
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଭାରତ ଯୋଡା ଯାତ୍ରା ରାଜସ୍ଥାନରେ ପ୍ରବେଶ କରିବା ପରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।, ଯେଉଁଥିରେ ରାହୁଲ ଗାନ୍ଧୀଙ୍କ ଯାତ୍ରା ସମୟରେ କିଛି ଲୋକ ଛାତ ଉପରେ ଛିଡ଼ା ହୋଇ ମୋଦୀ ମୋଦୀ ସ୍ଲୋଗନା ଦେଉଥିଲେ। ଏହା ପରେ ରାହୁଲ ଗାନ୍ଧୀ ତାଙ୍କୁ ଫ୍ଲାଇଁଗ କିସ ଦେଇ ତାଙ୍କୁ ସମର୍ଥନ କରୁଥିବାର ଦେଖାଯାଉଛନ୍ତି।
ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଭାଇରାଲ ଭିଡିଓ ରାଜସ୍ଥାନର ଝାଲାୱାରର ଅଟେ। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ ଅନୁସନ୍ଧାନ କରିଲୁ।
Swadhin ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ରାଜସ୍ଥାନ ଝଲାୱର ବିଜେପି କାର୍ଯ୍ୟାଳୟ ଛାତ ଉପରେ ବିଜେପି ପତାକା ଧରି ଠିଆ ହୋଇଥିବା କର୍ମୀଙ୍କୁ ଦେଖି ରାହୁଲ୍ ଗାନ୍ଧୀ ହାତ ହଲାଇଥିଲେ । ଅନେକ ବିଜେପି କର୍ମୀ ମଧ୍ୟ ରାହୁଲଙ୍କ ଆଡ଼କୁ ହତା ହଲାଇ ଥିବା ଦେଖିବାକୁ ମିଳିଥିଲା । ଝଲାୱର ହେଉଛି ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଗୃହ ସହର । ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚ଼ନ ପୂର୍ବରୁ ବିଜେପିର ଗଢ଼ରେ ରାହୁଲଙ୍କ ଏହି ପଦଯାତ୍ରା ବହୁ ଗୁରୁତ୍ୱ ବହନ କରୁଛି । ରାହୁଲ୍ ଗାନ୍ଧୀଙ୍କ ସହ ଏହି ଭାରତ ଯୋଡ଼ ଯାତ୍ରାରେ ରାଜସ୍ଥାନ ଉପ ମୁଖ୍ୟମନ୍ତ୍ରୀ ସଚ଼ିନ୍ ପାଇଲଟ୍, ରାଜ୍ୟରେ ମନ୍ତ୍ରୀ ରାମ ଲାଲ୍ ସାମିଲ୍ ଥିଲେ…!!!
ଅନୁସନ୍ଧାନ-
ଭାଇରାଲ ଭିଡିଓକୁ ଆମେ ଅଲଗା ଅଲଗା କୀୱାର୍ଡ ମାଧ୍ୟମରେ ସନ୍ଧାନ କରିବାରୁ ଆମକୁ ଆଜ ତକ ନ୍ୟୁଜରେ ଏକ ରିପୋର୍ଟ ମିଳିଲା। 5 ଡିସେମ୍ବରରେ ପ୍ରକାଶିତ ରିପୋର୍ଟରେ ଭାଇରାଲ ଭିଡିଓର ବିପରିତ ପୃଷ୍ଠ ଦେଖିବାକୁ ମିଳୁଛ। ଖବର ଅନୁଯାୟୀ ମଧ୍ୟପ୍ରଦେଶର ଅଗର ମାଲୱା ପହଞ୍ଚିବା ପରେ କିଛି ଲୋକ ‘ମୋଦୀ-ମୋଦୀ’ର ସ୍ଲୋଗାନ ଦେଇଥିଲେ। ଏହାର ଉତ୍ତରରେ ରାହୁଲ ଗାନ୍ଧୀ ଅଭିବାଦନ ଜଣାଇ ସ୍ୱରକୁ ଅଧିକ ଜୋରରେ କରିବାକୁ କହିଥିଲେ।
ଡିସେମ୍ବର 5 ତାରିଖର ଲାଇଭ ହିନ୍ଦୁସ୍ତାନ ସମ୍ବାଦ ରିପୋର୍ଟରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ମଧ୍ୟପ୍ରଦେଶର ଅଗ୍ର ମାଲୱା ଜିଲ୍ଲା ଦେଇ ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡା ଯାତ୍ରା’ ଯାଉଥିବାବେଳେ କିଛି ଲୋକ ‘ମୋଦୀ-ମୋଦୀ’ର ସ୍ଲୋଗାନ ଦେଇଥିଲେ। ଏହି ଭିଡିଓରେ କମଲ ନାଥ ମଧ୍ୟ କାରରେ ପଛରେ ବୁଲୁଥିବାର ନଜର ଆସିଛନ୍ତି।
ଅଧିକ ସ୍ପଷ୍ଟି କରଣ ପାଇଁ ଆମେ ସେହି ସେଥାନର କିଛି ରିପୋର୍ଟର ସହ ସମ୍ପର୍କ କରିଲୁ, ସେ ଆମକୁ ସ୍ପଷ୍ଟ କରାଇଲେ ଯେ, ‘ଏହି ଭିଡିଓ ମଧ୍ୟପ୍ରଦେଶର ଅଗର ମାଲୱା ର ସୋୟତ କାଲା ଅଞ୍ଚଳର। ଏହି ସ୍ଥାନ ସୋୟାଟ୍ କାଲା ବସ୍ ଷ୍ଟାଣ୍ଡ ନିକଟରେ । ଯେତେବେଳେ ଏହି ଯାତ୍ରା ସୋୟାତ୍ ଅଞ୍ଚଳ ଦେଇ ଯାଉଥିଲା, କିଛି ଯୁବକ ଉଚ୍ଚ କୋଠରୀରୁ ମୋଦୀଙ୍କୁ ସମର୍ଥନ କରି ସ୍ଲୋଗାନ ଦେଇଥିଲେ।
ଇଣ୍ଡିଆ ଟୁଡେ ଭାଇରାଲ ଭିଡିଓ ସମ୍ପର୍କରେ ପ୍ରଶାରଣ କରୁଥିବା ସମୟରେ ପ୍ରଥମେ ଭୁଲ ସୂଚନା ଦେଇ ରାଜସ୍ଥାନ କହିଥିବା ବେଳେ ପରେ ଏହାକୁ ସୁଧାରି ମଧ୍ୟପ୍ରଦେଶର ଅଗର ମାଲୱା ବୋଲି କହିଥିଲେ। ଅଧିକ ସୂଚନା ପାଇଁ ତଳେ ଲିଙ୍କ ଦେଖନ୍ତୁ।
ଶେଷକଥା-
ଅନୁସନ୍ଧାନରେ ଆମେ ସ୍ପଷ୍ଟ ହେଲୁ ଯେ, ଭାଇରାଲ ଭିଡିଓ ରାଜସ୍ଥାନର ଢାଲାୱାଡର ନୁହେଁ ବରଂ ମଧ୍ୟପ୍ରଦେଶର ଅଗର ମାଲୱାର ଅଟେ, ଯେଉଁଠାରେ ଭାରତ ଜୋଡ଼ୋ ଯାଡ଼ୋ ସମୟରେ ମୋଦୀ ମୋଦୀ ନାରା ଲଗା ଯାଇଥିଲା।

Title:ରାହୁଲ ଗାନ୍ଧୀଙ୍କ ‘ଭାରତ ଯୋଡା ଯାତ୍ରା’ ସମୟରେ ମୋଦୀ ସ୍ଲୋଗାନର ଏହି ଭିଡିଓ ରାଜସ୍ଥାନ ନୁହେଁ ବରଂ ମଧ୍ୟପ୍ରଦେଶର ଅଟେ।
Fact Check By: Sarita SamalResult: Missing Context
