କ’ଣ ତାମିଲନାଡୁ ରେ କିଛି ଅସାମାଜିକ ଗୁଣ୍ଡା ମାନେ ହିନ୍ଦୀରେ କଥା କହୁଥିବା ଲୋକମାନଙ୍କୁ ମାରିଦେଉଛନ୍ତି? ଜାଣନ୍ତୁ ସତ୍ୟ।

Communal False

କିଛି ଦିନ ହେବ ଗଣମାଧ୍ୟମରେ ତାମିଲନାଡୁ ରେ ହିନ୍ଦୀ ଭାଷା କହୁଥିବା ବ୍ୟକ୍ତି ମାନଙ୍କ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରୁଥିବା ଭିଡିଓ ଏବଂ ସମ୍ବାଦ ସାମନାକୁ ଆସୁଛି। ଜାଗ୍ରଣ ୱେବସାଇଟର ଏକ ରିପୋର୍ଟ ଅନୁଯାୟୀ, ତାମିଲନାଡୁରେ ପ୍ରବାସୀ ଶ୍ରମିକମାନେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ସମ୍ମୁଖୀନ ହେଉଛନ୍ତି ଏବଂ ଏହି ଆକ୍ରମଣରେ କେତେକଙ୍କର ମୃତ୍ୟୁ ମଧ୍ୟ ହୋଇଛି।

ପରବର୍ତ୍ତୀ ସମୟରେ ଏହି ଘଟଣା ନେଇ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ଏହା ମଧ୍ୟରୁ ନେକ ଭିଡିଓ ମିଥ୍ୟା ଦାବି ସହିତ ମଧ୍ୟ ଭାଇରାଲ ହେଉଛି ବୋଲି ତାମିଲନାଡୁ ପୋଲିସ ଏକ ବିବୃତ୍ତି ଜାରି କରିଛି। 

ଏପରି ଏକ ଭିଡିଓ ଆମ ସାମନାକୁ ମଧ୍ୟ ଆସିଛି ଯେଉଁଥିରେ ଏକ ଗାଳିରେ କିଛି ଲୋକେ ଜଣେ ବ୍ୟକ୍ତିଙ୍କୁ ମାରୁଥିବା ଦେଖିବାକୁ ମିଳିଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ତାମିଲନାଡୁର ସ୍ଥାନୀୟ ଲୋକମାନେ ହିନ୍ଦୀ ଭାଷା ଖୁଥିବା ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରୁଛନ୍ତି କାରଣ ସେମାନେ ହିନ୍ଦୀ ଲୋକଙ୍କ ପାଇଁ ତାଙ୍କ ରାଜ୍ୟର କାମ ପାଉ ନାହାଁନ୍ତି।

Facebook | Archive

ଆମ ଅନୁଅନ୍ଧାନ: 

ଆମ ଅନୁସନ୍ଧାନରେ ପ୍ରଥମେ ଆମେ ଭାଇରାଲ ଭିଡିଓକୁ ବିଭିନ୍ନ ଫ୍ରେମରେ ବିଭାଜିତ କରି ପ୍ରତ୍ଯେକ ଫ୍ରେମର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିଲୁ। ଫଳାଫଳରେ ଆମକୁ ସମାନ ଘଟଣା ବିଷୟରେ ଏକ ୱେବସାଇଟରେ ସମ୍ବାଦ ପ୍ରକାଶିତ ହେଇଥିବା ମିଳିଲା। 

୧୫ ଫେବ୍ରୁଆରି ୨୦୨୩ ର ଏହି ରିପୋର୍ଟ ଅନୁଯାୟୀ, ଏହି ଘଟଣା ଚଳିତ ବର୍ଷ ୧୩ ଫେବୃଆରୀ ରେ କୋଏମ୍ବାଟୁରର  ମାଜିଷ୍ଟ୍ରେଟ କୋର୍ଟ ନିକଟ ଘଟିଥିଲା। ଜଣେ ୨୨ ବର୍ଷୀୟ ଅଭିଯୁକ୍ତ ଗୋପାଳ ତାଙ୍କ ବିରୋଧରେ ହତ୍ୟା ମାମଲାରେ ହାଜର ହେବାକୁ କୋର୍ଟକୁ ଯାଉଥିବା ବେଳେ କିଛି ଆକ୍ରମଣକାରୀ ତାଙ୍କୁ ହତ୍ୟା କରିଥିଲେ। ଆକ୍ରମଣକାରୀମାନେ ଗୋପାଳଙ୍କ ବନ୍ଧୁ ମନୋଜଙ୍କୁ ମଧ୍ୟ ଆକ୍ରମଣ କରି ଆହତ କରିଥିଲେ। ଘଟଣାରେ ମନୋଜଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା।

ଏହି ଘଟଣା ୧୫ ଫେବ୍ରୁଆରିରେ ଘଟିଥିବାରୁ ଏହାର ତାମିଲନାଡୁରେ ହିନ୍ଦୀ ଭାଷା କହୁଥିବା ଲୋକଙ୍କ ଉପରେ ସ୍ଥାନୀୟ ଲୋକଙ୍କ ଆକ୍ରମଣର ଘଟଣା ହେବାର କୌଣସି ସମ୍ଭାବନା ନାହିଁ। 

ଆପଣ ନିମ୍ନରେ ଏବିପି ନାଡୁ ଦ୍ୱାରା ପ୍ରସାରିତ ଏକ ଖବର ରିପୋର୍ଟ ମଧ୍ୟ ଦେଖିପାରିବେ।

ନ୍ୟୁଜବ୍ରିକ୍ସ ଆର୍ଟିକିଲରେ ଆହୁରି ମଧ୍ୟ ଜଣାଯାଇଛି ଯେ ଗୋପାଳଙ୍କୁ ହତ୍ୟା କରିଥିବା ଦୁଇ ଆକ୍ରମଣକାରୀଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତମାନଙ୍କୁ ନୀଳଗିରିସରୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ବ୍ୟକ୍ତିଙ୍କ ନାମ ଗୌତମ ଏବଂ ଯୋଶୁଆ ବୋଲି ଜଣାଯାଇଛି।

ବିହାର ଭିତ୍ତିକ ସାମ୍ବାଦିକଙ୍କ ଦ୍ଵାରା  ଅନ୍ୟ ଏକ ଭିଡିଓ ସହିତ ଏହି ଭିଡିଓ ସେୟାର କରାଯାଇଥିଲା ଯେ ଭାଷା ପ୍ରସଙ୍ଗରେ ତାମିଲନାଡୁର ବିହାରୀ ପ୍ରବାସୀ ଶ୍ରମିକମାନଙ୍କ ଉପରେ ସ୍ଥାନୀୟ ଲୋକେ ଆକ୍ରମଣ କରୁଛନ୍ତି। ତେବେ ତାମିଲନାଡୁ ରାଜ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଏବଂ ଡିଜିପି ସି ସିଲେନ୍ଦ୍ର ବାବୁ ମାଧ୍ୟମରେ ଭାଇରାଲ ଭିଡିଓ ସହିତ କରା ଯାଉଥିବା ଦାବିକୁ ମିଥ୍ୟା ବୋଲି କହିଛନ୍ତି। ସାମ୍ବାଦିକଙ୍କ ଦ୍ଵାରା କରା ଯାଇଥିବା ଟ୍ୱିଟ୍ ବର୍ତ୍ତମାନ ଡିଲିଟ୍ ହୋଇଛି, କିନ୍ତୁ ଆପଣ ଏଠାରେ ଟ୍ୱିଟର ଏକ ଆର୍କାଇଭ୍ ଭର୍ସନ୍ ଦେଖିପାରିବେ।

ଡିଜିପି ସିଲେନ୍ଦ୍ର ବାବୁ ଭାଇରାଲ ଭିଡିଓ ବିଷୟରେ କହିଛନ୍ତି, “ବିହାରର କେହି ଜଣେ ତାମିଲନାଡୁରେ ବିହାରରୁ ଆସିଥିବା ପ୍ରବାସୀ ଶ୍ରମିକଙ୍କୁ ଆକ୍ରମଣ କରୁଥିବା ଏକ ମିଥ୍ୟା ଭିଡିଓ ପୋଷ୍ଟ କରିଛନ୍ତି। ଟୁଇଟରେ ଭାଇରାଲ ହେଉଥିବା ଦୁଇଟି ଭିଡିଓ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। ଏହି ଦୁଇଟି ଘଟଣା ପୂର୍ବରୁ ତିରୁପୁର ଏବଂ କୋଏମ୍ବାଟୁରରେ ଘଟିଥିଲା ଏବଂ ଉଭୟ ମାମଲାରେ ତାମିଲନାଡୁର ଲୋକ ଏବଂ ପ୍ରବାସୀ ଶ୍ରମିକଙ୍କ ମଧ୍ୟରେ ସଂଘର୍ଷର ଘଟଣା ନୁହେଁ। ଗୋଟିଏ ଭିଡିଓ ବିହାରୀ ପ୍ରବାସୀ ଶ୍ରମିକଙ୍କ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଏବଂ ଅନ୍ୟ ଏକ ଭିଡିଓ କୋଏମ୍ବାଟୁରର ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ସଂଘର୍ଷର ଘଟଣା ଅଟେ।

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓର ସମ୍ପ୍ରତ୍ତି ସମୟରେ ତାମିଲନାଡୁର ସ୍ଥାନୀୟ ଲୋକେ ଏବଂ ଦାଦନ ଶ୍ରମିକଙ୍କ ମଧ୍ୟରେ ହେଉଥିବା ସଂଘର୍ଷ ସହିତ କୌଣସି ସମ୍ବନ୍ଧ ନାହିଁ। ଭାଇରାଲ ଭିଡିଓରେ କୋଏମ୍ବାଟୁରର ଜଣେ ସ୍ଥାନୀୟ ଲୋକଙ୍କ ଉପରେ କୋର୍ଟ ନିକଟରେ ଆକ୍ରମଣର ପୁରୁଣା ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି।

Avatar

Title:କ’ଣ ତାମିଲନାଡୁ ରେ କିଛି ଅସାମାଜିକ ଗୁଣ୍ଡା ମାନେ ହିନ୍ଦୀରେ କଥା କହୁଥିବା ଲୋକମାନଙ୍କୁ ମାରିଦେଉଛନ୍ତି? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *