
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି। ଜଗତସିଂପୁର ଅବସ୍ଥିତ ଏସଭିଏମ କଲେଜର ଏକ ନୋଟିସ୍ ସାମନାକୁ ଆସିଛି ଯେଉଁଥିରେ କଲେଜ୍ ଦ୍ଵାରା ନିର୍ଦେଶ ଦିଆ ଯାଇଛି ଯେ ଛାତ୍ରୀ ମାନେ ୧୪ ଫେବୃଆରି ପୂର୍ବରୁ ବୟଫ୍ରେଣ୍ଡ ନକରିଲେ ତାଙ୍କୁ କଲେଜ୍ ଆସିବା ମନା।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅନୁସନ୍ଧାନରୁ ଜଣା ପଡିଛି ଯେ ଏହା ଏକ ଫେକ୍ ନୋଟିସ୍ ଅଟେ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ସୋସିଆଲ ମିଡିଆ ବ୍ୟବହାହାର କାରୀ ମାନେ ଦାବି କରୁଛନ୍ତି ଯେ, “ସାମାଜିକ ଗଣମାଧ୍ୟମ ରୁ ପ୍ରକାଶ ହୋଇଥିବା ଖବର , ଭାଲେଣ୍ଟାଇନ୍ ଡେ ସୁଦ୍ଧା ବୟଫ୍ରେଣ୍ଡ୍ ଯୋଗାଡ଼ କର, ନହେଲେ କଲେଜରେ ପ୍ରବେଶ ମନା ! @ ମାଣ୍ଡୁ ଯୋଜନା”

ଆମ ଅନୁସନ୍ଧାନ:
ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ୨୩ ଜାନୁଆରୀରେ ଓଡ଼ିଶା ଟିଭି ୱେବସାଇଟରେ ଏହି ବିଷୟ ନେଇ ସୂଚନା ମିଳିଲା। ରିପୋର୍ଟ ଅନୁଯାୟୀ ଏସଭିଏମ କଲେଜ୍ ଅଧ୍ୟକ୍ଷ ନାମରେ ଭାଇରାଲ ହେଉଥିବା ଏହି ନୋଟିସ୍ ଫେକ୍ ଅଟେ।
କଲେଜ୍ ଅଧ୍ୟକ୍ଷ ବିଜୟ ପାତ୍ର ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ସେ ଏପରି କୌଣସି ନୋଟିସ୍ ଜାରି କରି ନାହାଁନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଚିଠିରେ ଭାଇରାଲ୍ ନୋଟିସ୍ ପ୍ରିଣ୍ଟ୍ ହୋଇଛି ତାହା ନକଲି ଅଟେ। ଏଥିରେ ନା କଲେଜର ଯୋଗାଯୋଗ ନମ୍ବର, ନା ସଠିକ୍ କ୍ରମରେ ନାମ ଉଲ୍ଲେଖ କରା ଯାଇଛି।

ଟାଇମ୍ସ ନାଓ ୱେବସାଇଟ ରିପୋର୍ଟରେ ମଧ୍ୟ ଏହି ନୋଟିସ୍ କୁ ଫେକ୍ ବୋଲି କୁହା ଯାଇଛି। ରଶ୍ମିତା ବେହେରା ନାମକ ଜଣେ ଛାତ୍ରୀଙ୍କ ଅନୁଯାୟୀ, “ଆମେ ସମସ୍ତେ ଭାଇରାଲ୍ ନୋଟିସ୍ ଦେଖିଛୁ | ଏହା ବାସ୍ତବ ମନେହୁଏ ନାହିଁ | କିଛି ଖରାପ ଉପାଦାନ ଏକ ଜାଲ୍ ନୋଟିସ୍ ଭାଇରାଲ୍ କରିଛି | ଏହା ଆମ କଲେଜର ନାମକୁ ବଦନାମ କରିଛି | ଆମର ପ୍ରିନ୍ସିପାଲ୍ ଜଣେ ଭଲ ମଣିଷ ଏବଂ ଆମେ ଭାବୁନାହୁଁ ସେ ଏପରି କାର୍ଯ୍ୟ କରିଛନ୍ତି।”
୨୪ ଜାନୁଆରୀରେ ଆମକୁ କଳିଙ୍ଗ ଟିଭିର ୟୁଟ୍ୟୁବ ଚ୍ୟାନାଲରେ ଏକ ଭିଡିଓ ପ୍ରସାରିତ ହେଇଥିବା ମିଳିଲା।ଯେଉଁଥିରେ ଏସଭିଏମ କଲେଜ୍ ଅଧ୍ୟକ୍ଷ ବିଜୟ ପାତ୍ର ଘଟନା ସମ୍ବନ୍ଧିତ ଏକ ସାକ୍ଷାତରେ ପ୍ରକାଶ ପକାଇଛନ୍ତି। ରିପୋର୍ଟ ଅନୁଯାୟୀ ଏହି ଘଟଣା ନେଇ କଲେଜ୍ ଅଧ୍ୟକ୍ଷ ଥାନାରେ ଏତଲା ଦେଇଛନ୍ତି।
ବିଜୟ ପାତ୍ର କହିଛନ୍ତି, “ଏହା ଏକ ଫେକ୍ ନୋଟିସ୍ ଯାହା ଇଲେକ୍ଟ୍ରୋନିକ ମିଡିଆ ସୁଯୋଗରେ ସୃଷ୍ଟି କରା ଯାଇଛି। ଏହି ନୋଟିସ୍ କଲେଜର ନୁହେଁ। ଏହା ଏକ ନିନ୍ଦନୀୟ ଏବଂ ଭିତ୍ତିହୀନ କଥା ଅଟେ। ଯେ ଏହି ନୋଟିସ୍ ସୃଷ୍ଟି କରିଛି ତାହାକୁ ଆଇନ ଅନୁସାରେ ଦଣ୍ଡିତ କରିବା ପାଇଁ ପୋଲିସ କୁ ଅନୁରୋଧ କରିଛୁ।”
ଆମକୁ କଲେଜ୍ ଦ୍ଵାରା ପୋଲିସକୁ ଘଟଣାର ତଦନ୍ତ କରା ଯାଇଥିବା ଅନୁରୋଧର ଏକ ଚିଠି ମିଳିଲା। ଏହି ଚିଠିରେ ପୋଲିସକୁ ଅନୁରୋଧ କରି ଉଲ୍ଲେଖ କରା ଯାଇଛି ଯେ ୨୦ ଜାନୁଆରୀରେ ଏକ ଫେକ୍ ନୋଟିସ ଜାରି କରା ଯାଇଛି ଯେଉଁଥିରେ କଲେଜର ଯୋଗାଯୋଗ ନମ୍ବର ନାହିଁ ଏବଂ ଯେଉଁଥିରେ କଲେଜର ଅଧ୍ୟକ୍ଷଙ୍କ ହସ୍ତାକ୍ଷରକୁ ଭୁଲ ଭାବରେ ବ୍ୟବହାର କରା ଯାଇଛି। ଏହି ଚିଠିରେ ପୋଲିସକୁ ଏକ FIR ଦାଖଲ କରିବା ପାଇଁ ଅନୁରୋଧ କରା ଯାଇଛି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଏସଭିଏମ କଲେଜ ନାମରେ ଭାଇରାଲ ହେଉଥିବା ନୋଟିସ୍ ଫେକ୍ ଅଟେ। ଏସଭିଏମ କଲେଜ୍ ଛାତ୍ରୀ ମାନଙ୍କୁ ୧୪ ଫେବ୍ରୁଆରି ପୂର୍ବରୁ ବୟଫ୍ରେଣ୍ଡ ବନାଇବା ପାଇଁ କୌଣସି ବାଧ୍ୟାତାମୂଳକ ନିୟମ କରି ନାହିଁ।

Title:କ’ଣ ଜଗତସିଂପୁର ଅବସ୍ଥିତ ଏସଭିଏମ କଲେଜ୍ ଛାତ୍ରୀ ମାନଙ୍କୁ ବୟଫ୍ରେଣ୍ଡ ରଖିବା ବାଧ୍ୟତାମୂଳକ କରିଛି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
