କ’ଣ ବିଜେପି ଗୁଜୁରାଟ ନିର୍ବାଚନ ଜିତିବା ପରେ ସେଠିକାର ମୁସ୍ଲିମ ମହିଳା ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

False Political

ନିକଟର ଗୁଜୁରାଟ ନିର୍ବାଚନରେ ବିଜେପି କୁ ବଡ଼ ଜିତ ହାସଲ ହେଇଛି। ୧୮୨ ଟି ସିଟ ରୁ ନିର୍ବାଚନରେ ବିଜେପି ୧୫୬ ସିଟ୍ ଉପରେ ବିଜଯ ପାଇଛି। ଏହା ବିଜେପିର ଗୁଜୁରାଟରେ ସବୁଠାରୁ ବଡ଼ ବିଜଯ ବୋଲି ଦାବି କରା ଯାଉଛି। 

ଏହି ପ୍ରସଙ୍ଗରେ ଗୋଟିଏ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ କିଛି ମୁସ୍ଲିମ ମହିଳା ମାନେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟୋ ସହିତ ଚିଡ଼ା ହେଇଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ବିଜେପି ଗୁଜୁରାଟ ନିର୍ବାଚନ ଜିତିବା ପରେ ସେଠିକାର ମୁସ୍ଲିମ ମହିଳା ମାନେ ମୋଦୀଙ୍କୁ ନିଜ ସମର୍ଥନ ଜଣାଉଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଗୁଡ଼ିକ ପୁରୁଣା ଅଟେ ଏବଂ ଏହା ମଧ୍ୟରୁ ଗୋଟିଏ ଫୋଟୋର ଗୁଜୁରାଟ ସହିତ କୌଣସି ସମ୍ବନ୍ଧ ନାହିଁ। 

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ଆମେ ପ୍ରଥମେ ଦୁଇଟି ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। 

ପ୍ରଥମ ଫୋଟୋ: 

ଏହି ଫୋଟୋକୁ ଜୁମ୍ କରି ଦେଖିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ମହିଳା ମାନେ ମୋଦୀଙ୍କର ଯେଉଁ ଫୋଟୋ ଧରି ଚିଡ଼ା ହୋଇଛନ୍ତି ସେଥିରେ ମୁସ୍ଲିମ ମହିଳା ଫାଉଣ୍ଡେସନ୍ ବାରାନାଶୀ ବୋଲି ଲେଖା ଯାଇଛି। ନିମ୍ନରେ ଆପ ମାନେ ସେହି ଫୋଟୋ ଦେଖି ପାରିବେ। 

ଏହା ଦ୍ଵାରା ସ୍ପଷ୍ଟ ହେଲା ଯେ ଏହି ଭାଇରାଲ ଫୋଟୋର ଗୁଜୁରାଟ ସହିତ ସମ୍ବନ୍ଧ ନାହିଁ।

ତେବେ ଏହି ଫୋଟୋ ପଛର ଘଟଣାଟି କ’ଣ?

ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମକୁ ସମାନ ଫୋଟୋ ଜନସତ୍ତା ପତ୍ରିକା ୱେବସାଇଟରେ ୧୭ ସେପ୍ଟେମ୍ବର ୨୦୧୮ ରେ ପ୍ରକାଶିତ ହେଇଥିବା ମିଳିଲା। ରିପୋର୍ଟ ଅନୁଯାୟୀ, ନିଜ ୬୮ ତମ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ବାରାନାଶୀ ପହଞ୍ଚିଥିଲେ। ସେଠାରେ ବଲିଉଡ, କ୍ରୀଡା ଏବଂ ରାଜନୀତି ସହ ଜଡିତ ସମସ୍ତ ନେତା ତାଙ୍କୁ ଜନ୍ମଦିନରେ ଅଭିନନ୍ଦନ ଜଣାଇଥିଲେ। 2019 ନିର୍ବାଚନରେ ​​ମୋଦୀଙ୍କ ବିଜୟ ଏବଂ ତାଙ୍କର ଦୀର୍ଘ ଜୀବନ ପାଇଁ ପ୍ରଧାନମନ୍ତ୍ରୀଙ୍କ ସମର୍ଥକମାନେ ଅନେକ ସ୍ଥାନରେ ହବନ କରିଥିଲେ। 

ଏହା ସହିତ ଭାଇରାଲ ଫୋଟୋ ନିମ୍ନରେ ଉଲ୍ଲେଖ କରା ଯାଇଛି ଯେ ବାରାନାଶୀର ଆଜାଦ ଉଦ୍ଦୟାନ ଏବଂ ଅନ୍ୟାନ୍ୟ ସ୍ଥାନରେ ମୁସ୍ଲିମ ମହିଳା ମାନେ ମୋଦୀଙ୍କ ପାଇଁ କେକ୍ କାଟିଥିଲେ। 

ଦ୍ଵିତୀୟ ଫୋଟୋ: 

ଆମେ ଜାଣିବାକୁ ପାଇଲୁ ଯେ ଭାଇରାଲ ଫୋଟୋ ୨୦୧୮ ମସିହାର ଅଟେ ଯାହାର ଗୁଜୁରାଟ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ୨୦ ସେପ୍ଟେମ୍ବର ୨୦୧୮ ମସିହାରେ ସମାନ ଫୋଟୋ ନ୍ୟୁଜ୍ ୧୮ ପତ୍ରିକା ୱେବସାଇଟରେ ପ୍ରକାଶିତ ହୋଇଥିଲା। ରିପୋର୍ଟ ଅନୁଯାୟୀ, ସୁପ୍ରିମ୍ କୋର୍ଟ ତିନି ତଲାକ ବିରୁଦ୍ଧରେ ନିଜ ନ୍ୟାୟ ଦେଲା ପରେ ହାଇଦେରାବାଦରେ ମୁସ୍ଲିମ ମହିଳା ମାନେ ବିଜେପି କାର୍ଯ୍ୟଳୟରେ ଉତ୍ସବ ପାଳନ କରିଥିଲେ। 

କେନ୍ଦ୍ର ମନ୍ତ୍ରୀମଣ୍ଡଳ ତ୍ରିପାଲ୍ ତଲାକ ଆଇନ ଏବଂ ଆଙ୍ଗନବାଡ଼ି ମହିଳା ଶ୍ରମିକଙ୍କ ବେତନ ବୃଦ୍ଧି ପାଇଁ ଅନେକ ନିଷ୍ପତ୍ତି ନେଇଥିବାରୁ ଲୋକେ ନରେନ୍ଦ୍ର ମୋଦୀଙ୍କୁ ସଂଖ୍ୟାଲଘୁ ଲୋକଙ୍କ ପାଇଁ ଚିନ୍ତା କରିବାର ପ୍ରଶଂସା କରୁଛନ୍ତି। ବିଜେପିର ଏହି ନିଷ୍ପତ୍ତିକୁ ସଂଖ୍ୟାଲଘୁ ଲୋକଙ୍କ ଭୋଟ୍ ଗ୍ରହର କରିବାର ଏକ ଉପାୟ ଭାବରେ ମଧ୍ୟ ଦେଖା ଯାଉଛି। 

Archive

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋର ଗୁଜୁରାଟ ନିର୍ବାଚନ ସହିତ କୌଣସି ସମ୍ବନ୍ଧ ନାହିଁ। ପୁରୁଣା ଫୋଟୋକୁ ଗୁଜୁରାଟ ନିର୍ବାଚନ ପରେ ମୁସ୍ଲିମ ମହିଳା ମାନେ ବିଜେପି କୁ ସମର୍ଥନ କରୁଥିବା ଦାବି ସହିତ ଭାଇରାଲ କରା ଯାଉଛି।

Avatar

Title:କ’ଣ ବିଜେପି ଗୁଜୁରାଟ ନିର୍ବାଚନ ଜିତିବା ପରେ ସେଠିକାର ମୁସ୍ଲିମ ମହିଳା ଉତ୍ସବ ପାଳନ କରୁଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *