କ’ଣ ଛତ୍ତିଶଗଡର ଗୋଟିଏ ହିନ୍ଦୁ ଚଣ୍ଡୀ ମନ୍ଦିରରେ ୱାକ୍ଫ ବୋର୍ଡ ଇସଲାମିକ ପତାକା ଉତ୍ତୋଳନ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ମନ୍ଦିରର ଫୋଟୋ ଭାଇରାଲ ହେଉଛି। ଏହି ଭାଇରାଲ୍ ଫୋଟୋରେ, “୭୮୬” ଲେଖାଥିବା ସବୁଜ କପଡା ମୂର୍ତ୍ତି ଉପରେ ଦେଖିବାକୁ ମିଳିଛି। କୁହାଯାଉଛି ଯେ ଭାଇରାଲ ଫୋଟୋ ଛତିଶଗଡରେ ଅବସ୍ଥିତ ମା ଚଣ୍ଡୀ ଦେବୀଙ୍କ ମନ୍ଦିରର ଅଟେ। ସୋସିଆଲ ମିଡିଆରେ ଲୋକମାନେ ଏହି ଫୋଟୋ ସେୟାର କରି ଦାବି କରୁଛନ୍ତି ଯେ ୱାକଫ ବୋର୍ଡ ଏହି ମା ଚାଣ୍ଡି ଦେବୀ ମନ୍ଦିରର ସମ୍ପତ୍ତିରେ ନିଜର ଅଂଶ ଦାବି କରିଛି। ଚଣ୍ଡୀ ମଦିରରେ ନିଜର ମାଲିକାନା […]

Continue Reading

କ’ଣ ଏହି ଭିଡିଓରେ କେଜ୍ରିୱାଲ ପାକିସ୍ତାନ ସମର୍ଥନରେ ଭାଷଣ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣର ଏକ କ୍ଲିପ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ପୁଣି ଥରେ ନିର୍ବାଚନରେ ​​ଜିତିଲେ ପାକିସ୍ତାନ ନଷ୍ଟ ହୋଇଯିବ ବୋଲି ଦର୍ଶାଯାଇଛି। ସୋସିଆଲ ମିଡିଆରେ କିଛି ଉପଭୋକ୍ତା ଏହି କ୍ଲିପକୁ ସତ ବୋଲି ଭାବି ସେୟାର କରୁଛନ୍ତି | ଭିଡିଓରେ ଆମକୁ ଶୁଣିବାକୁ ମିଳିଲା ଯେ କେଜ୍ରିୱାଲ୍ କହୁଛନ୍ତି, “ମୁଁ ଯେତେ ଭାବୁଛି ମୋର ଦେହ ସେତେ ଶୀତେଇ ପଡୁଛି। ଯଦି ଏ ମାନେ […]

Continue Reading

କ’ଣ ଏହା ଆମେରିକା ଦ୍ଵାରା ଚୀନର ଗୁପ୍ତଚର ବେଲୁନ୍ ନଷ୍ଟ କରିଥିବା ଇଡେଓ ଅଟେ? ଜାଣନ୍ତୁ ସତ୍ୟ।

କିଛି ଦିନ ପୂର୍ବରୁ ଆମେରିକାର ଆକାଶରେ ଏକ ବେଲୁନ୍ ଉଡୁଥିବା ଦେଖିବାକୁ ମିଳିଥିଲା। ଆମେରିକା ବାୟୁ ସେନା ଏହି ବେଲୁନକୁ ନଷ୍ଟ କରିଲା ପରେ କହିଥିଲା ଯେ ତାହା ଏକ ଗୁପ୍ତଚର ବେଲୁନ୍ ଥିଲା। ଏହି ବେଲୁନ୍ ନେଇ ଆମେରିକା ଚୀନ ଉପରେ ଅଭିଯୋଗ ଲଗାଇଛି ଯେ ଏହା ଚୀନ ଦ୍ଵାରା ଏକ ଷଡଯନ୍ତ୍ର ଅଟେ। ସେହି ସମୟରେ ଚୀନ ଏହି ଅଭିଯୋଗକୁ ଖାରଜ କରିଛି।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି […]

Continue Reading

ମଧ୍ୟପ୍ରଦେଶର ଜଣେ ପୋଲିସ ଅଧିକାରୀଙ୍କ ପୁରୁଣା ଫୋଟୋକୁ ଓଡ଼ିଶା ପୋଲିସ ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଜଣେ ପୋଲିସ ଅଧିକାରୀଙ୍କ ଫୋଟୋ ଭାଇରାଲ ହେବାରେ ଲାଗିଛି। ତାଙ୍କ ଓଜନକୁ ନେଇ ଇଣ୍ଟର୍ନେଟରେ ତାଙ୍କ ପରିହାସ କରା ଯାଉଛି। ଦାବି ଅନୁଯାୟୀ ସେ ଓଡ଼ିଶା ପୋଲିସର ଜଣେ ଅଧିକାରୀ ଅଟନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ଫାଇଲ। ଫୋଟୋରେ ଥିବା ପୋଲିସ ଅଧିକାରୀ ଓଡ଼ିଶାର ନୁହେଁ ବରଂ ମଧ୍ୟପ୍ରଦେଶ ପୋଲିସ ଅଟନ୍ତି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ […]

Continue Reading

ବର୍ଷ ପୁରୁଣା ଫୋଟୋକୁ ନିକଟରେ ତୁର୍କୀ ଭୂମିକମ୍ପର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

ବର୍ତ୍ତମାନ ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଛି। ଏହି ସମୟରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଭୁସୁଡି ପଡିଥିବା କୋଠା ସାମନାରେ ଜଣେ ବୃଦ୍ଧଙ୍କ ହାତରେ ତିନିଟି ରୁଟି ଦେଖିବାକୁ ମିଳିଛି। ଏହାକୁ ତୁର୍କୀରେ ସମ୍ପ୍ରତି ସମୟରେ ହୋଇଥିବା ଭୂକମ୍ପ ପର ଏକ ଫୋଟୋ ଦାବି ସହ ସେୟାର କରାଯାଇଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଯଦିଓ ଏହି ଫୋଟୋ […]

Continue Reading

କ’ଣ ଭାଇରାଲ ଭିଡିଓ ୨୦୧୯ ମସିହାରେ ପୁଲୱାମା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଦର୍ଶାଉଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ସିସିଟିଭି ଫୁଟେଜ୍ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ କିଛି ଗାଡି ଚାଲୁଥିବା ସମୟରେ ଏକ ବିସ୍ଫୋରଣ ହେଉଛି। ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହି ଭିଡିଓ ୧୪ ଫେବୃଆରି ୨୦୧୯ ମସିହାରେ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣର ଦୃଶ୍ୟ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ […]

Continue Reading

କ’ଣ ନବକିଶୋର ଦାସଙ୍କ ମୃତ୍ୟୁ ପରେ ଏକାଦଶୀ ଦିନ ତାଙ୍କ ଝିଅ ଦୀପାଳି ଦାସ ମୁଖ୍ୟମନ୍ତ୍ରୀଙ୍କ ସହ ସେଲ୍ଫି ନେଉଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଓଡ଼ିଶାର ସ୍ୱାସ୍ଥ୍ୟ ମନ୍ତ୍ରୀ ସ୍ଵର୍ଗତ ନବ କିଶୋର ଦାସଙ୍କ ଝିଅ ଦୀପାଳି ଦାସଙ୍କ ଏକ ଫୋଟୋ ଭାଇରାଲ ହେଉଛି। ଏହି ଫୋଟୋରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସେଲ୍ଫି ନେଉଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଦୀପାଳି ଦାସ୍ ନିଜ ପିତାଙ୍କ ମୃତ୍ୟୁ ପରେ ଏପରି ଫୋଟୋ ନେଉଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପୁରୁଣା ଫୋଟୋ ଯାହାକୁ ମିଥ୍ୟା […]

Continue Reading

କ’ଣ ଅଜଗର ସାପ ରାସ୍ତା ପାର କରୁଥିବା ଏହି ଭିଡିଓ ଓଡ଼ିଶାର କୋରାପୁଟ ଜିଲ୍ଲାର ଅଟେ? ଜାଣନ୍ତୁ ସତ୍ୟ।

ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରାଯାଇଛି ଯେ ଓଡ଼ିଶାର କୋରାପୁଟରେ ଏକ ବଡ଼ ସାପ ଦେଖାଯାଇଛି। ଏହି ଭିଡିଓ ଆଞ୍ଚଳିକ ଗଣମାଧ୍ୟମ ‘ଓଟିଭି ନ୍ୟୁଜ୍’ର ଏକ ରିପୋର୍ଟ ଅଟେ। ରିପୋର୍ଟରେ ଏକ ବିଶାଳ ଅଜଗର ସାପ ରାସ୍ତା ପାର କରୁଥିବା ଦେଖାଯାଇଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଅଜଗର ସାପର ଏହି ଭିଡିଓ କୋରାପୁଟରୁ ନୁହେଁ ବରଂ କର୍ଣ୍ଣାଟକା ରାଜ୍ୟରୁ ଆସିଛି।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଭିଡିଓ ସେୟାର […]

Continue Reading

୨୦୨୦ ମସିହାର ତୁର୍କୀ ଭୂମିକମ୍ପର ଫୋଟୋକୁ ନିକଟରେ ହେଇଥିବା ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

୬ ଫେବୃଆରୀ ୨୦୨୩ ରେ ତୁର୍କୀ ଏବଂ ପଡୋଶୀ ଦେଶ ସିରିଆରେ ୭.୮ ତୀବ୍ରତା ସହିତ ଏକ ଭୂକମ୍ପ ଘଟିଥିଲା। ଏହା ପରେ ସୋସିଆଲ ମିଡିଆରେ ଅନେକ ଯାଞ୍ଚ ହୋଇନଥିବା ଫୋଟୋ ଏବଂ ଭିଡିଓ ଭାଇରାଲ ହେଉଛି।  ଏହି ପ୍ରସଙ୍ଗରେ ଆମ ସାମନାକୁ ଏକ ଫୋଟୋ ଆସିଛି ଯେଉଁଥିରେ ଧ୍ଵଂସ ହୋଇଥିବା ଏକ ସ୍ଥାନରେ କିଛି ଉଦ୍ଧାରକାରୀ ମାନେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ଏହି ଫୋଟୋ ନିକଟରେ ତୁର୍କୀରେ ଆସିଥିବା […]

Continue Reading

କ’ଣ ଗୋଟିଏ ବିଲଡିଙ୍ଗ ଭୁସୁଡି ପଡୁଥିବା ଏହି ଭିଡିଓ ତୁର୍କୀରେ ଭୂମିକମ୍ପ ସମୟର ଅଟେ? ଜାଣନ୍ତୁ ସତ୍ୟ।

ନିକଟରେ ତୁର୍କୀ ଏବଂ ସିରିଆରେ ୭.୮ ଏବଂ ୭.୫ ତୀବ୍ରତାର ଦୁଇଟି ବଡ଼ ଭୂକମ୍ପରେ ଅନେକ ଭିତ୍ତିଭୂମି ନଷ୍ଟ ହୋଇ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଛି।  ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ରାସ୍ତାରେ କିଛି ଗାଡି ଯାଉଥିବା ସମୟରେ ଏକ ବିଶାଳ ବିଲ୍ଦିଙ୍ଗ ଭୁସୁଡି ପଡୁଛି। ଦାବି କରା ଯାଉଛି ଯେ […]

Continue Reading