କ’ଣ ପ୍ରସିଦ୍ଧ ମଡେଲ୍ ଫିଓନା ଏଲିସନ୍ ଭାରତ ଯୋଡୋ ଯାତ୍ରାରେ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

False Political

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ମହିଳାଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋ ସହିତ ଦାବି କରା ଯାଉଛି ଯେ ଏହି ମହିଳା ଭାରତ ଯୋଡୋ ଯାତ୍ରାରେ ଯୋଗଦାନ ଦେଇଛନ୍ତି। 

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋର କିମ୍ବା ଏହି ମହିଳାଙ୍କର ଭାରତ ଯୋଡୋ ଯାତ୍ରା ସହିତ କୌଣସି ସମ୍ବନ୍ଧ ନାହିଁ। 

କ’ଣ ଦାବିଉ କରା ଯାଇଛି ଏହି ପୋଷ୍ଟରେ? 

ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ମହିଳା କଂଗ୍ରେସ ଦ୍ଵାରା ଆୟୋଜିତ ଭାରତ ଯୋଡୋ ଯାତ୍ରାରେ ନିଜ ଯୋଗଦାନ ଦେଇଛନ୍ତି। 

କିଏ କହିପାରିବ ଯାତ୍ରା କଉ ଯାଗେଁ ଗଲା ??? ମତେ ଯାତ୍ରା ରେ ଲୋକ ଯୋଡିବାକୁ ଯିବାର ଥିଲା

Facebook | Archive

ଆମ ଅନୁସନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ୧୫ ଅଗଷ୍ଟରେ ଏଲିସନ୍ ଫିଓନା ନାମକ ଇଂଷ୍ଟାଗ୍ରାମ୍ ଏକାଉଣ୍ଟରେ ପୋଷ୍ଟ ହେଇଥିବା ମିଳିଲା। ଫୋଟୋ ସହିତ କ୍ୟାପସନରେ ଭାରତର ସ୍ଵାଧୀନତା ଦିବସର ଶୁଭେଛା ଅଭିନନ୍ଦନ କରା ଯାଇଛି। 

ଏହି ଫୋଟୋ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଇଣ୍ଟର୍ନେଟରେ ଉପଲବ୍ଧ ଥିବାରୁ ସ୍ପଷ୍ଟ ହେଉଛି ଯେ ଏହାର ଯାତ୍ରା ସହିତ କୌଣସି ସମ୍ବନ୍ଧ ଥିବା ସମ୍ଭବ ନୁହେଁ। 

ଏହି ପରି ଅନ୍ୟ କିଛି ଫୋଟୋ ଫିଓନା ଏଲିସନ୍ ନାମକ ଟୁଇଟର ଏକାଉଣ୍ଟରେ ମଧ୍ୟ ଚଳିତ ବର୍ଷ ୧୫ ଅଗଷ୍ଟରେ ପୋଷ୍ଟ ହେଇଛି। ଏଥିରେ ମଧ୍ୟ ଫୋଟୋ ପୋଷ୍ଟ କରି ସ୍ଵାଧୀନତା ଦିବସ ଶୁଭେଛା ଜଣାଇଛନ୍ତି। 

ଉପରୋକ୍ତ ତଥ୍ୟରୁ ଆମେ ଜାଣିବାକୁ ପାଇଲୁ ଯେ ଫୋଟୋରେ ଥିବା ମହିଳାଙ୍କ ନାମ ହେଉଛି ଫିଓନା ଏଲିସନ୍। 

ତେବେ ଫିଓନା ଏଲିସନ୍ କିଏ?

ଏକ ୱେବସାଇଟ ଅନୁଯାୟୀ, ଫିଓନା ଏଲିସନ୍ ହେଉଛନ୍ତି ଫ୍ରାନ୍ସ ଦେଶର ଜଣେ ମଡେଲ୍। ସେ ସୋସିଆଲ ମିଡିଆରେ ନିଜ ଫୋଟୋକୁ ନେଇ ସଦା ବେଳେ ଚର୍ଚ୍ଚାରେ ରୁହନ୍ତି। ବର୍ତ୍ତମାନ ସେ ମୁମ୍ବଇ ସହରରେ ରହୁଛନ୍ତି। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଫୋଟୋରେ ଥିବା ମହିଳା ହେଉଛନ୍ତି ଫିଓନା ଏଲିସନ୍। ଭାରତର ସ୍ଵାଧୀନତା ଦିବସ ଅବସରର ତାଙ୍କର ଗୋଟିଏ ଫୋଟୋକୁ ଭାରତ ଯୋଡୋ ଯାତ୍ରା ସହିତ ଯୋଡି ମିଥ୍ୟା ପ୍ରଚାର କରା ଯାଉଛି। ଭାଇରାଲ ଫୋଟୋ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେବା ପୂର୍ବରୁ ଇଣ୍ଟର୍ନେଟରେ ଉପଲବ୍ଧ ଅଛି।

Avatar

Title:କ’ଣ ପ୍ରସିଦ୍ଧ ମଡେଲ୍ ଫିଓନା ଏଲିସନ୍ ଭାରତ ଯୋଡୋ ଯାତ୍ରାରେ ଯୋଗଦାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *