
ଜଣେ ମହିଳାଙ୍କୁ ଦୁଇଜଣ ପୁରୁଷଙ୍କ ନିର୍ଯାତନା କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ପଭାଇରାଲ ହେଉଛି। ଦାବି କରା ଯାଇଛି ଯେ ଏହି ଭିଡିଓରେ ଜଣେ ଦଳିତ ମହିଳା ଗାଧୋଇବା ପାଇଁ ନଦୀ ଜଳ ବ୍ୟବହାର କରିଥିବାରୁ ତାଙ୍କ ଉପରେ ଅତି ନିର୍ମମ ଭାବେ ଅତ୍ୟାଚାର କରା ଯାଉଛି। କିଛି ଲୋକ ଏହା ଉତ୍ତରପ୍ରଦେଶର ଘଟଣା ବୋଲି କହି ଭିଡିଓ ସେୟାର କରିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଭିଡିଓ କୌଣସି ଦଳିତ ଅତ୍ୟାଚାର ସହିତ ସମ୍ବନ୍ଧିତ ନୁହେଁ।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଭିଡିଓ ସେୟାର କରି ଦାବି କରା ଯାଇଛି ଯେ, ଉତ୍ତରପ୍ରଦେଶରେ ଗାଧୋଇବା ପାଇଁ ପୋଖରୀ ପାଣି ବ୍ୟବହାର କରିଥିବାରୁ ଜଣେ ଦଳିତ ମହିଳାଙ୍କୁ ସେଠିକାର ଉଚ୍ଚ ଜାତିର ହିନ୍ଦୁ ଲୋକମାନେ ନିର୍ଯାତନା ଦେଇଥିଲେ।
ଆମ ଅନୁସନ୍ଧାନ:
ଘଟଣା ବିଷୟରେ ସମ୍ବାଦ ରିପୋର୍ଟ ଖୋଜିବା ପାଇଁ ଗୁଗୁଲରେ ପ୍ରାସଙ୍ଗିକ ମୁଖ୍ୟଶବ୍ଦ ବ୍ୟବହାର କରି ଆମେ ଆମର ଅନୁସନ୍ଧାନ ଆରମ୍ଭ କରିଲୁ। ଜୁଲାଇ ୨୦୨୧ ରେ ଭାସ୍କର ୱେବସାଇଟରେ ପ୍ରକାଶିତ ହେଇଥିବା ଏକ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶର ଧର ଜିଲ୍ଲା ଅନ୍ତର୍ଗତ ତାଣ୍ଡା ପୋଲିସ ଷ୍ଟେସନ ଅନ୍ତର୍ଗତ ପିପାଲୱା ଗ୍ରାମରେ ଏହି ଘଟଣା ଘଟିଥିଲା। ଏହା ୨୨ ଜୁନ୍ ୨୦୨୧ ର ଘଟଣା ଅଟେ। ଉଭୟ ନିଜ ମାମୁଁଙ୍କ ଭାଇଙ୍କ ସହ କଥାବାର୍ତ୍ତା ହେବାବେଳେ ଧରାପଡିଥିଲେ। ଘଟଣା ସମ୍ବନ୍ଧିତ ୭ ଲୋକଙ୍କୁ ପୋଲିସ ଗିରଫ କରିଥିଲା।

ଏନଡ଼ିଟିଭି ଅନୁଯାୟୀ, ଦୁଇଟି ଆଦିବାସୀ ମହିଳା ମାନେ ନିଜ ମାମୁଁଙ୍କ ସହ କଥା ହେଉଥିବାରୁ ତାଙ୍କ ପରିବାର ଲୋକେ ଏହି ବିଷୟରେ ଜାଣିବାକୁ ପାଇ ଥିଲେ ଯାହା ତାଙ୍କୁ ପସନ୍ଦ ଆସିନଥିଲା। ଏହି ଘଟଣା ନେଇ ପରିବାର ଲୋକେ ସେହି ଦୁଇ ଜଣ ଭଉଣୀଙ୍କ ଉପରେ ଅତ୍ୟାଚାର କରିଥିଲେ। ଜୁନ୍ 22 ରେ ଏହି ଘଟଣା ଘଟିଥିଲା ଏବଂ କିଛି ଦିନ ପରେ ଭିଡିଓ ସୋସିଆଲ ମିଡିଆରେ ବହୁଳ ଭାବରେ ସେୟାର କରାଯାଇଥିଲା ଯାହା ପରେ ପୋଲିସ ହସ୍ତକ୍ଷେପ କରିଥିଲା ।
ଫ୍ୟାକ୍ଟ କ୍ରେସେଣ୍ଡୋ ଟାଣ୍ଡା ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଅଧିକାରୀ ବିଜୟ ଭାସ୍କଲେଙ୍କ ସହ ଯୋଗାଯୋଗ କରିଲା। ସେ ଆମକୁ କହିଛନ୍ତି ଯେ ଏହା ଜୁନ୍ ୨୦୨୧ ମସିହାର ଏକ ପୁରୁଣା ଘଟଣା ଅଟେ। ଏହି ଭିଡିଓ ପୂର୍ବରୁ ମଧ୍ୟ ଦଲିତ ସମ୍ପ୍ରଦାୟ ଉପରେ ଅତ୍ୟାଚାର ନାମରେ ଭାଇରାଲ କରାଯାଇଥିଲା। ଏହି ମାମଲା ବାସ୍ତବରେ ଦଲିତଙ୍କ ଉପରେ ହୋଇଥିବା ଅତ୍ୟାଚାର ବିଷୟରେ ନୁହେଁ। ଏହି ଝିଅମାନେ ନିଜ ମାମୁଁଙ୍କ ପୁଅଙ୍କ ସହ କଥାବାର୍ତ୍ତା ହେଉଥିବାରୁ ପରିବାର ସଦସ୍ୟ ତାଙ୍କୁ ମାଡ ମାରିଥିଲେ। ସମାନ ପରିବାରରେ ପାରସ୍ପରିକ ଝଗଡା ହେବାର ଏହା ଏକ ମାମଲା ଅଟେ। ଆମେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଜେଲକୁ ପଠାଇଥିଲୁ କିନ୍ତୁ ପରେ ସେମାନେ ଜାମିନ ପାଇଥିଲେ।
ଆମେ ଉତ୍ତରପ୍ରଦେଶ ପୋଲିସ୍ ଫ୍ୟାକ୍ଟ ଚେକ୍ ର ଟ୍ୱିଟର ଆକାଉଣ୍ଟରେ ଏହି ଭିଡିଓ ସହ ଜଡିତ ଏକ ସ୍ପଷ୍ଟୀକରଣ ପାଇଛୁ ଯେଉଁଥିରେ ଲେଖା ଅଛି ଯେ “ଏହି ଭିଡିଓ ଉତ୍ତରପ୍ରଦେଶ ସହ ଜଡିତ ନୁହେଁ ବରଂ ୨୦୨୧ ମସିହାରେ ଥାନା ଟଣ୍ଡା, ଜିଲ୍ଲା ଧର, ମଧ୍ୟପ୍ରଦେଶର ଘଟଣା ଅଟେ। ବିଭ୍ରାନ୍ତିକର ଟ୍ୱିଟ୍ ପାଇଁ ଆପଣଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ କାର୍ଯ୍ୟକାରୀ ହେଉଛି।“
ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ଦଳିତ ମହିଳା ଉପରେ ଅତ୍ୟାଚାର ହେଉଥିବା ଦାବି ମିଥ୍ୟା ଅଟେ। ଏହା ୨୦୨୧ ମସିହାର ଏକ ପୁରୁଣା ଘଟଣା ଅଟେ ଯାହା ମଧ୍ୟପ୍ରଦେଶର ଏକ ଗ୍ରାମରେ ଘଟିଥିଲା। ଏହା ଏକ ପାରିବାରିକ ହିଂସାର ଘଟଣା ଅଟେ ଯାହାକୁ ଦଳିତ ଉପରେ ଅତ୍ୟାଚାର ହେଉଥିବା ଦାବି ସହିତ ଭାଇରାଲ କରା ଯାଉଛି। ଏହି ଭିଡିଓର ଉତ୍ତରପ୍ରଦେଶ ସହିତ ମଧ୍ୟ କୌଣସି ସମ୍ବନ୍ଧ ନାହିଁ।

Title:କ’ଣ ପୋଖରୀରେ ଗାଧୋଇବାକୁ ଯାଇଥିବା ଜଣେ ଦଳିତ ମହିଳାଙ୍କୁ ଉତ୍ତରପ୍ରଦେଶର ଉଚ୍ଚ ଜାତି ଲୋକେ ଅତ୍ୟାଚାର କରୁଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
