କ’ଣ ଏହା ଜଣେ ମୁସଲିମ ବୃଦ୍ଧ ଲୋକ ଏବଂ ଏକ ଯୁବତୀଙ୍କ ମଧ୍ୟରେ ହେଉଥିବା ବିବାହର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Communal False Social

ସୋସିଆଲ ମିଡିଆରେ ବର୍ତ୍ତମାନ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଜଣେ ବୃଦ୍ଧ ବ୍ୟକ୍ତି ଜଣେ ଯୁବତୀଙ୍କୁ ବିବାହ କରିଥିବା ଦେଖିବାକୁ ମିଳିଛି। ଦାବି କରା ଯାଉଛି ଯେ ବ୍ୟକ୍ତି ଜଣକ ଜଣେ ମୁସଲିମ ଅଟନ୍ତି ଏବଂ ତାଙ୍କ ଧର୍ମରେ ଏପରି ମଧ୍ୟ ହୁଏ।

କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଫୋଟୋ ଏକ ଭିଡିଓରୁ ନିଆ ଯାଇଛି ଯାହା ଏକ ମନୋରଞ୍ଜନ ପାଇଁ ପ୍ରସ୍ତୁତ କରା ଯାଇଥିଲା। 

କ’ଣ ଦାବି କରା ଯାଇଛି ପୋଷ୍ଟରେ? 

ଫୋଟୋ ଭାଇରାଲ କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ, “୬୨ ବର୍ଷ ର ବୁଢା, ୧୮ ବର୍ଷର ଝିଅ, ଏଇ ତ ହେଉଛି ଇସଲାମ ମଜହବ ର ଖୁବସୁରତି।

Facebook | Archive

ଏକ ଟୁଇଟର ଏକାଉଣ୍ଟରେ ମଧ୍ୟ ସମାନ ଫୋଟୋ ସେୟାର କରି ଦାବି କରା ଯାଇଛି ଯେ ୬୨ ବର୍ଷୀୟ ପଣ୍ଡିତ ନିଜ ଝିଅକୁ ବିବାହ କରିଥିଲେ, ସେ କହିଥିଲେ ଯେ ସେ ତାଙ୍କ ଭଗବାନ ବ୍ରହ୍ମାଙ୍କୁ ଅନୁସରଣ କରୁଛନ୍ତି ଯିଏ ନିଜେ ତାଙ୍କ ଝିଅଅକୁ ବିବାହ କରିଛନ୍ତି। 

Archive

ଆମ ଅନୁସନ୍ଧାନ: 

ଭାଇରାଲ ଫୋଟୋର ଗୁଗୁଲ ରିଭର୍ସ ଇମେଜ୍ ସର୍ଚ୍ଚ କରିବା ପରେ ଆମକୁ ଏକ ୟୁଟ୍ୟୁବ ଭିଡିଓ ମିଳିଲା। ଏହି 8 ମିନିଟର ଭିଡିଓରେ ଆମେ ସମାନ ପୁରୁଷ ଏବଂ ଝିଅକୁ ଦେଖିବାକୁ ପାଇଲୁ। ଏହି ଭିଡିଓ ସହିତ କୁହା ଯାଇଇଛି ଯେ ୧୭ ବର୍ଷୀୟ ଗୋଲଡେନ୍ ଗର୍ଲ ୬୨ ବର୍ଷ ବୟସ୍କା ପୁରୁଷଙ୍କୁ ବିବାହ କରିଛନ୍ତି।

ଭିଡିଓର ୩୮ ସେକେଣ୍ଡ ସମୟରେ ଏକ ପ୍ରତ୍ୟାଖାନ ଦେଖିଲୁ ଯେଉଁଥିରେ କୁହା ଯାଇଛି ଯେ ଏହି ଭିଡିଓ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରା ଯାଇଛି। “ଏହି ଭିଡିଓରେ ପ୍ରସ୍ତୁତ ବିଷୟବସ୍ତୁକୁ କେବଳ ମନୋରଞ୍ଜନ ଉଦ୍ଦେଶ୍ୟରେ ବିଚାର କରାଯିବା ଉଚିତ୍ | ଏହି ଭିଡିଓରେ ଦେଖାଯାଇଥିବା ସମସ୍ତ ବ୍ୟକ୍ତିଙ୍କଠାରୁ ଅନୁମତି ନିଆଯାଇଛି

ଏହି ୟୁଟ୍ୟୁବ ଚ୍ୟାନାଲରେ ପ୍ରସାରିତ ଭିଡିଓରେ ଥିବା ଝିଅକୁ ଆମେ ଅନ୍ୟ ଭିଡିଓରେ ମଧ୍ୟ ଦେଖିବାକୁ ପାଇଲୁ। ଆପଣ ମାନେ ସେହି ଭିଡିଓ ଗୁଡିକୁ ଏଠାରେ ଦେଖି ପାରିବେ। ଏହି ଚ୍ୟାନେଲ ବିଭିନ୍ନ ପ୍ରସଙ୍ଗରେ ସ୍କ୍ରିପ୍ଟିଡ୍ ଭିଡିଓ ତିଆରି ପାଇଁ ଜଣାଶୁଣା। 

ଶେଷକଥା: 

ଆମ ଅନୁସନ୍ଧାନରୁ ପ୍ରମାଣିତ ହେଲା ଯେ ଭାଇରାଲ ଭିଡିଓ ସହିତ କରା ଯାଇଥିବା ଦାବି ମିଥ୍ୟା ଅଟେ। ଭାଇରାଲ ଫୋଟୋକୁ ଏକ ମନୋରଞ୍ଜନ ଉଦ୍ଦେଶ୍ୟରେ ପ୍ରସ୍ତୁତ କରା ଯାଇଥିବା ଭିଡିଓରୁ ନିଆ ଯାଅଛି। ଏହି ଫୋଟୋରେ ଜଣେ ବୃଦ୍ଧ ମୁସଲିମ ବ୍ୟକ୍ତି ଯୁବତୀଙ୍କୁ ବିବାହ କିମ୍ବା ଜଣେ ହିନ୍ଦୁ ପଣ୍ଡିତ ନିଜ ଝିଅ ସହିତ ବିବାହ କରିଥିବା ଦାବି ମିଥ୍ୟା ଅଟେ। 

Avatar

Title:କ’ଣ ଏହା ଜଣେ ମୁସଲିମ ବୃଦ୍ଧ ଲୋକ ଏବଂ ଏକ ଯୁବତୀଙ୍କ ମଧ୍ୟରେ ହେଉଥିବା ବିବାହର ଫୋଟୋ ଅଟେ? ଜାଣନ୍ତୁ ସତ୍ୟ।

Fact Check By: Siddharth Sahu 

Result: False

Leave a Reply

Your email address will not be published. Required fields are marked *