
ସମ୍ପ୍ରତି ମହାକାଶରୁ ନିଆଯାଇଥିବା ପୃଥିବୀର ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଚିତ୍ର ଆଣ୍ଟାର୍କଟିକାର ବରଫ ଅଞ୍ଚଳକୁ ଦର୍ଶାଉଛି।
ଏହି ପ୍ରତିଛବି ଅଂଶୀଦାର କରି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଦାବି କରୁଛନ୍ତି ଯେ ଏହି ପ୍ରତିଛବି ମହାକାଶରୁ ନିଆଯାଇଛି |
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ପ୍ରକୃତ ଚିତ୍ର ନୁହେଁ ବରଂ ନାସା ଦ୍ୱାରା ଉତ୍ପାଦିତ ଏକ କମ୍ପ୍ୟୁଟର ଜେନେରେଟେଡ୍ ଇମେଜରୀ (CGI) ଅଟେ।

ଏହି ଚିତ୍ର ସୋସିଆଲ ମିଡିଆରେ ବ୍ୟାପକ ଭାବରେ ଭାଇରାଲ ହେଉଛି | ନିମ୍ନରେ ଆପଣ କିଛି ପୋଷ୍ଟ ଦେଖିପାରିବେ |

ଏକାଧିକ ଟ୍ୱିଟର ବ୍ୟବହାରକାରୀ ଆଣ୍ଟାର୍କଟିକାର ଭାଇରାଲ ପ୍ରତିଛବି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଯେ ଫଟୋରେ ବରଫର ତରଳିବା ଦେଖାଯାଏ ନାହିଁ ଯାହା ପ୍ରମାଣ କରେ ଯେ ପ୍ରକୃତରେ କୌଣସି ବିଶ୍ୱ ତାପମାତ୍ରାରେ ବୃଦ୍ଧି ହେଉନାହିଁ।
ଆମ ଅନୁସନ୍ଧାନ:
ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମେ ଜାଣିବାକୁ ପାଇଲୁ ଯେ ସମାନ ଫୋଟୋ ୧୫ ଫେବୃଆରି ୨୦୦୭ ମସିହାରେ ନାସାର ୱେବସାଇଟରେ ପ୍ରକାଶିତ ହେଇଥିଲା। ଫୋଟୋ ସହିତ କ୍ୟାପ୍ସନ୍ ରେ ଉଲ୍ଲେଖ କରା ଯାଇଛି ଯେ, “ଏହି ଫୋଟୋ ୨୧ ସେପ୍ଟେମ୍ବର ୨୦୦୫ ରେ ଆଣ୍ଟାର୍ଟିକା ର ସଂପୂର୍ଣ୍ଣ ଅଞ୍ଚଳକୁ ଦେଖାଇଛି।”

ଏହି ଫୋଟୋ ନାସା ଇଞ୍ଜିନିୟର ସିଣ୍ଡି ଷ୍ଟାରଙ୍କ ଦ୍ଵାରା ସୃଷ୍ଟି କରା ଯାଇଥିଲା ଏବଂ ୨୦୦୭ ରେ ନାସାର ବୈଜ୍ଞାନିକ ଭିଜୁଆଲାଇଜେସନ୍ ଷ୍ଟୁଡିଓ ଦ୍ୱାରା ଏହା ପ୍ରକାଶିତ କରାଯାଇଥିଲା।
ଭାଇରାଲ୍ ଫୋଟୋ ଏବଂ ନାସାର ୱେବସାଇଟରେ ପ୍ରକାଶିତ ଫୋଟୋ ଦେଖିବା ପରେ, ଆମେ ଜାଣିଲୁ ଯେ ପ୍ରକୃତ ଫୋଟୋକୁ ଏଡିଟ୍ କରା ଯାଇଛି।

ଆମେ ଏହା ମଧ୍ୟ ଜାଣିଲୁ ଯେ ଫୋଟୋଟି ପ୍ରଥମେ ଆର୍କଟିକ୍ ଏବଂ ଆଣ୍ଟାର୍କଟିକ୍ ଅଞ୍ଚଳରେ ବରଫର ପରିମାଣ ଦେଖାଇବା ପାଇଁ ସୃଷ୍ଟି କରାଯାଇଥିଲା। ଏହା 2005 ରେ ପ୍ରସ୍ତୁତ କରା ଯାଇଥିଲା ଯେତେବେଳେ ଆଣ୍ଟାର୍କଟିକାରେ ବରଫ ଆବରଣ ସର୍ବାଧିକ ସ୍ତରରେ ରହିଥାଏ।
ଏହି ଫୋଟୋ ଦେଖି ଦେଖି ଅନେକ ଜଳବାୟୁ ପରିବର୍ତ୍ତନକୁ ଅସ୍ୱୀକାର କରୁଥିବା ବ୍ୟକ୍ତି ବିଶ୍ଵାସ କରୁ ନାହାଁନ୍ତି ଯେ ବିଶ୍ଵରେ ଜଳବାୟୁ ତାପମାତ୍ରାରେ ବୃଦ୍ଧି ହେଉଛି।
ନାସାର ଜଳବାୟୁ ବୈଜ୍ଞାନିକ ପିଟର ଏଚ୍ ଯାଦବ ଆସୋସିଏଟେଡ୍ ପ୍ରେସ୍କୁ କହିଛନ୍ତି ଯେ ସମୁଦ୍ରର ବରଫ ତଥ୍ୟ ବ୍ୟବହାର କରି ଏହି ଭିଜୁଆଲାଇଜେସନ୍ ଫୋଟୋ ତିଆରି କରା ଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ସମୁଦ୍ର ବରଫର ପରିମାଣ ଏବଂ ଏହାର ରଙ୍ଗ ନିର୍ଣ୍ଣୟ କରିବା ପାଇଁ AMSR-E ର ତଥ୍ୟ ବ୍ୟବହାର କରାଯାଇଥିଲା।
ଫ୍ୟାକ୍ଟ କ୍ରେସେଣ୍ଡୋ ର ଏକ ପ୍ରୋଜେକ୍ଟ ଜଳବାୟୁ ଫ୍ୟାକ୍ଟ ଚେକ୍ ଅଧୀନରେ, ଆଣ୍ଟାର୍କଟିକାରେ ବରଫ କିପରି ତରଳି ଯାଉଛି ତାହା ସ୍ପଷ୍ଟ କରିବାକୁ ଆମେ ଏକ ବିସ୍ତୃତ ତଥ୍ୟ ଯାଞ୍ଚ ପ୍ରକାଶ କରିସାରିଛୁ | ଆମେ ଏହା ମଧ୍ୟ ପ୍ରମାଣ କରିଛୁ ଯେ ମାନବଙ୍କ ଦ୍ଵାରା ସୃଷ୍ଟି ହୋଇଥିବା ବିଶ୍ୱ ତାପମାତ୍ରା ଏବଂ ଜଳବାୟୁ ପରିବର୍ତ୍ତନ ହେତୁ ଏହା ତ୍ୱରାନ୍ୱିତ ହୋଇଛି। ଏହା ମଧ୍ୟ ସତ୍ୟ ଯେ ଆଣ୍ଟାର୍କଟିକା ଅଞ୍ଚଳରେ ବରଫର ତରଳିବା ବିଶ୍ୱ ସମୁଦ୍ର ସ୍ତରର ବୃଦ୍ଧି ହେଉଛି।
ଏହି ଲିଙ୍କରେ କ୍ଲିକ୍ କରି ଆପଣ ମାନେ ବିସ୍ତାରରେ ଫ୍ୟାକ୍ଟ ଚେକ୍ ପଢି ପାରିବେ।
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବିରେ କୌଣସି ସତ୍ୟତା ନାହିଁ। ଭାଇରାଲ ଫୋଟୋ ଏକ କମ୍ପୁଟର ଗ୍ରାଫିକ୍ସ ଅଟେ। ଏହା ପ୍ରକୃତ ଫୋଟୋ ନୁହେଁ।

Title:କ’ଣ ଏହା ମହାକାଶରୁ ନିଆଯାଇଥିବା ଆଣ୍ଟାର୍କଟିକାର ପ୍ରକୃତ ଫୋଟୋ ଅଟେ? ଜାଣନ୍ତୁ ସତ୍ୟ
Fact Check By: Siddharth SahuResult: Misleading
