
ଗୁଜୁରାଟ ବିଧାନସଭା ନିର୍ବାଚନରେ 2022 ରେ ନେତାଙ୍କ ଭାଷଣ ଏବଂ ରେଲି ଚରମ ସୀମାରେ ପହଞ୍ଚିଛି। ସେମାନଙ୍କ ସହ ଜଡିତ ଅନେକ ନକଲି ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ’ର ଭିଡିଓ ବହୁତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।
ଏହି ଭିଡିଓ ମାଧ୍ୟମରେ ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ସୁରଟରେ ପ୍ରଧାନମନ୍ତ୍ରୀଙ୍କ ରୋଡଶୋରେ ‘କେଜ୍ରିୱାଲ’ଙ୍କ ସମର୍ଥନରେ ନାରା ଦିଆଯାଇଛି। ଭିଡିଓରେ ରୋଡ ସୋରେ ଉପସ୍ଥିତ ସମର୍ଥକମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମର୍ଥନରେ ନାରା ଦେଉଥିବାର ଶୁଣିବାକୁ ମିଳୁଛି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପିଏମ ମୋଦୀଙ୍କ ରୋଡଶୋ ଭିଡିଓରେ ‘କେଜ୍ରିୱାଲ’କୁ ସମର୍ଥନ କରୁଥିବା ନାରା ଯୋଡି ଭାଇରାଲ ଭିଡିଓକୁ ଏଡିଟ୍ କରା ଯାଇଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି ଯେ, “ମୋଦୀ ଙ୍କ ରୋଡ ଶୋ ରେ କେଜ୍ରିୱାଲ କେଜ୍ରିୱାଲ ନାରା ସେ ବି ପୁଣି ଗୁଜରାଟ ରେ! ପରିବର୍ତନ। ସତରେ ଗୁଜରାଟ ପରିବର୍ତନ ମାଗୁଛି କି ”
ଆମ୍ ଆଦମୀ ପାର୍ଟି ଦେହରାଡୁନ୍ ନାମକ ଜଣେ ଟ୍ୱିଟର ବ୍ୟବହାରକାରୀ ଏହି ଭିଡିଓରେ କ୍ୟାପସନରେ ଲେଖିଛନ୍ତି, “ହେ ଭାଇ ସାହାବ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମ୍ମୁଖରେ କେଜ୍ରିୱାଲ-କେଜ୍ରିୱାଲ ନାଆ… ଗୁଜରାଟର ସୁରଟରେ ମୋଦୀଙ୍କ ରୋଡ୍ ସୋ’ର ଏହା ହେଉଛି ସର୍ବୋତ୍ତମ ଭିଡିଓ।”
ଆମ ଅନୁସନ୍ଧାନ:
ଅନୁସନ୍ଧାନ ଆରମ୍ଭରେ, ଆମେ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ଏହି ଭିଡିଓ ଖୋଜିଲୁ। ଫଳସ୍ୱରୂପ ଆମେ ଅନେକ ଟ୍ୱିଟର ଏବଂ ଫେସବୁକ୍ ପୋଷ୍ଟ ସାମନାକୁ ଆସିଲୁ ଯେଉଁଠାରେ ଏହି ଭିଡିଓ ଦେଖାଯାଇପାରିବ।
ଏହି ଭିଡିଓରେ ସୁରଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ ଦେଖି ପାରିବେ। ଯତ୍ନର ସହ ଶୁଣିବା ପରେ ଆମେ ଭିଡିଓରେ ‘କେଜ୍ରିୱାଲ-କେଜ୍ରିୱାଲ’ ବଦଳରେ ‘ମୋଦୀ-ମୋଦୀ’ର ନାରା ଶୁଣିବାକୁ ପାଇଲୁ। ଏହା ସହିତ ପିଏମ ମୋଦୀ ଗୁଜରାଟର ସୁରଟରେ ଏକ ରୋଡ୍ ସୋ କରିଥିଲେ ବୋଲି ଲେଖାଯାଇଛି।
୨୭ ନଭେମ୍ବର ୨୦୨୨ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ଏହି ଭିଡିଓର ସିଧା ପ୍ରସାରଣ ହୋଇଥିଲେ। ଏହି ଭିଡିଓରେ ଆମେ ସୁରଟର ପୁରା ରୋଡ୍ ସୋ ଦେଖିପାରିବା | ୫ ମିନିଟ୍ ୪୦ ସେକେଣ୍ଡର ଟାଇମଷ୍ଟ୍ୟାମ୍ପରେ, ଆମେ ଭିନ୍ନ କୋଣରୁ ଭାଇରାଲ୍ ଭିଡିଓର ସମାନ ଦୃଶ୍ୟ ଦେଖିପାରିବା | ଏହି ଭିଡିଓର ପୃଷ୍ଠଭୂମିରେ ଆମେ କେବଳ ‘ମୋଦୀ-ମୋଦୀ’ର ନାରା ଶୁଣିବାକୁ ପାଇଲୁ। ଏହି ପୁରା ଲାଇଭ୍ ଷ୍ଟ୍ରିମରେ କୌଣସି ସ୍ଥାନରେ କେଜ୍ରିୱାଲସ ନାରା ଦିଆ ଯାଇ ନାହିଁ।
ଇଣ୍ଡିଆ ଟୁଡେ ମଧ୍ୟ ଏହି ରୋଡ୍ ସୋକୁ ସିଧା ପ୍ରସାରଣ କରିଛି ଯେଉଁଥିରେ ଆମେ ବିଭିନ୍ନ ସ୍ଥାନରେ ‘ମୋଦୀ-ମୋଦୀ’ର ନାରା ଶୁଣିପାରିବା।
ନିମ୍ନରେ ଆପଣ ଭାଇରାଲ୍ ଭିଡିଓ ଏବଂ ମୂଳ ଭିଡିଓ ମଧ୍ୟରେ ତୁଳନାତ୍ମକ ଭିଡିଓ ପାଇବେ | ଏହି ତୁଳନାକୁ ଦେଖିଲେ ଏହା ସ୍ପଷ୍ଟ ହୋଇପାରେ ଯେ ‘କେଜ୍ରିୱାଲ’ର ସ୍ଲୋଗାନଗୁଡିକ ଭାଇରାଲ ଭିଡିଓରେ ଏଡିଟ୍ କରାଯାଇ ଯୋଡି ଦିଆଯାଇଛି।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୂଳ ଭିଡିଓକୁ ଏଡିଟ୍ କରି ମିଥ୍ୟା ପଚାର କରା ଯାଉଛି। ମୂଳ ଭିଡିଓରେ ସୁରଟରେ ମୋଦୀଙ୍କ ରୋଡ ସୋ’ରେ ‘କେଜ୍ରିୱାଲ’ ସ୍ଲୋଗାନ ଉଠାଯାଇ ନାହିଁ, ବରଂ ସେଠାରେ ଆମେ ମୋଦୀଙ୍କ ନାରା ଶୁଣିବାକୁ ପାଇଛୁ।

Title:ସୁରଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ରେ ‘କେଜ୍ରିୱାଲ’ ସ୍ଲୋଗାନ ଉଠାଯାଇ ନାହିଁ; ଭାଇରାଲ୍ ଭିଡିଓ ଏଡିଟ୍ କରା ଯାଇଛି।
Fact Check By: Siddharth SahuResult: Altered
