନେଇ କିଛି ଲିଙ୍କ ମିଳିଲା। ଦୁଇ ଦିନ ପୂର୍ବରୁ ଓଟିଭି ଦ୍ୱାରା ଭାଇରାଲ ଭିଡିଓ ପ୍ରକାଶିତ କରାଯାଇଛି। ଯେଉଁଥିରେ ଭାଇରାଲ ଭିଡିଓରେ ପ୍ରଦିପ ପୁରୋହିତ ଯେଉଁ କପଡ଼ା ପିନ୍ଧୀଛନ୍ତି, ଏହି ପ୍ରକାଶିତ ଭିଡିଓରେ ମଧ୍ୟ ସମାନ ଅଛି।
ଭିଡିଓକୁ ଭଲରେ ଦେଖିଲା ପରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ଏଡ଼ିଟ୍ କରାଯାଇଛି। ପ୍ରଦିପ ପୁରୋହିତ ତାଙ୍କ ଭାଷଣରେ କେଉଁଠାରେ ମଧ୍ୟ ଗୀତ ଗାଉଥିବାର ଦେଖାଯାଉ ନାହାନ୍ତି।
ଏହା ପରେ ଆମେ ଦେଖିଲୁ ଭାଇରାଲ ଭିଡିଓ ଅର୍ଗସର ଅଟେ। ଆମେ ମୂଳ ଭିଡିଓ ଖୋଜିବା ଆରମ୍ଭ କଲୁ। ଦୁଇ ଦିନ ପୂର୍ବରୁ ଅର୍ଗସର ୟୂଟ୍ୟୂବ ଚ୍ୟାନେଲରେ ପ୍ରକାଶିତ ହୋଇଥିବାର ପାଇଲୁ। 6. 49 ସେକେଣ୍ଡର ଏହି ଭିଡିଓରେ ସେ ମୋଦି ଏବଂ ବିଜେପିର ପ୍ରଶଂସା ସହିତ କିପରି ବିକାଶ ହେବ ସେ ନେଇ ଚର୍ଚ୍ଚା କରିଛିନ୍ତି।
ଏହା ପରେ ଆମେ ଭାଇରାଲ ଭିଡିଓର ଶୁଣାଯାଉଥିବା ଗୀତ କାହାର ତାହା ଜାଣିବା ପାଇଁ ଗୁଗୁଲ ସର୍ଚ କରିଲୁ। ସର୍ଚ୍ଚରେ ଆମକୁ ଏକ ୟୁଟ୍ୟୁବ ଚ୍ୟାନେଲ ମିଳିଲା। ଯେଉଁଥିରେ ଇମ୍ରାନ ପ୍ରତାପଗରୀ ଏହି ଗୀତ ଗାଉଥିଲେ। ସେ ଜନତାଙ୍କୁ ପଚାରିଲେ ପ୍ରହରୀ କେଉଁଠାରେ? ଚା ବିକ୍ରେତା ଭାରତ ବିକ୍ରି କରୁଛନ୍ତି, ନିର୍ବାଚନରେ ପ୍ରତିଶୋଧ ନିଅନ୍ତୁ।
ଭାଇରାଲ ଭିଡିଓ ଏବଂ ଆମକୁ ମିଳିଥିବା ଭିଡିଓର ଆମେ ବିଶ୍ଲେଷଣ କରିଲୁ। ନିମ୍ନରେ ଭିଡିଓ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ଆମେ ଜାଣିବାକୁ ପାଇଲୁ ଯେ, ଭାଇରାଲ ଭିଡିଓକୁ ଏଡ଼ିଟ୍ କରି ପ୍ରଦିପ ପୁରୋହିତଙ୍କ ନାଁରେ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। ପ୍ରଦିପ ପୁରୋହିତ ମୋଦି ଚୋର ଗୀତ ଗାଇ ନାହାନ୍ତି।

Title:ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତ ବିଜେପି ଚୋର ଗୀତ ଗାଉଥନ୍ତି? ଜାଣନ୍ତୁ ସତ୍ୟତା ।
Fact Check By: Sarita SamalResult: False
