
ନିକଟରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁକେଶ ଅମ୍ବାନୀଙ୍କ ସହ ମୁମ୍ବଇରେ ସାକ୍ଷାତ କରିଥିଲେ। ଏହି ସାକ୍ଷାତର ଏକ ଫୋଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସାମନାରେ ହାତ ଯୋଡି ଠିଆ ହେଇଥିବା ସମୟରେ ସେ ପାଡିୟାନଙ୍କ ସହିତ କଥା ହେଉଛନ୍ତି।
ଏହି ଫୋଟୋ ସେୟାର କରି ଦାବି କରା ଯାଉଛି ଯେ ନବୀନ ପଟନାୟକ ଅମ୍ବାନୀଙ୍କ ସମ୍ମୁଖରେ ହାତ ଯୋଡି ଛିଡା ହୋଇଥିବା ବେଳେ ସେ ତାଙ୍କୁ ଧ୍ୟାନ ଦେଉ ନାହାଁନ୍ତି।
କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି ଘଟଣାର ଭିଡିଓରୁ ଏକ ଫୋଟୋ ନେଇ ତାହାକୁ ମିଥ୍ୟା ଦାବି ସହିତ ଭାଇରାଲ କରା ଯାଉଛି।
କ’ଣ ଦାବି କରା ଯାଇଛି ପୋଷ୍ଟରେ?
ଫୋଟୋ ଷେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “ଏ ଗେଣ୍ଡାଲିଆ ଦେଖ ତୁମ ଛାମୁ ଙ୍କୁ, ତୁମ ଛାମୁ ଅମ୍ବାନୀ ଆଗରେ ନତ ମସ୍ତକ । ଅମ୍ବାନୀ ବି ଜାଣିଛି ୟା ଠାରେ କିଛି ନାହିଁ , ସବୁ ସେଇ ପାଣ୍ଡିଆ”

ଆମ ଅନୁସନ୍ଧାନ:
ଏହି ଘଟଣାର ସତ୍ୟତା ଜାଣିବା ପାଇଁ ଆମେ ଗୁଗୁଲରେ ବିଭିନ୍ନ ମୁଖ୍ୟଶବ୍ଦ ବ୍ୟବହାର କରି ସର୍ଚ୍ଚ କରିଲୁ। ଫଳାଫକଳରେ ଏହି ଅବସରର ଏକ ଭିଡିଓ ଆମକୁ ୨୭ ଫେବ୍ରୁଆରି ରେ ଅର୍ଗସ ନ୍ୟୂଜ୍ ର ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ହେଇଥିବା ମିଳିଲା।
ଭିଡିଓରେ ଆମେ ଦେଖିବାକୁ ପାଇଲୁ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ମୁକେଶ ଅମ୍ବାନୀଙ୍କୁ ଭାରତର ହକି ଦଳର ଜର୍ସି ଦେଉଛନ୍ତି। ଏହା ପରେ ଦୁଇ ଜଣ ଜର୍ସି ସହିତ ଫୋଟୋ ଉଠାଇଲେ। ଆମେ ଏହା ମଧ୍ୟ ଦେଖିବାକୁ ପାଇଲୁ ଯେ ନବୀନ ପଟନାୟକ ଏବଂ ମୁକେଶ ଅମ୍ବାନୀ ପରସ୍ପର କୁ ହାତ ଯୋଡି ଧନ୍ୟବାଦ ଦେବା ସହିତ ହେଣ୍ଡଶେକ୍ ମଧ୍ୟ କରୁଛନ୍ତି। ପରେ ମୁଖେ ଆମ୍ବାନୀ ପାଣ୍ଡିୟାନଙ୍କ ସହ ହାତ ମିଳାଇ ବାହାରକୁ ଚାଲି ଯାଉଛନ୍ତି।
ଉପରୋକ୍ତ ଭିଡିଓ ଦେଖିଲା ପରେ ସ୍ପଷ୍ଟ ହେଉଛି ଯେ ମୂଳ ଭିଡିଓର ଏକ ସ୍କ୍ରିନଶଟ୍ ନେଇ ସୋସିଆଲ ମିଡିଆରେ ମିଥ୍ୟା ଦାବି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ମୁକେଶ ଅମ୍ବାନୀଙ୍କ ଫୋଟୋକୁ ଭାଇରାଲ କରା ଯାଉଛି।
୨୮ ଫେବ୍ରୁଆରି ର ଟାଇମସ ଅଫ୍ ଇଣ୍ଡିଆ ରିପୋର୍ଟ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ମୁକେଶ ଅମ୍ବାନୀ ଏବଂ ଅନ୍ୟାନ୍ୟ ଶିଲ୍ପପତିଙ୍କ ସହ ମୁମ୍ବଇରେ ସାକ୍ଷାତ କରିଥିଲେ। ଓଡିଶାରେ ବିଭିନ୍ନ କମ୍ପାନୀର ନିବେଶ ନେଇ ଏହି ସାକ୍ଷାତ ଆୟୋଜିତ କରା ଯାଇଥିଲା। ମୁଖ୍ୟମନ୍ତ୍ରୀ ମୁକେଶ ଅମ୍ବାନୀଙ୍କୁ ଭେଟି ଏକ ବିନିଯୋଗ ଲକ୍ଷ୍ୟସ୍ଥଳ ଭାବରେ ଓଡିଶାର ଶକ୍ତି ଏବଂ ରାଜ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ଭବିଷ୍ୟତ ବିନିଯୋଗ ଯୋଜନା ବିଷୟରେ ଆଲୋଚନା କରିଥିଲେ।
ଦ୍ରୁତ ଗତିଶୀଳ ଉପଭୋକ୍ତା ସାମଗ୍ରୀ ଏବଂ ସ୍ୱାସ୍ଥ୍ୟସେବାରେ ବିନିଯୋଗ ବିଷୟରେ ଆଲୋଚନା କରିବା ପାଇଁ ନବୀନ ପଟନାୟକ ପ୍ରକ୍ଟର ଆଣ୍ଡ ଗେମ୍ବଲ୍ ହାଇଜିନ୍ ଏବଂ ସ୍ୱାସ୍ଥ୍ୟ ସେବା ପରିଚାଳନା ନିର୍ଦ୍ଦେଶକ ଏଲ୍.ଭି.ବୈଦ୍ୟନାଥଙ୍କୁ ଭେଟିଥିଲେ। ସେ ଗୋଡରେଜ୍ କମ୍ପାନୀର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ସହିତ ମଧ୍ୟ ସାକ୍ଷାତ କରିଥିଲେ।

ଶେଷକଥା:
ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ମୂଳ ଭିଡିଓର ଏକ ସ୍କ୍ରିନଶଟ୍ ନେଇ ସୋସିଆଲ ମିଡିଆରେ ମିଥ୍ୟା ଦାବି ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଏବଂ ମୁକେଶ ଅମ୍ବାନୀଙ୍କ ଫୋଟୋକୁ ଭାଇରାଲ କରା ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହାତ ଯୋଡି ଛିଡା ହେଇଥିବା ସମୟରେ ଅମ୍ବାନୀ ତାଙ୍କୁ ଧ୍ୟାନ ଦେଉନଥିବା ଦାବି ମିଥ୍ୟା ଅଟେ।

Title:କ’ଣ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ହାତ ଯୋଡି ଛିଡା ହେଇଥିବା ସମୟରେ ଅମ୍ବାନୀ ତାଙ୍କୁ ଧ୍ୟାନ ଦେଉ ନାହାଁନ୍ତି? ଜାଣନ୍ତୁ ସତ୍ୟ।
Fact Check By: Siddharth SahuResult: Misleading
