
ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟରେ ଦୁଇଟି ଫୋଟୋ ଭାଇରାଲ ହେଉଛି। ପ୍ରଥମ ଫୋଟୋରେ କିଛି ମହିଳା ମାନେ ଏକାଠି ବସିଛନ୍ତି, ଯାହା ମଧ୍ୟରେ କିଛି ଜଣ ବିଦେଶରୁ ଆସିଥିବା ଜଣା ପଡୁଛି। ଦ୍ଵିତୀୟ ଫୋଟୋରେ କିଛି ଲୋକେ ବସ୍ ରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି। ସେଠାରେ ପୋଲିସ ମଧ୍ୟ ଉପସ୍ଥିତ ଅଛି।
ଦାବି କରା ଯାଉଛି ଯେ ଏହି ଫୋଟୋ ହେଉଛି ଓଡ଼ିଶାର ଏସଏଚଜି ଗୃପ୍ ଏବଂ ସୁରତରେ ଦାଦନ ଖଟୁଥିବା ଶ୍ରମିକଙ୍କ ଫୋଟୋ ଅଟେ।
କିନ୍ତୁ ଫ୍ୟାକ୍ଟ କୃସେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋର ଓଡ଼ିଶା ସହିତ କୌଣସି ସମ୍ବନ୍ଧ ନୁହେଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ସେଯାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “୨୨ବର୍ଷର ଅପାରଗତା ର ନମୂନା ଝିଅ ଜନମ ଏସଏସଜି ଗୃପ୍ କୁ ତ ପୁଅ ଜନମ ଦାଦନ ସୂରଟ କୁ”

ଆମ ଅନୁସନ୍ଧାନ:
ପ୍ରଥମ ଫୋଟୋ:
ପ୍ରଥମ ଫୋଟୋର ସତ୍ୟତା ଜାଣିବା ପାଇଁ ଆମେ ଏହାର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଫୋଟୋ ଦି ଗାର୍ଡୟାନ୍ ୱେବସାଇଟରେ ୨୦ ମାର୍ଚ ୨୦୧୩ ମସିହାରେ ପ୍ରକାଶିତ ହେଇଥିବା ମିଳିଲା।
ରିପୋର୍ଟ ଅନୁଯାୟୀ ଏହି ଫୋଟୋ ମହାରାଷ୍ଟ୍ରର ପୁନେ ସହରର ଅଟେ। କୁଇନ୍ସ ୟୁନିଭରସିଟି ବେଲଫାଷ୍ଟର ସାମାଜିକ କାର୍ଯ୍ୟ ଛାତ୍ରମାନେ ସେମାନଙ୍କ ସହକର୍ମୀଙ୍କ ସହ ପୁନେର କରଭେ ଇନଷ୍ଟିଚ୍ୟୁଟ୍ ଅଫ୍ ସୋସିଆଲ୍ ସର୍ଭିସେସ୍ ରେ ସ୍ଥାନୀୟ ସମାଜସେବିଙ୍କ ସହିତ ସାକ୍ଷାତ କରିଥିଲେ।
ପୁଣେକୁ ଯାଇଥିବା ଛାତ୍ରମାନେ ସାମାଜିକ କର୍ମୀଙ୍କ ଦୈନନ୍ଦିନ କାର୍ଯ୍ୟର ସମ୍ମୁଖୀନ ହୋଇଥିଲେ ଯେଉଁଥିରେ ସେମାନେ ବୃଦ୍ଧ ଲୋକଙ୍କ ଆଶ୍ରମ ଯାଇଥିଲେ ଏବଂ ସେହିଷ୍ଠାନ ମଧ୍ୟ ଯାଇଥିଲେ ଯେଉଁଠାରେ ରାସ୍ତାଘାଟ ପିଲା ମାନେ ଏକତ୍ର ହେଉଥିଲେ।

ଦ୍ଵିତୀୟ ଫୋଟୋ:
ଦ୍ଵିତୀୟ ଫୋଟୋର ରିଭର୍ସ ଇମେଜ୍ ସର୍ଚ୍ଚ କରିଲା ପରେ ଆମେ ଜାଣିବାକୁ ପାଇଲୁ ଯେ ଏହି ଫୋଟୋ ଦିଲ୍ଲୀର ଅଟେ, ସୁରତର ନୁହେଁ। ଦି ଇକୋନୋମିକ ଟାଇମ୍ସ ପତ୍ରିକା ରିପୋର୍ଟ ଅନୁଯାୟୀ, କୋଭିଡ କଟକଣା ଏବଂ ଲକ୍ ଡାଉନର ଘୋଷଣା ହେବା ପରେ ଦିଲ୍ଲୀରେ କାମ କରୁଥିବା ଦେଶର ଅନ୍ୟାନ୍ୟ ଅଞ୍ଚଳର ଦାଦନ ଶ୍ରମିକ ମାନେ ନିଜ ଘରକୁ ଫେରିବାର ଚେଷ୍ଟା କରୁଥିଲେ।
କେତେକ ସାମାଜିକ ବିରୋଧୀ ଉପାଦାନ, ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ଘରକୁ ଯିବା ଉଦ୍ଦେଶ୍ୟରେ ଲକଡାଉନ୍ ପଦକ୍ଷେପ ଉଲ୍ଲଂଘନ କରିବାକୁ ଭ୍ରାମିକ କରିପାରନ୍ତି ବୋଲି ସରକାର ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପିକେଟ୍ ଲଗାଇବାକୁ, ସୀମା ସିଲ୍ କରିବାକୁ ଏବଂ ରକ୍ଷଣାବେକ୍ଷଣ କରିବାକୁ ପୋଲିସକୁ କହିଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଫୋଟୋ ଗୁଡିକର ଓଡ଼ିଶା ସହିତ କୌଣସି ସମ୍ବନ୍ଧ ନାହିଁ। ପ୍ରଥମ ଫୋଟୋ ମହାରାଷ୍ଟ୍ରର ପୁନେ ସହରର ଅଟେ ଏବଂ ଦ୍ଵିତୀୟ ଫୋଟୋ ଦିଲ୍ଲୀର ଅଟେ।

Title:କ’ଣ ଏହା ଓଡ଼ିଶାର ଏସଏଚଜି ଗୃପ୍ ଏବଂ ସୁରତରେ କାର୍ଯ୍ୟ କରୁଥିବା ଓଡ଼ିଆ ଦାଦନ ଶ୍ରମିକଙ୍କ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
