
ବର୍ତ୍ତମାନ ଏକ ସଂସଦ ରେ ଜଣେ ବ୍ୟକ୍ତିଙ୍କ ଭାଷଣ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ସାଂସଦ କହୁଛନ୍ତି ଯେ ପାକିସ୍ତାନରେ ୧୫ ବର୍ଷରୁ କମ୍ ବୟସ ପିଲା ମାନଙ୍କ ଜବରଦସ୍ତ ଧର୍ମ ପରିବର୍ତ୍ତନ କରା ଯାଉଛି ଏବଂ ପୋଲିସ ନିକଟରେ ଅଭିଯୋଗ କରିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନେଉଆ ନାହିଁ।
ଦାବି କରା ଯାଉଛି ଯେ ଏହା ପାକିସ୍ତାନରେ ହିନ୍ଦୁ ମାନଙ୍କର ଅବସ୍ଥା। ପାକିସ୍ତାନର ଜଣେ ହିନ୍ଦୁ ବିଧାୟକ ସଂସଦରେ ଏହି ଅଭିଯୋଗ ନେଇକି ଆସିଛନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭିଡିଓରେ ସଂସଦରେ ଅଭିଯୋଗ କରୁଥିବା ବିଧାୟକ ହିନ୍ଦୁ ନୁହଁନ୍ତି। ସେ ଜଣେ କ୍ରିଷ୍ଟିୟାନ୍ ଅଟନ୍ତି।
କ’ଣ ଦାବି କରା ଯାଇଛି ଏହି ପୋଷ୍ଟରେ?
ଭିଡିଓ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରିଛନ୍ତି, “ପଠାନ୍ ଦେଖି ତୁମେ ଖୁସି, ପାକିସ୍ତାନରେ ଜଣେ ହିନ୍ଦୁଙ୍କର ଅବସ୍ଥା କ’ଣ, ହିନ୍ଦୁଙ୍କର ଅବସ୍ଥା କ’ଣ, ହାତ ମିଳାଇ, ତୁମର ପିଲାମାନଙ୍କ ପାଇଁ ନ୍ୟାୟ ମାଗିପାରିବା ”
ଆମ ଅନୁସନ୍ଧାନ:
ଆମ ଅନୁଅନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ୟେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଭିଡିଓ ୨୯ ଜାନୁଆରୀ ୨୦୨୩ ରେ ଜଣେ ଟୁଇଟର ବ୍ୟବହାରକାରୀଙ୍କ ହେଣ୍ଡେଲରେ ପୋଷ୍ଟ ହେଇଥିବା ମିଳିଲା। ଟୁଇଟରେ ସୂଚନା ଦିଆଯାଇଛି ଯେ ଭିଡିଓରେ ଦେଖାଯାଇଥିବା ବ୍ୟକ୍ତି ହେଉଛନ୍ତି ପାକିସ୍ତାନର ପଞ୍ଜାବ ପ୍ରଦେଶର ଖ୍ରୀଷ୍ଟିଆନ ନେତା ତାରିକ ମାସିହ ଗିଲ ଅଟନ୍ତି। ସେ ଜଣେ ପାକିସ୍ତାନୀ ସାଂସଦରେ ଯିଏ ୧୨ ବର୍ଷର ଖ୍ରୀଷ୍ଟିଆନ ଝିଅର ଅପହରଣ ଏବଂ ବାଧ୍ୟତାମୂଳକ ଇସଲାମରେ ଧର୍ମ ପରିବର୍ତ୍ତନ ବିଷୟରେ କହୁଛନ୍ତି।
ଆମର ପରବର୍ତ୍ତୀ ଅନୁସନ୍ଧାନରେ ଆମେ PTV ସଂସଦ ନାମକ ଏକ ୟୁଟ୍ୟୁବ୍ ଚ୍ୟାନେଲରେ ପୋଷ୍ଟ ହୋଇଥିବା ଏହି ଭିଡିଓର ସମ୍ପୂର୍ଣ୍ଣ ଭିଡିଓ ପାଇଲୁ। ୩୭ ମିନିଟରୁ ଆପଣ ମାନେ ସେହି ସାଂସଦଙ୍କୁ ଭାଷଣ ଦେଉଥିବା ଦେଖି ପାରିବେ। ଭାଷଣ ପୂର୍ବରୁ ଆମେ ସୁନିଲୁ ଯେ ତାଙ୍କୁ ତାରିକ ମଶିହ ତାରିକ୍ ମାସିହ ଗିଲ୍ ନାମରେ ଆହ୍ଵାନ କରା ଯାଇଛି।
ତେବେ ତାରିକ ମଶିହ ଗିଲ୍ କେଉଁ ଧର୍ମର?
ଏହା ଜାଣିବା ପାଇଁ ଆମେ ପାକିସ୍ତାନର ସରକାରୀ ୱେବସାଇଟରେ ସର୍ଚ୍ଚ କରିଲୁ। ଏହି ୱେବସାଇଟ ଅନୁଯାୟୀ, ସେ ପାକିସ୍ତାନର ପଞ୍ଜାବ ପ୍ରାନ୍ଥର ଜଣେ ନେତା ଅଟନ୍ତି ଯାହାକୁ ଅଣ-ମୁସଲମାନମାନଙ୍କ ପାଇଁ ସଂରକ୍ଷିତ ଆସନରେ ନିର୍ବାଚିତ କରା ଯାଇଥିଲା। ୱେବସାଇଟରେ ଏହା ମଧ୍ୟ ଉଲ୍ଲେଖ କରା ଯାଇଛି ଯେ ସେ ଜଣେ କ୍ରିଷ୍ଟିୟାନ୍ ଅଟନ୍ତି।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଦାବି ମିଥ୍ୟା ଅଟେ। ଭିଡିଓରେ ଭାଷଣ ଦେଉଥିବା ବ୍ୟକ୍ତି ପାକିସ୍ତାନର ହିନ୍ଦୁ ସାଂସଦ ନୁହଁନ୍ତି ବରଂ ଜଣେ କ୍ରିଷ୍ଟିୟାନ୍ ନେତା ଅଟନ୍ତି। ଜଣେ କ୍ରିଷ୍ଟିୟାନ୍ ନେତାଙ୍କ ଭାଷଣକୁ ହିନ୍ଦୁ ନାବାଳକ ମାନଙ୍କ ଧର୍ମ ପରିବର୍ତ୍ତନ ବିଷୟରେ ଜଣେ ହିନ୍ଦୁ ନେତା ଅଭିଯୋଗ କରିଥିବା ଦାବି ସହିତ ଭିଡିଓ ଭାଇରାଲ କରା ଯାଉଛି।

Title:କ’ଣ ଭିଡିଓରେ ପାକିସ୍ତାନର ଜଣେ ହିନ୍ଦୁ ବିଧାୟକ ନାବାଳକଙ୍କ ଧର୍ମ ପରିବର୍ତ୍ତନ ନେଇ ସରକାର ଉପରେ ଅଭିଯୋଗ ଲଗାଉଛନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: False
