
ଅଭିନେତା ରଣବୀର କପୁରଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭାଇରାଲ ଭିଡିଓରେ ଜଣେ ପ୍ରଶଂସକ ଅଭିନେତା ରଣବୀର କପୁରଙ୍କ ସହ ସେଲଫି ନେବାକୁ ଚେଷ୍ଟା କରୁଛନ୍ତି। ପ୍ରଶଂସକ ଥରେ ନୁହେଁ ଅନେକ ଥର ସେଲଫି ନେବାକୁ ଚେଷ୍ଟା କରନ୍ତି | ଏପରି ପରିସ୍ଥିତିରେ ରଣବୀର କପୁର ଶେଷରେ ରାଗିଯାଇ ପ୍ରଶଂସକଙ୍କ ଫୋନ ମାଗି ଏହାକୁ ଫୋପାଡି ଦେଉଛନ୍ତି। ପ୍ରଶଂସକଙ୍କ ସହ ରଣବୀରଙ୍କ ଏହି ଅସଦାଚରଣ ଦେଖି ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି।
ଇନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଏକ ପ୍ରୋମୋସନାଲ୍ ଭିଡିଓ ଅଟେ ଯାହାକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଦାବି କରା ଯାଉଛି ଯେ, “ଜଣେ ପ୍ରଶଂସକ ଗତକାଲି ରଣବୀର କପୁରଙ୍କ ସହ ବାରମ୍ବାର ସେଲ୍ଫି ନେବାକୁ ଚେଷ୍ଟା କରୁଥିଲେ। ବାସ୍ ଏତିକିରେ ରାଗିଯାଇଥିଲେ କପୁର ଖାନ୍ଦାନ୍ର ଲାଡ୍ଲା। ସେ ଉକ୍ତ ଫ୍ୟାନ୍ଙ୍କ ସହ ଫଟୋ ଉଠାଇଥିଲେ କିନ୍ତୁ ପରେ ତାଙ୍କ ମୋବାଇଲ ଛଡାଇ ଆଣି ଫିଙ୍ଗି ଦେଇଥିଲେ। ଜଣେ ୟୁଜର୍ସ କମେଣ୍ଟ କରି ରଣବୀରଙ୍କୁ ଅତ୍ୟନ୍ତ ଖରାପ କହିବା ସହ ପ୍ରଶଂସକଙ୍କୁ କିଭଳି ସମ୍ମାନ ଦିଆଯାଏ ତାହା ଜାଣିନାହିଁ ବୋଲି କହିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ଏହି ଭିଡିଓକୁ ବିଜ୍ଞାପନର ଅଂଶ ବୋଲି କହୁଛନ୍ତି।“

Facebook | Archive | Website | Archive
ଏହି ଘଟଣାର ଏକ ଭିଡିଓ ଟୁଇଟରରେ ମଧ୍ୟ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି।
ଆମ ଅନୁସନ୍ଧାନ:
ଭାଇରାଲ୍ ଭିଡିଓ ସମ୍ବନ୍ଧରେ ବିଭିନ୍ନ ମୁଖ୍ୟଶବ୍ଦ ସହିତ ଗୁଗୁଲ୍ ରେ ସର୍ଚ୍ଚ କରିବା ପରେ, ଆମେ ଏହା ସହ ଜଡିତ ଅନେକ ଖବର ପାଇଲୁ। ୨୮ ଜାନୁଆରୀ ରେ ଲାଇଭ ହିନ୍ଦୁସ୍ତାନର ଏକ ରିପୋର୍ଟ ଅନୁଯାୟୀ ରଣବୀର କପୁରଙ୍କ ଏହି ଭିଡିଓ ପ୍ରମୋଶନର ଏକ ଅଂଶ ଅଟେ।
ବାସ୍ତବରେ, ଏହି ଭିଡିଓ ଏକ ପ୍ରମୋସନାଲ୍ ଷ୍ଟଣ୍ଟ୍ ଅଟେ। ବାସ୍ତବରେ ରଣବୀର ତାଙ୍କର କୌଣସି ପ୍ରଶଂସକଙ୍କ ମୋବାଇଲ୍କୁ କ୍ରୋଧରେ ଫିଙ୍ଗି ନାହାଁନ୍ତି। ଏହା ଏକ ବିଜ୍ଞାପନର ଅଂଶ ଅଟେ।
ଭାଇରାଲ ଭୟନି ଏବଂ ଓପୋ ଇଣ୍ଡିଆର ଇନଷ୍ଟାଗ୍ରାମରେ ଆମେ ଭାଇରାଲ ଭିଡିଓର ସମ୍ପୂର୍ଣ୍ଣ ସଂସ୍କରଣ ପାଇଛୁ ଯେଉଁଥିରେ ରଣବୀର କପୁର ପରେ ଯୁବକଙ୍କୁ ଓପୋ ଫୋନ୍ ଦେଉଥିବାର ନଜର ଆସିଛନ୍ତି। କ୍ୟାପସନ୍ ଅନୁଯାୟୀ, ଓପୋ ଦ୍ୱାରା RENO 8T ପାଇଁ ଏହା ଏକ ପ୍ରମୋସନାଲ୍ ଭିଡିଓ ସୁଟ୍ ଭିଡିଓ ଥିଲା।
ଆମେ ଜାଣିଲୁ ଯେ ୩ ଫେବୃଆରୀ ୨୦୨୩ ରେ ଲଞ୍ଚ ହେବାକୁ ଥିବା ନୂତନ ମୋବାଇଲ୍ ପାଇଁ ଓପୋ ଇଣ୍ଡିଆ ସୋସିଆଲ ମିଡିଆରେ ଅଧିକ ପ୍ରଚାର କରିଛି। ଏଥିପାଇଁ କମ୍ପାନୀ ନିଜ ଇନଷ୍ଟାଗ୍ରାମରେ ରଣବୀର କପୁରଙ୍କ ଭାଇରାଲ ଭିଡିଓର ମୂଳ ଭିଡିଓ ଅପଲୋଡ୍ କରିଛି। ଯାହା କମ୍ପାନୀର ଇନଷ୍ଟା ଆକାଉଣ୍ଟ ରିଲରେ ଦେଖିବାକୁ ମିଳିଛି।
ଏହି ବାଇରାଲ ଭିଡିଓ ଆମକୁ ଓପୋ ଦ୍ଵାରା ମଧ୍ୟ ଟୁଇଟ କରା ଯାଇଥିବା ମିଳିଲା।
ଶେଷକଥା:
ତଥ୍ୟ ଯାଞ୍ଚ କରିବା ପରେ ଆମେ ଜାଣିଲୁ ଯେ ରଣବୀର କପୁର ପ୍ରଶଂସକଙ୍କ ସହ ଅସଦାଚରଣ କରିନାହାଁନ୍ତି। ଏହା ଅଭିନେତା ରଣବୀର କପୁରଙ୍କ ଏକ ପ୍ରମୋସନାଲ ଭିଡିଓ ଅଟେ।

Title:କ’ଣ ବଲିୱୁଡ୍ ଅଭିନେତା ରଣବୀର କପୁର ନିଜ ଫ୍ୟାନ୍ ପ୍ରତି ଦୁର୍ବ୍ୟବହାର କରି ତାହାର ମୋବାଇଲ୍ ଫୋପାଡି ଦେଇଥିଲେ? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
